ଅନ୍ଧାରରେ ରଥସାହି ଛକ, ଗୁରୁତ୍ୱ ଦେଉନାହିଁ ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର,୨୮।୮ (ସୀମାଞ୍ଚଳ ମିଶ୍ର): ଆଉ ମାତ୍ର ଦୁଇଦିନ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ହେଲେ ସହରର ମୁଖ୍ୟ ରଥସାହି ଛକ ଦୀର୍ଘ ଚାରିମାସରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ଧକାରରେ ରହିଥିଲେ ମଧ୍ୟ ଏଥିପ୍ରତି ଏନସି ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ କିମ୍ବା କୌଣସି ଜନପ୍ରତିନିଧି କାହାରି ନଜର ପଡୁ ନ ଥିବା ଚିନ୍ତାର ବିଷୟ ପାଲଟିଛି। ଏହିସ୍ଥାନଟି ଜନଗହଳିପୂର୍ଣ୍ଣ ଓ ଆସିକା-ହୁମ୍ମା ମୁଖ୍ୟ ରାସ୍ତା ହୋଇଥିବା ହେତୁ ଏଠାରେ ବାରମ୍ବାର ଦୁର୍ଘଟଣା ସହ ବିଭିନ୍ନ ସମସ୍ୟାମାନ ଦେଖାଦେଉଛି। ଏହାକୁ ରୋକିବା ଲାଗି ଗତ ତିନିବର୍ଷ ତଳେ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ହାଇମାକ୍ସ ପୋଷ୍ଟ ନିର୍ମାଣ କରାଯାଇ ସେଥିରେ ତିନିଶହ ୱାଟ କ୍ଷମତା ସମ୍ପୂର୍ଣ୍ଣ ଛଅ ଗୋଟି ଲାଇଟ ଲଗାଯାଇ ଆଲୋକୀକରଣ କରାଯାଇଥିଲା। ମାତ୍ର ଏହା ଖରାପହେବା ପରେ ତାହାକୁ ବଦଳାଇ ସମ୍ପୂର୍ଣ୍ଣ ନିମ୍ମମାନର ଲାଇଟ ତିନିଗୋଟି ଲଗାଯାଇଥିଲା ଯାହାକି ସେହି ଲାଇଟମାନ ଦୀର୍ଘ ଛଅ ମାସ ହେଲା ଗୋଟାଏ ପରେ ଗୋଟାଏ ପୋଡି ନଷ୍ଟହେବାରେ ଲାଗିଥିବା ବେଳେ ବର୍ତ୍ତମାନ ଚାରିମାସରୁ ଊର୍ଦ୍ଧ୍ୱ ହେଲା ଜଳୁଥିବା ଗୋଟିଏ ମାତ୍ର ଲାଇଟ କେତେବେଳେ ଲାଗୁଛିତ କେକେବଳେ ବନ୍ଦ ହୋଇପଡୁଛି। ଫଳରେ ଆଲୋକୀକରଣ ହୋଇ ନ ପାରି ସମ୍ପୂର୍ଣ ଅନ୍ଧକାର ରହୁଛି। ଯାହାଦ୍ବାରା ଏଠାରେ ଦୁର୍ଘଟଣାମାନ ଘଟିବା ସହ ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟାରେ ଦର୍ଶନଲାଗି ଆସୁଥିବା ମହିଳାମାନେ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଥିନେଇ ଜନସାଧାରଣ ଏନ୍‌ଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଏଣୁ ମହିଳାମାନଙ୍କ ସୁରକ୍ଷା ଓ ଦୁର୍ଘଟଣା ଆଦିପ୍ରତି ଦୃଷ୍ଟି ଦେଇ ଗଞ୍ଜାମ ଜିଲାପାଳ ଏଥିପ୍ରତି ପଦକ୍ଷେପନେବାକୁ ସହରବାସୀ ଦାବିକରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ନୟାଗଡ଼ରୁ ଛତ୍ରପୁର ଆସୁଥିଲେ, ଡିଭାଇଡର ସହ ବାଇକ୍‌ ପିଟି ହେବା ପରେ ଛିଟିକି ପଡ଼ିଲେ; ମା’ବାପା ଗୁରୁତର, ୨ ବର୍ଷର ଶିଶୁକନ୍ୟା…

ଛତ୍ରପୁର, ୨୧।୪(ଦିଲ୍ଲୀପ ସାମଲ):  ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ଭାଗ୍ୟଲକ୍ଷ୍ମୀ ନଗର ନିକଟରେ ସଡକ ଦୁର୍ଘଟଣା । ଏଥିରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri