୫୦ ହଜାର ରୁଦ୍ରାକ୍ଷରେ ଗଜାନନ

ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍‌ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ ବ୍ୟବହାର କରାଯାଉଛି। ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା ପାଇଁ ସାରା ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।

ପ୍ରଚଳିତ ଗଣେଶପୂଜା ସଦୃଶ ଉତ୍ତର ଓଡ଼ିଶାର ବାରିପଦାର ତୁଳସୀଚଉରାରେ ୫ଦିନ ଧରି ପୂଜାବିଧି ଅନୁଷ୍ଠିତ ହେବ। ଏ ନେଇ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି। ୧୫ବର୍ଷ ପୂର୍ବେ ୨୦ ଜଣ ସଦସ୍ୟଙ୍କୁ ନେଇ କ୍ଲବ୍‌ ଗଠନ କରି ମାତ୍ର ୭ ଶହ ଟଙ୍କାରେ ପ୍ରଥମ ବର୍ଷ ପୂଜା ସମ୍ପାଦିତ ହୋଇଥିଲା। ଚଳିତବର୍ଷ ୧୭ ତମ ପୂଜାରେ ୯ ଶହ ସଦସ୍ୟଙ୍କୁ ନେଇ ପୂଜାରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୧ମାସ ପୂର୍ବରୁ ମୂର୍ତ୍ତି ତିଆରି ଚାଲିଥିବା ବେଳେ ରୁଦ୍ରାକ୍ଷରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୂର୍ତ୍ତି ନିର୍ମାଣରେ ୭୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୮ଟି ମୃଦଙ୍ଗକୁ ନେଇ ୬୦ଫୁଟ ଉଚ୍ଚର ଆକର୍ଷଣୀୟ ତୋରଣ ସାଙ୍ଗକୁ ୪ଲକ୍ଷ ଟଙ୍କାରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। ପୂଜାମଣ୍ଡପ ସହ ରାସ୍ତାଘାଟ ଓ ମେଳା ପଡ଼ିଆ ଆଲୋକମାଳାରେ ଅଞ୍ଚଳ ସଜ୍ଜିତ ହୋଇଛି। ଜାତୀୟସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ୮ଦିନ ଧରି ମଞ୍ଚରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ରାଜ୍ୟର ବହୁ କଳାକାର ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିବେ। ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାଶଙ୍କ ପ୍ରବଚନ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଭକ୍ତ ଓ ଦର୍ଶକ ମନଭରି ଆନନ୍ଦ ଉଠାଇବେ ବୋଲି କର୍ମକର୍ତ୍ତାମାନେ ଜଣାଇଛନ୍ତି। ସେହିପରି ୧୦ଦିନ ଧରି ଚାଲିବାକୁ ଥିବା ମେଳାରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହ ଘରୋଇ ଉପକରଣ, ମ୍ୟାଜିକ ଶୋ’, ଦୋଳି ଓ ମିକି ମାଉସର ବ୍ୟବସ୍ଥା କରାଯାଇଛି। ମେଳା ସେପ୍ଟେମ୍ବର ୧୯ ରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ୟୁନିୟନ ସଭାପତି ସୌମ୍ୟରଞ୍ଜନ ମିଶ୍ର ଓ ସମ୍ପାଦକ ଦେବାଶିଷ ଦାଶଙ୍କ ନେତୃତ୍ୱରେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ବେଳେ ଅଧ୍ୟକ୍ଷ ରାକେଶ ବେହେରା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସଦସ୍ୟ ବୀରେନ୍ଦ୍ର ନାଥ, ବିଦ୍ୟାଧର ନାୟକ, ସନ୍ତୋଷ ଦାସ, ଦେବାଶିଷ ଲାଲ, ମନୋଜ ବାରିକ, ରମାକାନ୍ତ ଥାଟୋଇ, ସୁଦର୍ଶନ ପାତ୍ର, ରତିକାନ୍ତ ଦାସ, ଚାନ୍ଦ ମୁଲ୍ଲା, ପବିତ୍ର ଗିରି, ଶିବଶଙ୍କର ବେହେରା, ନିହାର ରଞ୍ଜନ ନାୟକ, ଚାନ୍ଦ ମୁଲ୍ଲା, ସେକ୍‌ ଆୟୁବ, ଶୁଭ୍ରାଂଶୁ ଶେଖର ସାହୁ, ଶିବଶଙ୍କର ବେହେରା, ମନୋଜ ମହାପାତ୍ର, ରାହୁଲ ସିଂ, ରବି ସିଂ, ଭଗବାନ ବେହେରା, ସଞ୍ଜୟ ସିଂଙ୍କ ସମେତ କର୍ମକର୍ତ୍ତାମାନେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri