ବନ୍ୟାଜଳରେ ଭାସିଗଲା ଗେଙ୍ଗୁଟି ନଦୀ ପୋଲ

ଭଦ୍ରକ,୨୭ା୭(ସନାତନ ରାଉତ): ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ଶନିବାର ରାତିରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି। ଭଣ୍ଡାରିପୋଖରୀ ଷୋଳମପୁର ପଞ୍ଚାୟତରେ ତିଖିଲିଆକୁ ସଂଯୋଗ କରୁଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୋଲ ଭାସି ଯାଇଛି l ଷୋଳମପୁର ପଞ୍ଚାୟତରେ ବହୁ ପରିମାଣରେ ପରିବା ଚାଷ ହୋଇଥିବା ବେଳେ ବନ୍ୟା ପାଣିରେ ଜଳମଗ୍ନ ହୋଇଛି। ସେହିପରି ଖରିଫ ଚାଷ ଆରମ୍ଭରେ ବନ୍ୟା ହୋଇଥିବାରୁ ଧାନ ତଳି ସମ୍ପୂର୍ଣ ବୁଡ଼ି ରହିଛି l ଶୀଘ୍ର ଜଳ ନିଷ୍କାସନ ନହେଲେ ତଳି ନଷ୍ଟ ହେବାର ଆଶଙ୍କା ରହିଛି। ଧାମନଗର ବ୍ଲକର ଷେଣ୍ଢପୁର, ଗୌରାଙ୍ଗପୁର, ଦଳାଙ୍ଗ ଆଦି ଅଞ୍ଚଳ ଓ ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ନପଙ୍ଗ, ବଳିପୁର, ବନ୍ଦାଳୋ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ରାସ୍ତା ଜଳମଗ୍ନ ହୋଇଛି।

Share
Tags: flood water