Posted inଜାତୀୟ

ଜି-୨୦ ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ

ଜି-୨୦ନୂଆଦିଲ୍ଲୀ ଘୋଷଣାନାମାକୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ
ନୂଆଦିଲ୍ଲୀ,୧୦।୯: କୂଟନୈତିକ କ୍ଷେତ୍ରରେ ଆଉ ଏକ ବଡ ବିଜୟ ହାସଲ କରିଛି ଭାରତ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ-୨୦ ଶିଖର ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ସହମତି ପ୍ରକାଶ କରିଛନ୍ତି ସଦସ୍ୟ ରାଷ୍ଟ୍ର। ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଏହି ଘୋଷଣାନାମାକୁ ଦେଖାଯାଉଥିଲା। ଏହି ପ୍ରସଙ୍ଗରେ ଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ପ୍ରସଙ୍ଗକୁ ସଦସ୍ୟ ରାଷ୍ଟ୍ର ଖାସ୍‌ କରି ଋଷିଆ, ୟୁକ୍ରେନ ଓ ଆମେରିକା ରାଜି ହୋଇ ନ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।

ଏନେଇ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମଧ୍ୟ ନିଜ ଆଲେଖ୍ୟ ଜରିଆରେ ଦର୍ଶାଇଥିଲା। ଗ୍ଲୋବାଲ ଟାଇମ୍ସ କହିଥିଲା, ଜି-୨୦କୁ ଅଧ୍ୟକ୍ଷତା କରି ଭାରତ ଏବେ ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଏହା ବୃହତ ଅର୍ଥବ୍ୟବସ୍ଥା ଦେଶ ଭାବେ ଆଗକୁ ଅଗ୍ରସର କରିପାରିଛି। କିନ୍ତୁ ବୈଠକରେ ଆଗତ କରାଯିବାକୁ ଥିବା ଘୋଷଣାପତ୍ରରେ ଆମେରିକା ପରି ପାଶ୍ଚତ୍ୟ ଦେଶ ସହମତି କରିବେ ନାହିଁ। କାରଣ ସେମାନେ ନିଜସ୍ବ ଏଜେଣ୍ଡା ନେଇ ବୈଠକରେ ଯୋଗ ଦେଇଛନ୍ତି।

ତେବେ ଏହି ସମସ୍ତ ପ୍ରକାର କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ଭାରତ। ଭାରତ ନୂଆଦିଲ୍ଲୀ ଘୋଷଣାନାମାର ମାନିଫେଷ୍ଟୋକୁ ବୈଠକରେ ଏପରି ଭାବରେ ରଖିଥିଲା ଯେ ସବୁ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ। ତେବେ ଏହି ଘୋଷଣାନାମାରେ ସଦସ୍ୟ ରାଷ୍ଟ୍ରଙ୍କୁ ଏକମତ କରିବା ପାଇଁ ୪କୂଟନୀତିଜ୍ଞଙ୍କ ପ୍ରମୁଖ ହାତ ଥିଲା। ଏହି ୪ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ସେମାନେ ହେଲେ ଅଭୟ ଠାକୁର, ଆଶିଷ ସିହ୍ନା,ନାଗରାଜ ନାଇଡୁ କାକାନୁର ଓ ଇନମ ଗମ୍ଭୀର। ପ୍ରଧାନମନ୍ତ୍ରୀ ମୋଦି ଏହି ୪ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଜି-୨୦ର ଶେରପା କୁହାଯାଉଥିବା ଅମିତାଭ କାନ୍ତ ସବୁ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜି-୨୦ର ସବୁଠାରୁ କଷ୍ଟକର ଅଂଶ ଥିଲା ଭୂ-ରାଜନୈତିକ ଓ ଋଷିଆ-ୟୁକ୍ରେନକୁ ନେଇ ସବୁସଦସ୍ୟଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା। ଏହାକୁ ସଫଳ କରିବା ପାଇଁ ଏହି ୪ସଦସ୍ୟ କ୍ରମାଗତ ୨୦୦ଘଣ୍ଟା ଧରି ଆଲୋଚନା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ୧୫ରୁ ଅଧିକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ।

ଦଳର ପ୍ରଥମ ସଦସ୍ୟ ଅତିରିକ୍ତ ସଚିବ ଅଭୟ ଠାକୁର ମରିସସ ଏବଂ ନାଇଜେରିଆରେ ଭାରତର ରାଷ୍ଟ୍ରଦୂତ ରହିଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନେପାଳ ଓ ଭୁଟାନକୁ ପରିଚାଳନା କରିଛନ୍ତି।

ଯୁଗ୍ମ ସଚିବ ନାଗରାଜ ନାଇଡୁ କାକାନୁର ୟୁକ୍ରେନ ବିବାଦରେ ସହମତି ଆଣିଥିବା ଏକ ପ୍ରମୁଖ କୂଟନୀତିଜ୍ଞ। ନାଇଡୁ ମିଳିତ ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନର ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଥିଲେ। ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ଓ କୂଟନୈତିକ ବିଭାଗକୁ ପରିଚାଳନା କରିଛନ୍ତି। ସେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ ଓ ଇୟୁ ସମେତ ପ୍ରମୁଖ ଜି୭ ଦେଶଗୁଡ଼ିକ ସହିତ ସମ୍ପର୍କ ରଖିବାର ଦାୟିତ୍ୱରେ ଥିଲେ।

ଦଳର ଏକମାତ୍ର ମହିଳା ଅଧିକାରୀ, ଇନମ ଗମ୍ଭୀର ବର୍ତ୍ତମାନ ଜି୨୦ର ଯୁଗ୍ମ ସଚିବ ଅଛନ୍ତି । ସେ ମିଳିତ ଜାତିସଂଘର ସାଧାରଣ ସଭାର ୭୪ତମ ଅଧିବେଶନର ସଭାପତିଙ୍କ କାର୍ଯ୍ୟାଳୟରେ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଇନମ ମେକ୍ସିକୋ ଏବଂ ଆର୍ଜେଣ୍ଟିନା ସମେତ ଲାଟିନ ଆମେରିକାର ଦୂତାବାସରେ କାର୍ଯ୍ୟ କରିଛନ୍ତି।

ଆଶିଷ ସିହ୍ନା ମାଦ୍ରିଦ, କାଠମାଣ୍ଡୁ, ନ୍ୟୁୟର୍କ ଏବଂ ନାଇରୋବିରେ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀରେ ସେ ବୈଦେଶିକ ବ୍ୟାପାର ଏବଂ ପାକିସ୍ତାନରେ ଡେସ୍କ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି। ନାଇଡୁ ଏବଂ ଗମ୍ଭୀରଙ୍କୁ ଋଷିଆ-ୟୁକ୍ରେନ ବିବାଦରେ ଘୋଷଣାନାମାରେ ସହମତି ଆଣିବାକୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri