Posted inଜାତୀୟ

ଜି-୨୦ ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ

ଜି-୨୦ନୂଆଦିଲ୍ଲୀ ଘୋଷଣାନାମାକୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ
ନୂଆଦିଲ୍ଲୀ,୧୦।୯: କୂଟନୈତିକ କ୍ଷେତ୍ରରେ ଆଉ ଏକ ବଡ ବିଜୟ ହାସଲ କରିଛି ଭାରତ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ-୨୦ ଶିଖର ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ସହମତି ପ୍ରକାଶ କରିଛନ୍ତି ସଦସ୍ୟ ରାଷ୍ଟ୍ର। ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଏହି ଘୋଷଣାନାମାକୁ ଦେଖାଯାଉଥିଲା। ଏହି ପ୍ରସଙ୍ଗରେ ଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ପ୍ରସଙ୍ଗକୁ ସଦସ୍ୟ ରାଷ୍ଟ୍ର ଖାସ୍‌ କରି ଋଷିଆ, ୟୁକ୍ରେନ ଓ ଆମେରିକା ରାଜି ହୋଇ ନ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।

ଏନେଇ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମଧ୍ୟ ନିଜ ଆଲେଖ୍ୟ ଜରିଆରେ ଦର୍ଶାଇଥିଲା। ଗ୍ଲୋବାଲ ଟାଇମ୍ସ କହିଥିଲା, ଜି-୨୦କୁ ଅଧ୍ୟକ୍ଷତା କରି ଭାରତ ଏବେ ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଏହା ବୃହତ ଅର୍ଥବ୍ୟବସ୍ଥା ଦେଶ ଭାବେ ଆଗକୁ ଅଗ୍ରସର କରିପାରିଛି। କିନ୍ତୁ ବୈଠକରେ ଆଗତ କରାଯିବାକୁ ଥିବା ଘୋଷଣାପତ୍ରରେ ଆମେରିକା ପରି ପାଶ୍ଚତ୍ୟ ଦେଶ ସହମତି କରିବେ ନାହିଁ। କାରଣ ସେମାନେ ନିଜସ୍ବ ଏଜେଣ୍ଡା ନେଇ ବୈଠକରେ ଯୋଗ ଦେଇଛନ୍ତି।

ତେବେ ଏହି ସମସ୍ତ ପ୍ରକାର କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ଭାରତ। ଭାରତ ନୂଆଦିଲ୍ଲୀ ଘୋଷଣାନାମାର ମାନିଫେଷ୍ଟୋକୁ ବୈଠକରେ ଏପରି ଭାବରେ ରଖିଥିଲା ଯେ ସବୁ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ। ତେବେ ଏହି ଘୋଷଣାନାମାରେ ସଦସ୍ୟ ରାଷ୍ଟ୍ରଙ୍କୁ ଏକମତ କରିବା ପାଇଁ ୪କୂଟନୀତିଜ୍ଞଙ୍କ ପ୍ରମୁଖ ହାତ ଥିଲା। ଏହି ୪ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ସେମାନେ ହେଲେ ଅଭୟ ଠାକୁର, ଆଶିଷ ସିହ୍ନା,ନାଗରାଜ ନାଇଡୁ କାକାନୁର ଓ ଇନମ ଗମ୍ଭୀର। ପ୍ରଧାନମନ୍ତ୍ରୀ ମୋଦି ଏହି ୪ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଜି-୨୦ର ଶେରପା କୁହାଯାଉଥିବା ଅମିତାଭ କାନ୍ତ ସବୁ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜି-୨୦ର ସବୁଠାରୁ କଷ୍ଟକର ଅଂଶ ଥିଲା ଭୂ-ରାଜନୈତିକ ଓ ଋଷିଆ-ୟୁକ୍ରେନକୁ ନେଇ ସବୁସଦସ୍ୟଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା। ଏହାକୁ ସଫଳ କରିବା ପାଇଁ ଏହି ୪ସଦସ୍ୟ କ୍ରମାଗତ ୨୦୦ଘଣ୍ଟା ଧରି ଆଲୋଚନା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ୧୫ରୁ ଅଧିକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ।

ଦଳର ପ୍ରଥମ ସଦସ୍ୟ ଅତିରିକ୍ତ ସଚିବ ଅଭୟ ଠାକୁର ମରିସସ ଏବଂ ନାଇଜେରିଆରେ ଭାରତର ରାଷ୍ଟ୍ରଦୂତ ରହିଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନେପାଳ ଓ ଭୁଟାନକୁ ପରିଚାଳନା କରିଛନ୍ତି।

ଯୁଗ୍ମ ସଚିବ ନାଗରାଜ ନାଇଡୁ କାକାନୁର ୟୁକ୍ରେନ ବିବାଦରେ ସହମତି ଆଣିଥିବା ଏକ ପ୍ରମୁଖ କୂଟନୀତିଜ୍ଞ। ନାଇଡୁ ମିଳିତ ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନର ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଥିଲେ। ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ଓ କୂଟନୈତିକ ବିଭାଗକୁ ପରିଚାଳନା କରିଛନ୍ତି। ସେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ ଓ ଇୟୁ ସମେତ ପ୍ରମୁଖ ଜି୭ ଦେଶଗୁଡ଼ିକ ସହିତ ସମ୍ପର୍କ ରଖିବାର ଦାୟିତ୍ୱରେ ଥିଲେ।

ଦଳର ଏକମାତ୍ର ମହିଳା ଅଧିକାରୀ, ଇନମ ଗମ୍ଭୀର ବର୍ତ୍ତମାନ ଜି୨୦ର ଯୁଗ୍ମ ସଚିବ ଅଛନ୍ତି । ସେ ମିଳିତ ଜାତିସଂଘର ସାଧାରଣ ସଭାର ୭୪ତମ ଅଧିବେଶନର ସଭାପତିଙ୍କ କାର୍ଯ୍ୟାଳୟରେ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଇନମ ମେକ୍ସିକୋ ଏବଂ ଆର୍ଜେଣ୍ଟିନା ସମେତ ଲାଟିନ ଆମେରିକାର ଦୂତାବାସରେ କାର୍ଯ୍ୟ କରିଛନ୍ତି।

ଆଶିଷ ସିହ୍ନା ମାଦ୍ରିଦ, କାଠମାଣ୍ଡୁ, ନ୍ୟୁୟର୍କ ଏବଂ ନାଇରୋବିରେ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀରେ ସେ ବୈଦେଶିକ ବ୍ୟାପାର ଏବଂ ପାକିସ୍ତାନରେ ଡେସ୍କ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି। ନାଇଡୁ ଏବଂ ଗମ୍ଭୀରଙ୍କୁ ଋଷିଆ-ୟୁକ୍ରେନ ବିବାଦରେ ଘୋଷଣାନାମାରେ ସହମତି ଆଣିବାକୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri