ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି। ଯନ୍ତାରେ ଛେଳି ଓ ବାର୍‌ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁନାହିଁ। ଜଙ୍ଗଲରେ ଛେଳି, ବାର୍‌ହା, ମଇଁଷି ଭଳି ପ୍ରାଣୀଙ୍କୁ ବାନ୍ଧି ଉପରୁ ଜାଲ ବିଛାଯାଇଛି। ବନ ବିଭାଗର ଏହି ବାଘ- ଛେଳି ଖେଳ ପ୍ରସଙ୍ଗ ଏବେ ଆଲୋଚନାର ବିଷୟ ପାଲଟିଛି।
ମଙ୍ଗଳବାର ଭୋର ସମୟରେ ଜିନ୍ନତ ବୁଦୱାନ ଗାଁରେ ପଶି ୪ଟି ଛେଳିକୁ ମାରିଥିବା ବେଳେ ୨ଟିକୁ ଖାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ ବିଭାଗ ଦେଉଥିବା ଖାଦ୍ୟ ଖାଇବା ପୂର୍ବରୁ ଧରାପଡ଼ିବା ଭୟରେ ଜିନ୍ନତ ଚତୁରତାର ସହ ଖସିଯାଉଛି। ବିଭାଗୀୟ କର୍ମଚାରୀମାନେ ବାଘୁଣୀକୁ ଧରିବା ପାଇଁ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମ ଜରିଆରେ ଟାଙ୍କୁଲାଇଜ୍‌ କରିବାକୁ ଯୋଜନା କରୁଛନ୍ତି। ଜିନ୍ନତ ରହୁଥିବା ଜଙ୍ଗଲରୁ ଲାଲଗଡ଼ ଅଞ୍ଚଳ ମାତ୍ର ୪୦ କି.ମି. ଦୂର ହୋଇଥିବାରୁ ସେ ଏହି ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ଦେଖାଦେଇଛି। ତେବେ ଖୁବ୍‌ଶୀଘ୍ର ଜିନ୍ନତକୁ ଶିମିଳିପାଳ ଫେରାଇ ଅଣାଯିବ ବୋଲି ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟ ସୀମାରୁ ୩୦୦ କି.ମି. ଦୂରରେ ବାଘୁଣୀ ଜିନ୍ନତ ଚଳପ୍ରଚଳ କରୁଛି। ପଶ୍ଚିମବଙ୍ଗର ରାଇକିଆ ପାହାଡ଼ ଓ ନିକଟସ୍ଥ କ୍ୱିଲାପାଳର ଘଞ୍ଚ ଜଙ୍ଗଲରେ ସେ ରହିିଛି। ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ନେଉଥିବା ପ୍ରୟାସ ବିଫଳ ହେବାରେ ଲାଗିଛି। ଏପରିକି ବନ ବିଭାଗର ଯନ୍ତା, ଗାଡ଼ି ଓ କର୍ମଚାରୀଙ୍କ ଚଳପ୍ରଚଳ ସମ୍ପର୍କରେ ଜାଣିପାରି ସେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ବନ ବିଭାଗ ପକ୍ଷରୁ ସାଟେଲାଇଟ ମନିଟରିଂ, ଥର୍ମାଲ ଇମେଜ୍‌ ସ୍କାନିଂ ସିଷ୍ଟମ ଓ ନାଇଟ୍‌ ଭିଜନ ଡ୍ରୋନ୍‌ ମନିଟରିଂ ମାଧ୍ୟମରେ ଜିନ୍ନତର ସ୍ଥିତି ନିରୀକ୍ଷଣ କରାଯାଉଛି। ସୁନ୍ଦରବନ ଅଞ୍ଚଳର ଏକ ଟିମ୍‌ ଜାଲ ମାଧ୍ୟମରେ ବାଘୁଣୀକୁ ଧରିବା ନିମନ୍ତେ ଅପରେଶନରେ ନିୟୋଜିତ ହୋଇଛନ୍ତି। ଯେଉଁ ଅଞ୍ଚଳରେ ଜିନ୍ନତ ପ୍ରବେଶ କରୁଛି ସେହି ଅଞ୍ଚଳର ଲୋକଙ୍କୁ ବନ ବିଭାଗର କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଉଛନ୍ତି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଗାଁ ଲୋକେ ଏକୁଟିଆ ବାହାରକୁ ଯିବାଆସିବା କରିବାରେ ସୁରକ୍ଷିତ ମଣୁନାହାନ୍ତି। ଜଙ୍ଗଲ ଓ ପାହାଡ଼ ସଂଲଗ୍ନ ଅଞ୍ଚଳ ମଧ୍ୟରେ ଥିବା କେଶରା, କୈରା, ସାଗେଡି, ଲେଡାଶୋଲ, ଚିରୁଗାଡୁ, ବାରୁଡିର ଲୋକମାନଙ୍କୁ ସତର୍କ କରାଯାଇଛି। ଏପରିକି ଲୋକଙ୍କୁ ସୁରକ୍ଷା ଯୋଗାଇଦେବାରେ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ସହଯୋଗ କରୁଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ପଶ୍ଚିମବଙ୍ଗ ପୁରୁଲିଆ ବନଖଣ୍ଡ ଓ ସୁନ୍ଦରବନର ଏକ ସ୍ବତନ୍ତ୍ର ଟିମ୍‌ ବାଘୁଣୀକୁ ଧରିବା ପାଇଁ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ତେବେ ଜିନ୍ନତ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁଥିବାରୁ ଖୁବ୍‌ଶୀଘ୍ର ଟ୍ରାଙ୍କୁଲାଇଜ୍‌ କରାଯାଇ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି। ବାଘୁଣୀ ବୁଲୁଥିବା ଅଞ୍ଚଳରେ ଗୁଜବ ସୃଷ୍ଟି ନ କରିବାକୁ ପୁରୁଲିଆ ବନଖଣ୍ଡ ଅଧିକାରୀ ଅଞ୍ଜନ ଗୁହା ନିବେଦନ କରିଛନ୍ତି। ଦିନେ କିମ୍ବା ୨ଦିନ ମଧ୍ୟରେ ବାଘୁଣୀକୁ ଧରି ନ ପାରିଲେ ସେ ଲାଲଗଡ଼ ଜଙ୍ଗଲକୁ ପଳାଇଯାଇପାରେ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?