ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି

ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ କିଣିଥିଲେ, ଯାହା ବିକ୍ୟୁ ପ୍ରାଇମ ନାମରେ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଚଳାଉଛି। ଏହାପରେ ଡିସେମ୍ବରରେ ଆଦାନି ଗ୍ରୁପ ଏନଡିଟିଭିର ୬୫ ପ୍ରତିଶତ ଅଂଶ କିଣିଥିଲେ।
ଆଦାନୀ ଗ୍ରୁପ ଆଇଏଏନଏସ ନ୍ୟୁଜ ଏଜେନ୍ସିର ଅଧିକାଂଶ ଅଂଶଧନ କିଣିଛି। କମ୍ପାନୀ ନିୟାମକ ସୂଚନାରେ କହିଛି ଯେ ଏହାର ସହାୟକ କମ୍ପାନୀ ଏଏମଜି ମିଡିଆ ନେଟୱାର୍କ (ଏଏମଏନଏଲ) ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୦ପ୍ରତିଶତ ଅଂଶଧନ କିଣିଛି। ତେବେ ଆଦାନୀ ଗ୍ରୁପ ଡିଲର ମୂଲ୍ୟ ପ୍ରକାଶ କରିନାହିଁ।
ଗତ ବର୍ଷ ମାର୍ଚ୍ଚରେ ଆଦାନୀ ଗ୍ରୁପ ଫାଇନାନ୍ସ ନ୍ୟୁଜ ଡିଜିଟାଲ ପ୍ଲାଟଫର୍ମ ବିକ୍ୟୁ ପ୍ରାଇମ ଚଳାଉଥିବା କମ୍ପାନୀ କ୍ୱିଣ୍ଟିଲନ ବିଜନେସ ମିଡିଆ କିଣିଥିଲା। ଏହା ପରେ, ଡିସେମ୍ବରରେ, ଆଦାନୀ ମଧ୍ୟ ଏନଡିଟିଭିର କିଛି ଅଂଶଧନ କିଣିଥିଲେ। ଏହି ଉଭୟ କମ୍ପାନୀ ମଧ୍ୟ ଏଏମଏନଏଲ ଦ୍ୱାରା କିଣାଯାଇଥିଲା। ସୂଚନା ଦେବାବେଳେ ଏଏମଏନଏଲ କହିଛି ଯେ ଏହା ଆଇଏନଏସ ଏବଂ ସନ୍ଦୀପ ବାମଜଇଙ୍କ ସହ ଏକ ଅଂଶୀଦାର ଚୁକ୍ତି କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଆଇଏଏନଏସର ଆୟ ୧୧.୮୬ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri