Posted inଜାତୀୟ

ପିଟି ମାରୁଛନ୍ତି ଗୋରକ୍ଷକ

ଚଣ୍ଡିଗଡ଼/ ମୁମ୍ବାଇ/ଗୁଆହାଟୀ, ୧ା୯: ଗୋମାଂସ ଖାଉଥିବା ସନ୍ଦେହରେ ପଶ୍ଚିମବଙ୍ଗର ଜଣେ ଦାଦନ ଶ୍ରମିକଙ୍କୁ ହରିୟାଣା ଗୋରକ୍ଷକ ସଙ୍ଗଠନର ସଦସ୍ୟମାନେ ପିଟି ହତ୍ୟା କରିଛନ୍ତି। ଗତ ୨୭ ତାରିଖରେ ହରିୟାଣାର ଚର୍‌ଖି ଦାଦ୍ରି ଜିଲାରେ ଘଟିଥିବା ଏହି ହତ୍ୟା ମାମଲାରେ ୨ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ମୃତକଙ୍କ ନାଁ ସବୀର ମଲିକ। ଖାଲି ପ୍ଲାଷ୍ଟିକ୍‌ ବୋତଲ ବିକୁଥିବା ସବୀରଙ୍କୁ ଅଭିଯୁକ୍ତମାନେ ଏକ ଦୋକାନକୁ ଡାକି ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ସବୀରଙ୍କୁ ଅନ୍ୟତ୍ର ନେଇଯାଇ ବାଡ଼େଇ ମାରିଦେଇଥିଲେ। ସବୀର ବାନ୍ଧ୍ରା ଗ୍ରାମ ନିକଟ ଏକ ବସ୍ତିରେ ରହୁଥିବାବେଳେ ଖାଲି ବୋତଲ ବିକି ଗୁଜରାଣ ମେଣ୍ଟାଉଥିଲେ। ଏନେଇ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି କହିଛନ୍ତି, ଗାଈକୁ ରାଜ୍ୟରେ ସମ୍ମାନ ଦିଆଯାଉଛି। କିନ୍ତୁ ଗୋମାଂସକୁ ନେଇ ଭିଡ଼ହିଂସା ଦୁର୍ଭାଗ୍ୟଜନକ। ଏଭଳି ଘଟଣା ଘଟିବା ଅନୁଚିତ। ପ୍ରକାଶ ଯେ, ହରିୟାଣାରେ ବିଗତ ୧୦ ବର୍ଷ ମଧ୍ୟରେ ଗୋରକ୍ଷକଙ୍କ ଦୌରାମତ୍‌ୟ ବଢ଼ିଛି। ୨୦୨୩ରେ ରାଜସ୍ଥାନ ଭରତପୁର ଜିଲାର ଦୁଇଜଣ ମୁସଲମାନ ବ୍ୟକ୍ତି (ନାସିର ଓ ଜୁନୈଦ)ଙ୍କୁ ଗୋରକ୍ଷକମାନେ ହରିୟାଣାର ଭିଓ୍ବାନି ଜିଲାରେ ଅପହରଣକରି ଜୀବନ୍ତ ଜାଳିଦେଇଥିଲେ। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟିହେବା ପରେ ବଜରଙ୍ଗ ଦଳର ମୋନୁ ମାନେସର ଓ ଅନ୍ୟ ୨୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ମହାରାଷ୍ଟ୍ରରେ ମଧ୍ୟ ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ର ଜଣେ ବୃଦ୍ଧ ଯାତ୍ରୀଙ୍କୁ ଗୋମାଂସ ନେଉଥିବା ସନ୍ଦେହରେ ବର୍ବର ଆକ୍ରମଣ କରାଯାଇଛି। ନାସିକ୍‌ ଜିଲା ଅନ୍ତର୍ଗତ ଇଗତପୁରୀ ନିକଟରେ ଏଭଳି ନୃଶଂସ ଘଟଣା ଘଟିଛି। ଭିଡିଓ ସାମ୍‌ନାକୁ ଆସିବା ପରେ ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ (ଜିଆର୍‌ପି) ତଦନ୍ତ ଆରମ୍ଭ କରିଥିବା ଶନିବାର କହିଛି। ଚଳିତ ସପ୍ତାହ ପ୍ରଥମ ଭାଗରେ ଏହି ଆକ୍ରମଣ ଘଟଣା ଘଟିଥିଲା। ଟ୍ରେନ୍‌ ଭିତରେ ୧୨ରୁ ଊର୍ଦ୍ଧ୍ୱ ଯାତ୍ରୀ ବୃଦ୍ଧ ଜଣକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ହାଜି ଅଶ୍ରଫ୍‌ ମୁନ୍ୟାରଙ୍କ ଘର ଜଲଗାଁଓ ଜିଲାରେ। ସେ କଲ୍ୟାଣସ୍ଥିତ ତାଙ୍କ ଝିଅ ଘରକୁ ଯାଉଥିବାବେଳେ ଇଗତପୁରୀଠାରେ ସହଯାତ୍ରୀମାନେ ତାଙ୍କ ଉପରେ ସନ୍ଦେହ କରି ମାଡ଼ ମାରିଥିଲେ ବୋଲି ଜିଆର୍‌ପି କହିଛି। ଆକ୍ରମଣରେ ସମ୍ପୃକ୍ତ କେତେଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ।

ସେହିପରି ଆସାମରେ ମଧ୍ୟ ଗୋସୁରକ୍ଷା ଓ ଅନ୍ୟ ଆଳରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ଡୋଲବାଙ୍ଗ୍‌ରେ ଚାଲିଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ କେତେଜଣ ବଙ୍ଗଳା ମୁସଲମାନ ଶ୍ରମିକଙ୍କ ମାଡ଼ ମରାଯାଇଛି। ଏପରି କି ସେମାନଙ୍କ ପାରିଶ୍ରମିକ ବାବଦକୁ ୧୫ ଲକ୍ଷ ଟଙ୍କା ସରକାର ପଇଠ କରି ନ ଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ଏହି ଆକ୍ରମଣ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ୟୁନାଇଟେଡ୍‌ ଅପୋଜିଶନ୍‌ ଫୋରମ୍‌ (ୟୁଓଏଫ୍‌) ଗତ ବୁଧବାର ବିଶ୍ୱଶର୍ମାଙ୍କ ନଁାରେ ଥାନାରେ ଏତଲା ଦେଇଥିଲେ। ବିଶ୍ୱଶର୍ମାଙ୍କ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଓ ପଦକ୍ଷେପ ମୁସଲମାନ ସମ୍ପ୍ରଦାୟକୁ ଅସୁରକ୍ଷିତ କରିଦେଇଥିବା ସେମାନେ ଅଭିଯୋଗ କରିଥିଲେ।

ଦେଖିବାକୁ ଗଲେ ୨୦୧୪ ପରଠୁ ଗୋସୁରକ୍ଷା ନାମରେ ବେଆଇନ ଗୋଚାଲାଣକାରୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଅନେକ ସ୍ଥଳେ ଲାଇସେନ୍ସପ୍ରାପ୍ତ ଗୋରୁ ବ୍ୟବସାୟୀମାନେ ଟାର୍ଗେଟ ହୋଇଛନ୍ତି। ରଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୦ରୁ ୨୦୧୭ ମଧ୍ୟରେ ଏଭଳି ୬୩ଟି ମାମଲା ସାମ୍ନାକୁ ଆସିଥିଲା। ଆକ୍ରମଣର ଶିକାର ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ୨୪ ଜଣ ମୁସଲମାନ ସମ୍ପ୍ରଦାୟର। ଏହି ଅବଧି ମଧ୍ୟରେ ଗୋରକ୍ଷକଙ୍କ ଆକ୍ରମଣରେ ୧୨୪ ଜଣ ଆହତ ହୋଇଥିଲେ। ହ୍ୟୁମାନ୍‌ ରାଇଟ୍ସ ଓ୍ବାଚ୍‌ ମଧ୍ୟ ୨୦୧୫ରୁ ଏଭଳି ଆକ୍ରମଣ ବଢ଼ିବାରେ ଲାଗିଥିବା ରିପୋର୍ଟ କରିଛି। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବା ପରଠୁ ଗୋରକ୍ଷକମାନେ ନିଜକୁ ଅଧିକ କ୍ଷମତାଶାଳୀ ମନେକରୁଥିବା ଏଥିରେ ଦର୍ଶାଯାଇଛି। ୨୦୧୭ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଗୋରକ୍ଷା ନାମରେ ବଢ଼ୁଥିବା ହିଂସାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପ୍ରତି ଜିଲାରେ ଭିଡ଼ହିଂସା ରୋକିବା ପାଇଁ ସ୍ବତନ୍ତ୍ର ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri