କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି ଗୌତମ ଆଦାନୀ: ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୬: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଗୌତମ ଆଦାନୀ ୯.୨୬ କୋଟି ଟଙ୍କା ପ୍ୟାକେଜ ପାଇଛନ୍ତି। ସେମାନେ ପାଇଥିବା ଦରମା ଶିଳ୍ପରେ ଥିବା ସେମାନଙ୍କ ତୁଳନାରେ ବହୁତ କମ ଅଟେ। ଏପରିକି ସେ ତାଙ୍କର ଅନେକ କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି । ସୂଚନାନୁସାରେ, ସେ ଆଦାନୀ ଗ୍ରୁପର ୧୦ଟି କମ୍ପାନୀ ମଧ୍ୟରୁ କେବଳ ୨ଟି କମ୍ପାନୀରୁ ଟଙ୍କା ନେଇଥାନ୍ତି।
ଆଦାନୀ ଗ୍ରୁପର ୧୦ ତାଲିକାଭୁକ୍ତ କମ୍ପାନୀର ବାର୍ଷିକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ସେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଠାରୁ ୨.୧୯ କୋଟି ଟଙ୍କା ବେତନ ନେଇଛନ୍ତି। ଏହା ବ୍ୟତୀତ ପ୍ରାୟ ୨୭ ଲକ୍ଷ ଟଙ୍କା ଭତ୍ତା ନିଆଯାଇଥିଲା। ସେ ଆଦାନୀ ଏଣ୍ଟରପ୍ରାଇଜେସ ଠାରୁ ମୋଟ ୨.୪୬ କୋଟି ଟଙ୍କା ପାଇଛନ୍ତି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୩ ପ୍ରତିଶତ ଅଧିକ। ଏହା ବ୍ୟତୀତ ସେ  Adani Ports and SEZ ଲିମିଟେଡ ଠାରୁ ୬.୮ କୋଟି ଟଙ୍କା ମଧ୍ୟ ନେଇଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୧୦୬ ବିଲିୟନ ଡଲାର ଅଟେ। ଦୁନିଆର ସବୁଠାରୁ ଧନୀ ତାଲିକାରେ ମୁକେଶ ଅମ୍ବାନୀ ଦ୍ୱାଦଶରେ ଏବଂ ଗୌତମ ଆଦାନୀ ୧୪ତମ ସ୍ଥାନରେ ଅଛନ୍ତି। ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ୮.୩୭ କୋଟି ଟଙ୍କା ଏବଂ ଜ୍ୱାଇଁ ପ୍ରଣବ ଆଦାନୀ ୬.୪୬ କୋଟି ଟଙ୍କା ଦରମା ନେଇଛନ୍ତି। ତାଙ୍କ ପୁଅ କରଣ ଆଦାନୀ ୩.୯ କୋଟି ଟଙ୍କା ପ୍ୟାକେଜ ନେଇଛନ୍ତି। ଅନ୍ୟପକ୍ଷରେ, ଆଦାନୀ ଏଣ୍ଟରପ୍ରାଇଜେସ ର ବିନୟ ପ୍ରକାଶଙ୍କ ଦରମା ୮୯.୩୭ କୋଟି, ଗ୍ରୁପ ସିଏଫ ଜୁଗେସିନ୍ଦର ସିଂ ୯.୪୫ କୋଟି ଟଙ୍କା, ଆଦାନୀ ଗ୍ରୀନ ଏନର୍ଜି ଭିନେଟ ଜୈନର ସିଇଓ ୧୫.୨୫ କୋଟି ଟଙ୍କା ନେଇଛନ୍ତି। ତାଙ୍କର ଦରମା ଗୌତମ ଆଦାନୀଙ୍କଠାରୁ ଅଧିକ।
ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଦରମା ପ୍ରାୟ ୧୫ କୋଟି ଟଙ୍କା। ସୁନୀଲ ଭାରତୀ ମିତ୍ତଲ ପ୍ରାୟ ୧୬.୭ କୋଟି, ରାଜୀବ ବଜାଜ ପ୍ରାୟ ୫୩.୭ କୋଟି ଟଙ୍କା, ପୱନ ମୁଞ୍ଜାଲ ପ୍ରାୟ ୮୦ କୋଟି ଟଙ୍କା, ଏଲଆଣ୍ଡଟି ଚେୟାରମ୍ୟାନ ଏସ.ଏନ ସୁବ୍ରମଣ୍ୟମ ଏବଂ ଇନଫୋସିସ ସିଇଓ ସଲିଲ ପାରେଖଙ୍କ ଦରମା ଗୌତମ ଆଦାନୀଙ୍କଠାରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri