ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ ଘୋର ସଙ୍କଟ ଦେଖାଦେଇଛି। ଫଳରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିଯୋଗୁ ଯୋଗୁ ଗ୍ରାହକମାନେ ୨/୪ ଦିନ ହେଲା ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଗ୍ୟାସ୍‌ ଗ୍ରାହକମାନେ କହିଛନ୍ତି। ଏ ନ଼େଇ ୨ଦିନ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ସଦର ମହକୁମାଠାରେ ଏକ ଗ୍ୟାସ୍‌ ଯୋଗାଣକାରୀ ସଂସ୍ଥାରେ ଭିଡ଼ ପରିଲକ୍ଷିତ ହେଉଛି। ଶନିବାର ଅପରାହ୍ନରେ ଗୋଟିଏ ଗାଡ଼ି ଜଟଣୀରୁ ପହଞ୍ଚିବା ପରେ ଗ୍ୟାସ୍‌ ସିଲିଣ୍ଡର ପାଇବା ପାଇଁ ଲମ୍ବା ଲାଇନ ଲାଗିଥିଲା। ଗ୍ୟାସ୍‌ ଯୋଗାଣକାରୀ କମ୍ପାନୀ ନିୟମ ଅନୁସାରେ ଯେଉଁମାନେ ବୁକ୍‌କରି ଓଟିପି ପାଇଥିବେ ସେମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର ମିଳୁଛି। ସବୁ ଉପଭୋକ୍ତାଙ୍କୁ ମିଳିପାରି ନ ଥିବା ଜଣାପଡିଛି। ଯେଉଁ ଗାଡ଼ି ଆସିଥିଲା କିଛି ସମୟ ମଧ୍ୟରେ ଟାଙ୍କି ଖାଲି ହୋଇଯାଇଛି ବୋଲି ଉପସ୍ଥିତ ଗ୍ରାହକମାନେ କହିଛନ୍ତି। ପରବର୍ତ୍ତୀ ସମୟରେ ଜାଳେଣି ଗ୍ୟାସ୍‌ ଯୋଗାଣରେ ବ୍ୟାଘାତ ସୃଷ୍ଟିହେବା ଆଶଙ୍କା ରହିଛି ବୋଲି କୁହାଯାଇଛିି।

Dharitri – Odisha’s No.1 Odia Daily

Share
Tags: Gas cylinder