ଗଙ୍ଗା ଦାସ ହତ୍ୟା ଘଟଣାର ପର୍ଦ୍ଦାଫାଶ:୨ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୫: ଅପରାଧିକ ମାମଲରେ ଅଭିଯୁକ୍ତ ଗଙ୍ଗା ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଗଙ୍ଗାଙ୍କ ଗୁଣ୍ଡାରାଜକୁ ନେଇ ପୁଞ୍ଜିଭୂତ ଅଶାନ୍ତିରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଉରୀ ସୁକୁଣ୍ଡା ଗ୍ରାମର ରିଙ୍କୁ ଦାସ ଓ ଚନ୍ଦନ ଦାସ। ଅଭିଯୁକ୍ତଦ୍ୱୟ ଏକ ବୁଦା ମୂଳେ ଲୁଚାଇ ରଖିଥିବା ରକ୍ତଭିଜା ଖଣ୍ଡା, ସେମାନଙ୍କ ରକ୍ତଭିଜା କପଡ଼ା ଓ ଦୁଇଟି ବାଇକ ପୋଲିସ ଜବତ କରିଛି। ଉଭୟଙ୍କୁ ସେମାବାର କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ . ସୂଚନା ଦେଇଛନ୍ତି। ହତ୍ୟା ଘଟଣାରେ ସଂପୃକ୍ତ ଥାଇ ଫେରାର ଥିବା ଅନ୍ୟ ଅଭିଯୁକ୍ତ ମହେଶ୍ୱର ଦାସଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗଙ୍ଗାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଦୁଇଟି ମାମଲା ରହିଥିଲା। ସେ ସବୁବେଳେ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ’ଙ୍କୁ ଅସଦାଚାରଣ କରି ଆସୁଥିଲେ। ତାଙ୍କ ଗୁଣ୍ଡାରାଜ ଓ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ତେଣୁ ସେମାନେ କିଛିଦିନ ତଳେ ଗଙ୍ଗାଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ସଫଳ କରିବାକୁ ଅଭିଯୁକ୍ତ ରିଙ୍କୁଙ୍କ ସମ୍ପର୍କୀୟ ମହେଶ୍ୱରଙ୍କ ସହାୟତା ନିଆଯାଇଥିଲା। ସେ ଜୁଗୁଡି ଛକରେ ରହୁଥିଲେ। ଗଙ୍ଗା ସବୁଦିନ ଭଳି ଗତ ୧୧ ତାରିଖରେ କାମ କରୁଥିବା ମହୁଡ଼ାସ୍ଥିତ ଫ୍ୟାକ୍ଟ୍ରିରୁ କାମ ସାରି ଲାଠୀ ଦେଇ ବାଇକରେ ସୁକୁଣ୍ଡା ଫେରୁଥିଲେ। ମହୁଡ଼ାରେ ଛକି ରହିଥିବା ମହେଶ୍ୱର ରିଙ୍କୁଙ୍କୁ ଏହା ଜଣାଇଥିଲେ। ରିଙ୍କୁ ଓ ଚନ୍ଦନ ବାଟରେ ତାଙ୍କୁ ଜଗି ରହିଥିଲେ। ସୁକୁଣ୍ଡା ରାସ୍ତାରେ ଯିବା ପୂର୍ବରୁ ସେମାନେ ଗଙ୍ଗାଙ୍କ ବାଇକ ଅଟକାଇବା ପରେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତଦ୍ୱୟ ମୃତଦେହକୁ ରାସ୍ତାକଡ଼ ବିଲ ମଧ୍ୟରେ ଫୋପାଡ଼ି ଦେଇଥିଲେ। ସୂଚନାଯୋଗ୍ୟ, ଗଙ୍ଗା ଗତ ୧୧ ତାରିଖରେ ତାଙ୍କ ସ୍ତ୍ରୀ ପୁଷ୍ପାଙ୍କୁ ଫୋନ୍‌ କରି ରାତି ୧୦ଟାରେ ଘରକୁ ଫେରିବେ ବୋଲି କହିଥିଲେ। କିନ୍ତୁ ରାତି ୧୨ଟା ପର୍ଯ୍ୟନ୍ତ ସେ ନ ଫେରିବାରୁ ଗଙ୍ଗାଙ୍କୁ ପୁଷ୍ପା ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଉ ନଥିଲେ। ୧୨ ତାରିଖ ସକାଳେ ବିଲରେ ଗଙ୍ଗାଙ୍କ ମୃତଦେହ ପଡ଼ିଥିବା ଖବରପାଇ ସଦର ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ସେଠାରୁ ଗଙ୍ଗାଙ୍କ ମୋବାଇଲ ଫୋନ ଏବଂ ବାଇକ ପୋଲିସ ଜବତ କରିଥିଲା। ପୁଷ୍ପାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ୨୫୮/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri