ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ  ବିଶ୍ୱର  ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍‌ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ ଯୋଗୁ ଗତ କିଛି ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ବହୁତ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିନୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମଙ୍କ ସମ୍ପତ୍ତି ମୂଲ୍ୟ ୧୧୮ବିଲିୟନ ଡଲାରରେ ପହଞ୍ଚିଛି। ନେଟ୍‌ଓ୍ବର୍ଥ ଦୃଷ୍ଟିରୁ ଆଦାନୀ ବିଶ୍ୱର ଅନେକ ଅଗ୍ରଣୀ ଶିଳ୍ପପତିଙ୍କୁ ପଛରେ ପକାଇଦେଇଛନ୍ତି। ବିଶ୍ୱର ଧନୀ ତାଲିକାରେ ସେ ଗୁଗୁଲର ଉଭୟ ସହ-ପ୍ରତିଷ୍ଠାତା ଲ୍ୟାରି ପେଜ ଓ ସର୍ଗି ବ୍ରିନଙ୍କୁ ପଛରେ ପକାଇଛନ୍ତି। ବ୍ଲୁମବର୍ଗର ଧନୀ ବ୍ୟକ୍ତିଙ୍କ ତାଲିକାରେ ପେଜ୍‌(୧୧୬ ବିଲିୟନ ଡ଼ଲାର୍‌) ସପ୍ତମ ସ୍ଥାନକୁ ଖସି ଆସିଥିବା ବେଳେ ବ୍ରିନ(୧୧୧ ବିଲିୟନ ଡଲାର) ଅଷ୍ଟମ ସ୍ଥାନକୁ ଖସିଆସିଛନ୍ତି। ବିଶ୍ୱର ଧନୀ ତାଲିକାରେ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ନେଟ୍‌ଓ୍ବର୍ଥ ୯୭.୪ ବିଲିୟନ ଡଲାର ରହିଛି। ଚଳିତ ବର୍ଷ ଏବେ ସୁଦ୍ଧା ଅମ୍ବାନୀଙ୍କ ସମ୍ପତ୍ତି ୭.୪୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଏହି ତାଲିକାରେ ଏଲୋନ ମସ୍କ ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କର ମୋଟ ନେଟ୍‌ ଓ୍ବର୍ଥ ୨୪୯ ବିଲିୟନ ଡଲାର ରହିଛି। ସେହିପରି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଜେଫ ବେଜୋସ ରହିଥିବା ବେଳେ ତାଙ୍କର ନେଟ୍‌ ଓ୍ବର୍ଥ ୧୭୬ ବିଲିୟନ ଡଲାରରେ ପହଞ୍ଚିଛି। ୧୩୯ ବିଲିୟନ ଡଲାରର ସମ୍ପତ୍ତି ସହିତ ବର୍ନାଡ ଆର୍ନଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ୧୩୦ ବିଲିୟନ ଡଲାରର ସମ୍ପତ୍ତି ସହିତ ବିଲ୍‌ ଗେଟ୍ସ ଚତୁର୍ଥ ସ୍ଥାନରେ, ଭେଟେରାନ ନିବେଶ ୱାରେନ ବଫେଟ ପଞ୍ଚମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ନେଟ୍‌ ଓ୍ବର୍ଥ ୧୨୭ ବିଲିୟନ ଡଲାର ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?