ପଟ୍ଟାମୁଣ୍ଡାଇ,୧୨।୮: କେନ୍ଦ୍ରାପଡ଼ା ଜିଲା ରାଜନଗରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିି କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିଉସାଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁୁଛି। ରାଖୀ ପୂର୍ଣ୍ଣମା ଦିନ ଛାତ୍ରୀଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।


