Posted inଜାତୀୟ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମନୁଷ୍ୟକୃତ: ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ଟିଆରପି ଗେମିଂ ଜୋନ୍‌ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରାଜକୋଟ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ହାଇକୋର୍ଟ ବର୍ତ୍ତମାନ ଅଗ୍ନି ନିରାପତ୍ତା ସମ୍ପର୍କରେ ମ୍ୟୁନିସିପାଲିଟି କର୍ପୋରେଶନଠାରୁ ଉତ୍ତର ମାଗିଛନ୍ତି। ରାଜକୋଟ ଅଘଟଣ ଶୁଣାଣିରେ ହାଇକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚ କହିଛନ୍ତି ଯେ, ଏହା ମନୁଷ୍ୟକୃତ ବିପର୍ଯ୍ୟୟ। ସିନ୍ଧୁଭାନ ରୋଡ, ସର୍ଦ୍ଦାର ପଟେଲ ରିଙ୍ଗ ରୋଡ୍‌ ଏବଂ ଅହମ୍ମଦାବାଦର ଏସ୍‌.ଜି ରାଜପଥରେ ଖେଳୁଥିବା ଜୋନ୍‌ଗୁଡ଼ିକ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ।

'यह मानव निर्मित आपदा है', राजकोट गेमिंग जोन अग्निकांड मामले में हाई कोर्ट की तल्ख टिप्पणी

ଅଦାଲତ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଗେମିଂ ଜୋନ୍‌ର ନିର୍ମାଣ, କାର୍ଯ୍ୟ ପାଇଁ ନିୟମିତ ଏବଂ ଉପଯୁକ୍ତ ନିୟମ ପାଳନ କରାଯାଇ ନାହିଁ। ହାଇକୋର୍ଟ ଏହି ଘଟଣାର ମାମଲା ନିଜେ ହାତକୁ ନେଇ ମାମଲା ଦାୟର ଥିଲେ। ଏହି ଆବେଦନ ଶୁଣାଣି ବେଳେ ଅହମ୍ମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟ ସମେତ ନିଗମକୁ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି।

Gujarat: TRP Game Zone owner among 3 arrested after massive fire kills 24, including children in Rajkot - India Today

ଅଦାଲତ କହିଛନ୍ତି, ଏହି ଗେମିଂ ଜୋନ୍‌ ଚଳାଇବା ପାଇଁ ଆଇନର କେଉଁ ବ୍ୟବସ୍ଥା ଅନୁଯାୟୀ ଅନୁମତି ଦିଆଯାଇଛି ନିଗମକୁ ସ୍ପଷ୍ଟ କରିବାକୁ ପଡ଼ିବ। ଏହି ମାମଲାରେ ଏକ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ନିୟମ ପାଳନ କରିବା ସମ୍ପର୍କରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ମେ’ ୨୭)ରେ ହେବ।

Fire | Gujarat: Children among many killed in Rajkot game zone fire; relief, rescue ops underway - Telegraph India

ସୂଚନାଯୋଗ୍ୟ, ଶନିବାର ଟିଆରପି ଗେମିଂ ଜୋନ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ହେତୁ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଧୂଆଁମୟ ହୋଇଯାଇଥିଲା। ବିପୁଳ ପରିମାଣର କାଠ ଆସବାବପତ୍ର ବ୍ୟତୀତ, ଖେଳ ସାମଗ୍ରୀ ଏବଂ ଟାୟାର ମଧ୍ୟ ଥିଲା। ଇଟା କଂକ୍ରିଟ ବଦଳରେ ଟିଫିନ ସିଟ୍‌ ଏବଂ ଷ୍ଟ୍ରକଚର କାଠ ସହିତ ପୁରା ଗେମ ଜୋନ୍‌ ନିର୍ମାଣ କରାଯାଇଥିଲା।

ଏହି କାରଣରୁ ନିଆଁ ବ୍ୟାପି ଯାଇଥିଲା। ପ୍ରାୟ ତିନି ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦୁର୍ଘଟଣା ପରେ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri