ଗଜପତିରେ ପୁଣି ଲଜ୍ଜା: ଦଶମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଗିରଫ ଭୟରେ ଫେରାର

ଗଜପତି,୨।୫(ଗିରିଧାରୀ ପରିଛା): ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ପରିବାରଲୋକଙ୍କ ଅଭିଯୋଗ କ୍ରମେ ଗାରାବନ୍ଧ ଥାନାରେ ମାମଲା ରୁଜୁ କାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଜି ରାମବାବୁ। ଛାତ୍ରୀଙ୍କ ପରିବାର ଲୋକେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେବା ପରେ ସେ ଫେରାର ହୋଇଯାଇଥିବା ଜଣାପଡିଛି।

ପୀଡିତା ଛାତ୍ରୀ ଜଣଙ୍କ ଗଙ୍ଗାବାଡ଼ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ। ସେହି ବିଦ୍ୟାଳୟରେ ଶିକ୍ଷକ ଥିବା ଜି ରାମବାବୁ ବହୁବାର ଅସଦାଚରଣ କରୁଥିବା ନେଇ ଛାତ୍ରୀଜଣଙ୍କ ନିଜ ଅବିଭାବକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଉପଜିଲାପାଳଙ୍କ ସହ ଏକ ୩ ଜଣିଆ ଟିମ୍‌ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏହା ପରେ ତଦନ୍ତକାରୀ ଟିମର ରିପୋର୍ଟକୁ ଆଧାର କରି ପରିବାରଲୋକଙ୍କ ଅଭିଯୋଗ କ୍ରମେ ଗାରବନ୍ଧ ଥାନାରେ ଗୁରୁବାର ଏକ ମାମଲା ରୁଜୁ କରାଯାଇଛି। ହାପରେ ପିଡିତା ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି।

Share