ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୌରୀଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି।
ଗୌରୀ ଶଙ୍କର ପୂର୍ବ ସରକାର ସମୟରେ ଆମ ଓ ନବୀନ ଓ ଜିଲା ସଂଯୋଜକ ସହିତ ବିଜେଡି ଜିଲା ଉପସଭାପତି ମଧ୍ୟ ରହିଥିଲେ । ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ବିଜେଡିକୁ ଚାନ୍ଦିଲି, ଜେକେପୁର ଏବଂ ଏହାର ନିକଟବର୍ତ୍ତି ଅଞ୍ଚଳରେ ସଂଗଠିତ କରିଥିଲେ । ପୂର୍ବରୁ ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ମଧ୍ୟ ଥିଲେ ଗୌରୀ ।
Dharitri – Odisha’s No.1 Odia Daily