ଶିଳ୍ପ ବିକାଶ କ୍ଷେତ୍ରରେ ଗଞ୍ଜାମ ପଛୁଆ

ବ୍ରହ୍ମପୁର,୧୪ା୧୦(ନରସିଂହ ସାହୁ): ଗଞ୍ଜାମରେ ଶିଳ୍ପ ବିକାଶ ହୋଇପାରୁନାହିଁ। ତେଣୁ ଜିଲାର ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଗତ ୫ ଦଶନ୍ଧି ମଧ୍ୟରେ ଗୋଟିଏ ବି ନୂଆ ଶିଳ୍ପ ପ୍ରତିଷ୍ଠା ହୋଇ ନ ଥିବା ବେଳେ ପୁରୁଣା ଶିଳ୍ପ ରୁଗ୍‌ଣ ହୋଇଯାଇଛି। କଂଗ୍ରେସ ଓ ଅଣକଂଗ୍ରେସ ଶାସନରେ ଅଣଦେଖା କରାଯାଇଛି। ବ୍ରିଟିଶ ଶାସନରେ ହୋଇଥିବା ଆସିକା ସମବାୟ ଚିନି ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଅଛି। ସେଠାର ସୂତାକଳ ଅଚଳ ହୋଇଯାଇଛି। କାମଧନ୍ଦା ନ ପାଇ ଆସିକା ଅଞ୍ଚଳରୁ ସର୍ବାଧିକ ଶ୍ରମିକ ଅନ୍ୟତ୍ର ଯାଇ କାମ କରୁଛନ୍ତି।
କୃଷି ବହୁଳ ଏହି ଜିଲାରେ କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଚରମ ଅବହେଳାରୁ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ ନିର୍ମାଣ କାରଖାନା ହୋଇପାରିଲାନି। ମୋଦୀ ସରକାର ବନ୍ଦ କରି ଦେଇଛନ୍ତି। ଛତ୍ରପୁର ବ୍ଲକରେ ଥିବା ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କାରଖାନା ମଧ୍ୟ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି। ୨୬ ବର୍ଷ ତଳେ ଟାଟା କମ୍ପାନୀର ହେବାକୁ ଥିବା ମେଗା ଇସ୍ପାତ ପ୍ରକଳ୍ପରୁ କମ୍ପାନୀ ଓହରି ଯାଇଛି। ୧୯୯୬ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଭୋଟ ରାଜନୀତି ପାଇଁ ୧୯୯୫ ଡିସେମ୍ବର ୩୦ରେ ଟାଟାର ଇସ୍ପାତ କାରଖାନା ପାଇଁ ସେ ଶିଳାନ୍ୟାସ କରିଥିଲେ। ସେତେବେଳେ ରାଜ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଥିଲା। ଛତ୍ରପୁର ଓ ଗୋପାଳପୁର ଅଞ୍ଚଳରୁ ସାଢ଼େ ୩ ହଜାରରୁ ଅଧିକ ଏକର ଘରୋଇ ଜମି ଜୋରଜବରଦସ୍ତ ଶାଗମାଛ ଦରରେ ଅଧିଗ୍ରହଣ କରାଯାଇଥିଲା। ଫଳରେ ଶହ ଶହ ପରିବାର ବିସ୍ଥାପିତ ହୋଇ ଭିଟାମାଟି ହରାଇଲେ। ଅଧିଗ୍ରହଣ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚାକିରି ସୁଯୋଗ ଏବେ ବି ମିଳିନାହିଁ। ୧୯୯୯ ମହାବାତ୍ୟାରେ ରାଜ୍ୟ ସରକାରଙ୍କ ୧୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋପାଳପୁର ସାମୟିକ ଓ କ୍ଷୁଦ୍ର ବନ୍ଦର ଧ୍ୱଂସ ହୋଇଗଲା। ୨୦୦୬ରେ ସେହି ବନ୍ଦରକୁ ସରକାର ଘରୋଇ ଉଦ୍ୟୋଗକୁ ଟେକିଦେଲେ। ତଥାପି ବିକାଶ ଘଟିନାହିଁ। ବନ୍ଦର ପାଖରେ ଜାହାଜ ଭଙ୍ଗା ଶିଳ୍ପର ପ୍ରଚାର ହେଲା। ବିଦେଶରୁ ମାତ୍ର ଗୋଟିଏ ପୁରୁଣା ଜାହାଜ ବନ୍ଦର ପାଖକୁ ଆସିଥିବା ଏବଂ ଭଙ୍ଗାଯିବା ବେଳେ ଅନେକ ମୂଲ୍ୟବାନ ସାମଗ୍ରୀ ଉଭାନ ହୋଇଯାଇଥିଲା। ୨୫ ବର୍ଷ ତଳେ ସେହି ଗୋଟିକରେ ଜାହାଜ ଭଙ୍ଗା ଶିଳ୍ପ ଅଟକି ଯାଇଛି। ସେହିପରି ଗଞ୍ଜାମ ବ୍ଲକରେ ଏକ ଘରୋଇ ଇଣ୍ଡଷ୍ଟ୍ରି ଥିବା ବେଳେ ବିଭିନ୍ନ ସମୟରେ ଶ୍ରମିକ ଅଶାନ୍ତି ସୃଷ୍ଟି ହେଉଛି।
ଟାଟା କମ୍ପାନୀର ଇସ୍ପାତ କାରଖାନା ଏବଂ ରେଳ ୱାଗନ ଫ୍ୟାକ୍ଟ୍ରି ଦ୍ୱାରା ଜିଲାର ହଜାର ହଜାର ଶ୍ରମିକ କର୍ମ ନିଯୁକ୍ତିି ପାଇବାର ଆଶା କରାଯାଇଥିଲା। ତେବେ ଏହା କାର୍ଯ୍ୟକ୍ଷମ ନ ହେବାରୁ ଆଶା ମଉଳି ଯାଇଛି। ଫଳରେ ଗଞ୍ଜାମ ଶିଳ୍ପ ବିହିନ ଜିଲାରେ ପରିଣତ ହୋଇଯାଇଛି। ବିଜେଡି ସରକାର ବିଭିନ୍ନ ନୂଆ ଯୋଜନା କରୁଥିବାରୁ ଗଞ୍ଜାମ ଜିଲାରେ ଶିଳ୍ପର ବିକାଶ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରମିକ ସଂଗଠନ ନେତାଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri