ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌ ସମୟରୁ ଏଠାରେ ଭକ୍ତଙ୍କ ଭିଡ଼ ଲାଗିରହିଛି। ଏହି ଅବସରରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ମା’ଙ୍କ ନିକଟକୁ ଆସି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ସମଗ୍ର ଗଞ୍ଜାମବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଯେପରି ଜିଲାର ବିକାଶ ଘଟିବ ସେଥିନେଇ ମା’ଙ୍କଠାରେ ପ୍ରାର୍ଥନା କରିଛନ୍ତି।

ଜିଲାପାଳଙ୍କ ସହ ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହରା, ବିଡିଓ ଶରତ କୁମାର ପାତ୍ର ଉପସ୍ଥିତ ରହିଥିଲେ। ଆଜି ମା’ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି।

Dharitri – Odisha’s No.1 Trusted Odia Daily

Share