ଜାତୀୟ ପ୍ରତିଯୋଗିତାରେ ଭାଗନେବେ ଗଞ୍ଜାମ ଝିଅ:  ସାଉଣ୍ଟୁଛନ୍ତି ଗୋଟିଏ ପରେ ଗୋଟିଏ ସମ୍ମାନ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଭୁବନେଶ୍ବରସ୍ଥିତ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୩୫ତମ ଓଡ଼ିଶା ମାଷ୍ଟର୍ସ ଦୌଡରେ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ସୁପ୍ରକାଶ  ପ୍ରଧାନ କୃତିତ୍ୱ ହାସଲ କରିଛନ୍ତି।
୬ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୫ ବର୍ଷରୁ ୮୫ବର୍ଷ ପର୍ଯ୍ୟନ୍ତ କ୍ରୀଡାବିତ୍‌ ମାନେ ବିଭିନ୍ନ ଜିଲାରୁ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ମାଷ୍ଟର ଆଥେଲେଟିକ ଆସୋସିଏସନ (ଓମା) ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ୪୦ବର୍ଷରୁ  ଊର୍ଦ୍ଧ୍ୱ ‘ଡିସକସ’ ଓ ‘ସଟଫୁଟ ଥ୍ରୋ’ରେ ଗଞ୍ଜାମର ସୁପ୍ରକାଶ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏଥ ସହିତ ଆସନ୍ତା ୨୮ରୁ  ଫେବୃଆରୀ ୧ତାରିଖ ପର୍ଯ୍ୟନ୍ତ କେରଳର ଥିରୁବନ୍ଥମପୁରମ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୬ତମ ଜାତୀୟ ମାଷ୍ଟର୍ସ ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁପ୍ରକାଶ ପ୍ରଧାନ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। କ୍ରୀଡାବିତ୍‌ସୁପ୍ରକାଶ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ଏହି ଅବସରରେ ତାଙ୍କ ପ୍ରବେସନାରୀ ଆଇଏଏସ ଅଧିକାରିଣୀ  ମୃଣାଲିକା ରାଠୋର ଶୁଭେଚ୍ଛା ଜଣାଇଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ବିବାହ କରିବାକୁ ମନା କଲେ ଝିଅ, ବରଯାତ୍ରୀ ନେଇ ସିଧା ପୋଲିସ ଷ୍ଟେଶନରେ ପହଞ୍ଚିଲେ ବର, ଆଉ ତା’ପରେ…

ନୂଆଦିଲ୍ଲୀ,୧୭।୧: ବିବାହ କରିବାକୁ କନ୍ୟା ପକ୍ଷ ମନା କରିବାରୁ ବରଯାତ୍ରୀ ନେଇ ପୋଲିସ ଷ୍ଟେଶନରେ ସିଧା ପହଞ୍ଚିଗଲେ ବର। ଏଭଳି ଘଟଣା ପଞ୍ଜାବର ଯମୁନାନଗର ଅଞ୍ଚଳରେ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri