Posted inଜାତୀୟ

ପିଟି ମାରୁଛନ୍ତି ଗୋରକ୍ଷକ

ଚଣ୍ଡିଗଡ଼/ ମୁମ୍ବାଇ/ଗୁଆହାଟୀ, ୧ା୯: ଗୋମାଂସ ଖାଉଥିବା ସନ୍ଦେହରେ ପଶ୍ଚିମବଙ୍ଗର ଜଣେ ଦାଦନ ଶ୍ରମିକଙ୍କୁ ହରିୟାଣା ଗୋରକ୍ଷକ ସଙ୍ଗଠନର ସଦସ୍ୟମାନେ ପିଟି ହତ୍ୟା କରିଛନ୍ତି। ଗତ ୨୭ ତାରିଖରେ ହରିୟାଣାର ଚର୍‌ଖି ଦାଦ୍ରି ଜିଲାରେ ଘଟିଥିବା ଏହି ହତ୍ୟା ମାମଲାରେ ୨ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ମୃତକଙ୍କ ନାଁ ସବୀର ମଲିକ। ଖାଲି ପ୍ଲାଷ୍ଟିକ୍‌ ବୋତଲ ବିକୁଥିବା ସବୀରଙ୍କୁ ଅଭିଯୁକ୍ତମାନେ ଏକ ଦୋକାନକୁ ଡାକି ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ସବୀରଙ୍କୁ ଅନ୍ୟତ୍ର ନେଇଯାଇ ବାଡ଼େଇ ମାରିଦେଇଥିଲେ। ସବୀର ବାନ୍ଧ୍ରା ଗ୍ରାମ ନିକଟ ଏକ ବସ୍ତିରେ ରହୁଥିବାବେଳେ ଖାଲି ବୋତଲ ବିକି ଗୁଜରାଣ ମେଣ୍ଟାଉଥିଲେ। ଏନେଇ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି କହିଛନ୍ତି, ଗାଈକୁ ରାଜ୍ୟରେ ସମ୍ମାନ ଦିଆଯାଉଛି। କିନ୍ତୁ ଗୋମାଂସକୁ ନେଇ ଭିଡ଼ହିଂସା ଦୁର୍ଭାଗ୍ୟଜନକ। ଏଭଳି ଘଟଣା ଘଟିବା ଅନୁଚିତ। ପ୍ରକାଶ ଯେ, ହରିୟାଣାରେ ବିଗତ ୧୦ ବର୍ଷ ମଧ୍ୟରେ ଗୋରକ୍ଷକଙ୍କ ଦୌରାମତ୍‌ୟ ବଢ଼ିଛି। ୨୦୨୩ରେ ରାଜସ୍ଥାନ ଭରତପୁର ଜିଲାର ଦୁଇଜଣ ମୁସଲମାନ ବ୍ୟକ୍ତି (ନାସିର ଓ ଜୁନୈଦ)ଙ୍କୁ ଗୋରକ୍ଷକମାନେ ହରିୟାଣାର ଭିଓ୍ବାନି ଜିଲାରେ ଅପହରଣକରି ଜୀବନ୍ତ ଜାଳିଦେଇଥିଲେ। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟିହେବା ପରେ ବଜରଙ୍ଗ ଦଳର ମୋନୁ ମାନେସର ଓ ଅନ୍ୟ ୨୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ମହାରାଷ୍ଟ୍ରରେ ମଧ୍ୟ ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ର ଜଣେ ବୃଦ୍ଧ ଯାତ୍ରୀଙ୍କୁ ଗୋମାଂସ ନେଉଥିବା ସନ୍ଦେହରେ ବର୍ବର ଆକ୍ରମଣ କରାଯାଇଛି। ନାସିକ୍‌ ଜିଲା ଅନ୍ତର୍ଗତ ଇଗତପୁରୀ ନିକଟରେ ଏଭଳି ନୃଶଂସ ଘଟଣା ଘଟିଛି। ଭିଡିଓ ସାମ୍‌ନାକୁ ଆସିବା ପରେ ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ (ଜିଆର୍‌ପି) ତଦନ୍ତ ଆରମ୍ଭ କରିଥିବା ଶନିବାର କହିଛି। ଚଳିତ ସପ୍ତାହ ପ୍ରଥମ ଭାଗରେ ଏହି ଆକ୍ରମଣ ଘଟଣା ଘଟିଥିଲା। ଟ୍ରେନ୍‌ ଭିତରେ ୧୨ରୁ ଊର୍ଦ୍ଧ୍ୱ ଯାତ୍ରୀ ବୃଦ୍ଧ ଜଣକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ହାଜି ଅଶ୍ରଫ୍‌ ମୁନ୍ୟାରଙ୍କ ଘର ଜଲଗାଁଓ ଜିଲାରେ। ସେ କଲ୍ୟାଣସ୍ଥିତ ତାଙ୍କ ଝିଅ ଘରକୁ ଯାଉଥିବାବେଳେ ଇଗତପୁରୀଠାରେ ସହଯାତ୍ରୀମାନେ ତାଙ୍କ ଉପରେ ସନ୍ଦେହ କରି ମାଡ଼ ମାରିଥିଲେ ବୋଲି ଜିଆର୍‌ପି କହିଛି। ଆକ୍ରମଣରେ ସମ୍ପୃକ୍ତ କେତେଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ।

ସେହିପରି ଆସାମରେ ମଧ୍ୟ ଗୋସୁରକ୍ଷା ଓ ଅନ୍ୟ ଆଳରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ଡୋଲବାଙ୍ଗ୍‌ରେ ଚାଲିଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ କେତେଜଣ ବଙ୍ଗଳା ମୁସଲମାନ ଶ୍ରମିକଙ୍କ ମାଡ଼ ମରାଯାଇଛି। ଏପରି କି ସେମାନଙ୍କ ପାରିଶ୍ରମିକ ବାବଦକୁ ୧୫ ଲକ୍ଷ ଟଙ୍କା ସରକାର ପଇଠ କରି ନ ଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ଏହି ଆକ୍ରମଣ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ୟୁନାଇଟେଡ୍‌ ଅପୋଜିଶନ୍‌ ଫୋରମ୍‌ (ୟୁଓଏଫ୍‌) ଗତ ବୁଧବାର ବିଶ୍ୱଶର୍ମାଙ୍କ ନଁାରେ ଥାନାରେ ଏତଲା ଦେଇଥିଲେ। ବିଶ୍ୱଶର୍ମାଙ୍କ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଓ ପଦକ୍ଷେପ ମୁସଲମାନ ସମ୍ପ୍ରଦାୟକୁ ଅସୁରକ୍ଷିତ କରିଦେଇଥିବା ସେମାନେ ଅଭିଯୋଗ କରିଥିଲେ।

ଦେଖିବାକୁ ଗଲେ ୨୦୧୪ ପରଠୁ ଗୋସୁରକ୍ଷା ନାମରେ ବେଆଇନ ଗୋଚାଲାଣକାରୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଅନେକ ସ୍ଥଳେ ଲାଇସେନ୍ସପ୍ରାପ୍ତ ଗୋରୁ ବ୍ୟବସାୟୀମାନେ ଟାର୍ଗେଟ ହୋଇଛନ୍ତି। ରଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୦ରୁ ୨୦୧୭ ମଧ୍ୟରେ ଏଭଳି ୬୩ଟି ମାମଲା ସାମ୍ନାକୁ ଆସିଥିଲା। ଆକ୍ରମଣର ଶିକାର ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ୨୪ ଜଣ ମୁସଲମାନ ସମ୍ପ୍ରଦାୟର। ଏହି ଅବଧି ମଧ୍ୟରେ ଗୋରକ୍ଷକଙ୍କ ଆକ୍ରମଣରେ ୧୨୪ ଜଣ ଆହତ ହୋଇଥିଲେ। ହ୍ୟୁମାନ୍‌ ରାଇଟ୍ସ ଓ୍ବାଚ୍‌ ମଧ୍ୟ ୨୦୧୫ରୁ ଏଭଳି ଆକ୍ରମଣ ବଢ଼ିବାରେ ଲାଗିଥିବା ରିପୋର୍ଟ କରିଛି। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବା ପରଠୁ ଗୋରକ୍ଷକମାନେ ନିଜକୁ ଅଧିକ କ୍ଷମତାଶାଳୀ ମନେକରୁଥିବା ଏଥିରେ ଦର୍ଶାଯାଇଛି। ୨୦୧୭ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଗୋରକ୍ଷା ନାମରେ ବଢ଼ୁଥିବା ହିଂସାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପ୍ରତି ଜିଲାରେ ଭିଡ଼ହିଂସା ରୋକିବା ପାଇଁ ସ୍ବତନ୍ତ୍ର ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri