ନୂଆବର୍ଷରେ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧ା୧: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା ନିର୍ଦ୍ଧାରିତ ହୋଇଛି । ଏହା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ କିଛିମାତ୍ରାରେ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୧ରେ ୧୯ କେଜିର ବ୍ୟବସାୟିକ ସିଲିଣ୍ଡର ପିଛା ଦର୍‌ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ଏହାଦ୍ୱାରା ଦିଲ୍ଲୀରେ ଏହାର ମୂଲ୍ୟ ୨୧୦୧ ଟଙ୍କାରେ ପହଞ୍ଚିଥିଲା। ଏହା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଥିଲା । କାରଣ ୨୦୧୨-୧୩ରେ ଏହା ୨୨୦୦ ଟଙ୍କାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା। ତେବେ ଘରୋଇ ଭାବରେ ବ୍ୟବହାର କରାଯାଉଥିବା ୧୪.୨ କେଜି, ୫ କେଜି ଏବଂ ୧୦ କେଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ। ଏହାପୂର୍ବରୁ ୨୦୨୧ ନଭେମ୍ବର ୧ରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୨୬୬ ଟଙ୍କା ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ...

ସୁନା-ରୂପା କିଣିବା ହେବ ଅଧିକ ମହଙ୍ଗା; ବଢ଼ିଲା ହଲମାର୍କିଂ ଚାର୍ଜ

ନୂଆଦିଲ୍ଲୀ,୨୩।୯: ସୁନା ଓ ରୂପା ହଲ୍‌ମାର୍କିଂ ଉପରେ ଫି’ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବ୍ୟୁରେ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଏସ୍‌)ର ବିଜ୍ଞପ୍ତି ଅନୁଯାୟୀ ସୁନା ଅଳଙ୍କାର...

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

ବାତ୍ୟା ବିପର୍ଯ୍ୟୟ: ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ ବାତିଲ…

ଅହମଦାବାଦ/ମୁମ୍ବାଇ,୧୪।୬ : ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଉଭୟ...

ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରେ ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ...

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି...

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ...

‘ ଭୁଲ ହୋଇଗଲା, ଦିଦି ମୋତେ କ୍ଷମା କର ’

କୋଲକାତା, ୨୩।୫ : ମୋର ଭୁଲ ହୋଇଗଲା, ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ମୋତେ କ୍ଷମାକର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପା ଛାଡ଼ି ତୃଣମୂଳ...

Advertisement
Archives

Model This Week