Posted inଜାତୀୟ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ସରକାରଙ୍କୁ ଭର୍ତ୍ସନା କଲେ ଖାର୍ଗେ, କହିଲେ…

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ହୋଇଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଥାଶୀଘ୍ର ଏହି ମାମଲାରେ ଏହି ଦାୟୀ ତାଙ୍କୁ ଚିହ୍ନଟ କରି କଠୋରରୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ।

ଏଥିସହ ରାଜ୍ୟ ସରକାରଙ୍କ ହେୟ ମନୋଭାବ ଯୋଗୁ ଏଭଳି ଘଟଣା ଘଟୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ରାଜକୋଟ ସହରର ଏକ ‘ଗେମିଂ ଜୋନ୍‌’ରେ ଅଗ୍ନିକାଣ୍ଡ ଘଟି ଶିଶୁଙ୍କ ସମେତ ଅତି କମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।
ଖାର୍ଗେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ କରିଛନ୍ତି, ଗୁଜରାଟର ରାଜକୋଟରେ ଗେମିଂ ଜୋନର ଭୟଙ୍କର ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅନେକ ନିରୀହ ପିଲା ମଧ୍ୟ ଅଛନ୍ତି। ମୁଁ ପୀଡ଼ିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ମୁଁ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରୁଛି ଯେ, ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଅନ୍ତୁ ଯାହା ଦ୍ୱାରା ପୀଡ଼ିତମାନେ ଚିକିତ୍ସା ଏବଂ କ୍ଷତିପୂରଣ ଇତ୍ୟାଦିରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାନବୀୟ ତ୍ରୁଟିରୁ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା: ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ,୧୭।୬: ସୋମବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ମାନବୀୟ...

ଏହି ଆସନରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାଏବରେଲିରୁ ଏମ୍ପି ରହିବେ। ବର୍ତ୍ତମାନ ଦଳର ସାଧାରଣ...

ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍‌ପି: ଏବେ ଖୋଲିଲେ ଗୁମର

ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍‌ପି ମନ୍ତ୍ରୀ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ଫଳରେ...

ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ: ଟୁଇଟ୍‌ ଯୋଗେ କହିଲେ…

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ନୂଆ ଜଲପାଇଗୁଡିରେ କଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛରୁ ଉଚ୍ଚ ବେଗରେ ଆସୁଥିବା ଏକ ମାଲବାଦୀ ଟ୍ରେନ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣା: ୫ ମୃତ, ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା

କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri