ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍। ଫଳରେ ଖାଉଟି ତଥା ଗ୍ୟାସ୍ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟେ ସିଲିଣ୍ଡରକୁ ୧୭ ଶହ ଟଙ୍କାରୁ ୨ ହଜାର ଟଙ୍କାରେ କିଣୁଛନ୍ତି ଲୋକେ।
ଅନ୍ୟପଟେ ଏହି ଜାଳେଣି ଗ୍ୟାସ ମିଳୁ ନ ଥବା ଯୋଗୁ ସହରର ଅଧାରୁ ଅଧିକ ଫାଷ୍ଟଫୁଡ୍ ଦୋକାନ ଓ ହୋଟେଲ ଆଦି ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କୁ ଗୋଟେ ଖାତା ପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳବ ବୋଲି ଗ୍ୟାସ୍ ଏଜେଣ୍ଟ କହୁଥିବା ଶୁଣିବାକୁ ମିଳିଛି।