Posted inଖେଳ

ଏହି ଖେଳାଳିଙ୍କୁ ବୋଲିଂ କୋଚ୍ କରିବାକୁ ଚାହୁଁଛନ୍ତି ଗମ୍ଭୀର; ବିସିସିଆଇ ନେବ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିଲା ବେଳେ ବୋଲିଂ କୋଚ୍ ଦୌଡ଼ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମର୍ଣ୍ଣି ମର୍କେଲଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ତାଙ୍କର କୋଚିଂ ଅଭିଜ୍ଞତା ମଧ୍ୟ ରହିଛି। ଗତବର୍ଷ ଦିନିକିଆ ବିଶ୍ୱକପ ସମୟରେ ସେ ପାକିସ୍ତାନ ଦଳର ବୋଲିଂ କୋଚ୍ ଥିଲେ, କିନ୍ତୁ ତାଙ୍କର ଚୁକ୍ତି ମିଆଦ ଶେଷ ହେବା ପୂର୍ବରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

କ୍ରିକବଜ ରିପୋର୍ଟ ଅନୁଯାୟୀ ମର୍କେଲଙ୍କୁ ବୋଲିଂ କୋଚ୍ କରିବା ଉପରେ ବିଚାର କରିବା ପାଇଁ ଗମ୍ଭୀର ବିସିସିଆଇକୁ ଅନୁରୋଧ କରିଛନ୍ତି। ମର୍ଣ୍ଣି ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୨୦୦୬ରୁ ୨୦୧୮ ମଧ୍ୟରେ ୮୬ ଟେଷ୍ଟ, ୧୧୭ ଦିନିକିଆ ଏବଂ ୪୪ ଟି୨୦ ଖେଳିଛନ୍ତି। ବର୍ତମାନ ଅଷ୍ଟ୍ରେଲିଆରେ ରହୁଥିବା ମର୍କେଲଙ୍କ ସହିତ ବିସିସିଆଇ କିଛି ଆଲୋଚନା କରିଥିବା କୁହାଯାଉଛି।

ଦୁହେଁ ଗମ୍ଭୀର ଏବଂ ମର୍କେଲ ପୂର୍ବରୁ ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସରେ ଏକାଠି ଦୁଇ ବର୍ଷ ପାଇଁ କାମ କରିଛନ୍ତି। ତେବେ ଭାରତୀୟ ଦଳର କୋଚ୍ ପଦବୀ ପାଇଁ ଲକ୍ଷ୍ମୀପତି ବାଲାଜୀ ଏବଂ ବିନୟ କୁମାରଙ୍କ ସମେତ ଅନେକ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ଜାହିର ଖାନଙ୍କୁ ଏହି ପଦବୀ ପାଇଁ ପ୍ରସ୍ତାବ ଦେଇଛି। ତେବେ ବିସିସିଆଇ ଏହାର ନିଷ୍ପତ୍ତି ଖୁବଶୀଘ୍ର ଜଣାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ଜାପାନକୁ ସୁନାମି ଆଲର୍ଟ, ଲୋକେ ଭୟଭୀତ

ଟୋକିଓ,୯।୧୧: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri