୫୦ ହଜାର ରୁଦ୍ରାକ୍ଷରେ ଗଜାନନ

ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍‌ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ ବ୍ୟବହାର କରାଯାଉଛି। ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା ପାଇଁ ସାରା ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।

ପ୍ରଚଳିତ ଗଣେଶପୂଜା ସଦୃଶ ଉତ୍ତର ଓଡ଼ିଶାର ବାରିପଦାର ତୁଳସୀଚଉରାରେ ୫ଦିନ ଧରି ପୂଜାବିଧି ଅନୁଷ୍ଠିତ ହେବ। ଏ ନେଇ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି। ୧୫ବର୍ଷ ପୂର୍ବେ ୨୦ ଜଣ ସଦସ୍ୟଙ୍କୁ ନେଇ କ୍ଲବ୍‌ ଗଠନ କରି ମାତ୍ର ୭ ଶହ ଟଙ୍କାରେ ପ୍ରଥମ ବର୍ଷ ପୂଜା ସମ୍ପାଦିତ ହୋଇଥିଲା। ଚଳିତବର୍ଷ ୧୭ ତମ ପୂଜାରେ ୯ ଶହ ସଦସ୍ୟଙ୍କୁ ନେଇ ପୂଜାରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୧ମାସ ପୂର୍ବରୁ ମୂର୍ତ୍ତି ତିଆରି ଚାଲିଥିବା ବେଳେ ରୁଦ୍ରାକ୍ଷରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୂର୍ତ୍ତି ନିର୍ମାଣରେ ୭୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୮ଟି ମୃଦଙ୍ଗକୁ ନେଇ ୬୦ଫୁଟ ଉଚ୍ଚର ଆକର୍ଷଣୀୟ ତୋରଣ ସାଙ୍ଗକୁ ୪ଲକ୍ଷ ଟଙ୍କାରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। ପୂଜାମଣ୍ଡପ ସହ ରାସ୍ତାଘାଟ ଓ ମେଳା ପଡ଼ିଆ ଆଲୋକମାଳାରେ ଅଞ୍ଚଳ ସଜ୍ଜିତ ହୋଇଛି। ଜାତୀୟସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ୮ଦିନ ଧରି ମଞ୍ଚରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ରାଜ୍ୟର ବହୁ କଳାକାର ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିବେ। ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାଶଙ୍କ ପ୍ରବଚନ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଭକ୍ତ ଓ ଦର୍ଶକ ମନଭରି ଆନନ୍ଦ ଉଠାଇବେ ବୋଲି କର୍ମକର୍ତ୍ତାମାନେ ଜଣାଇଛନ୍ତି। ସେହିପରି ୧୦ଦିନ ଧରି ଚାଲିବାକୁ ଥିବା ମେଳାରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହ ଘରୋଇ ଉପକରଣ, ମ୍ୟାଜିକ ଶୋ’, ଦୋଳି ଓ ମିକି ମାଉସର ବ୍ୟବସ୍ଥା କରାଯାଇଛି। ମେଳା ସେପ୍ଟେମ୍ବର ୧୯ ରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ୟୁନିୟନ ସଭାପତି ସୌମ୍ୟରଞ୍ଜନ ମିଶ୍ର ଓ ସମ୍ପାଦକ ଦେବାଶିଷ ଦାଶଙ୍କ ନେତୃତ୍ୱରେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ବେଳେ ଅଧ୍ୟକ୍ଷ ରାକେଶ ବେହେରା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସଦସ୍ୟ ବୀରେନ୍ଦ୍ର ନାଥ, ବିଦ୍ୟାଧର ନାୟକ, ସନ୍ତୋଷ ଦାସ, ଦେବାଶିଷ ଲାଲ, ମନୋଜ ବାରିକ, ରମାକାନ୍ତ ଥାଟୋଇ, ସୁଦର୍ଶନ ପାତ୍ର, ରତିକାନ୍ତ ଦାସ, ଚାନ୍ଦ ମୁଲ୍ଲା, ପବିତ୍ର ଗିରି, ଶିବଶଙ୍କର ବେହେରା, ନିହାର ରଞ୍ଜନ ନାୟକ, ଚାନ୍ଦ ମୁଲ୍ଲା, ସେକ୍‌ ଆୟୁବ, ଶୁଭ୍ରାଂଶୁ ଶେଖର ସାହୁ, ଶିବଶଙ୍କର ବେହେରା, ମନୋଜ ମହାପାତ୍ର, ରାହୁଲ ସିଂ, ରବି ସିଂ, ଭଗବାନ ବେହେରା, ସଞ୍ଜୟ ସିଂଙ୍କ ସମେତ କର୍ମକର୍ତ୍ତାମାନେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri