ବଂଶଧାରା ମହୋତ୍ସବରେ ଚାଲିଛି ଜୁଆଖେଳ, ଭିଡିଓ ସାମ୍ନାକୁ ଆସିବା ପରେ…

ଗୁଣପୁର,୨୮ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁରରେ ଆୟୋଜିତ ବଂଶଧାରା ବସନ୍ତ ମହୋତ୍ସବ ପରିସରରେ ଜୁଆଖେଳ ଚାଲିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ସାମ୍ନାକୁ ଏକ ଭିଡିଓ ମଧ୍ୟ ଆସିଛି। ଆଲୋକିତ ଟେଣ୍ଟ ଭିତରେ ଏକ ଟେବୁଲ ଉପରେ ସଂଖ୍ୟା ଲେଖା ଚାର୍ଟ ସହ ଟଙ୍କା ଲେଣଦେଣ ହେଉଥିଲା ଓ ଅନେକ ଲୋକ ଘେରି ରହି ଖେଳ ଦେଖୁଥିଲେ।

ସ୍ଥାନୀୟ ଲୋକମାନଙ୍କ କହିବାନୁସାରେ, ମହୋତ୍ସବର ନାମରେ ଏପରି ଅବୈଧ କାର୍ଯ୍ୟକଳାପ ଚାଲିଥିବାରୁ ସାମାଜିକ ଶିଷ୍ଟାଚାର ଓ ଆଇନ-ଶୃଙ୍ଖଳା ପ୍ରତି ଗୁରୁତର ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଏପର୍ଯ୍ୟନ୍ତ ଆୟୋଜକ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

Dharitri – Odisha’s No.1 Odia Daily

Share