ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ କନ୍ଧମାଳ ଜିଲାର ସବୁଜ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜି.ଉଦୟଗିରିରେ ଜାଡ଼ ଶୀତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜ୍ୟର ସବୁଠାରୁ କମ ତାପମାତ୍ରା ଅତ୍ୟଧିକ ଥଣ୍ଡା ସହ ଶୀତଳତମ ସହର ଭାବେ ଜି.ଉଦୟଗିରିରେ ତାପମାତ୍ରା କମିବା ସହ ଗ୍ରାମାଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ରହୁଥିବା ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଯୁବ ପୀଢ଼ି ଭୋର୍‌ ସକାଳୁ କେଉଁଠି ତୁଷାରପାତ ହୋଇଛି ଖୋଜିବାରେ ବ୍ୟସ୍ତ। ଦୈନଦିନ କର୍ମକ୍ଷେତ୍ରକୁ ଯାଇ କାମ କରିବା କଷ୍ଟକର ହୋଇପଡ଼ିଛି। ସକାଳୁ ପାଣି ଛୁଇଁବା କଷ୍ଟକର ହେଉଥିବାବେଳେ ଦୈନନ୍ଦିନ ଜୀବନ ଶୈଳୀରେ ଶୀତର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଶୀତର ପ୍ରକୋପ ଯୋଗୁ ଦିନ ମଜୁରିଆଙ୍କୁ କାମରେ ଅସୁବିଧା ହେଉଛି। ଜି.ଉଦୟଗିରିରେ ଶୀତର ପ୍ରକୋପ ବଢ଼ିବା ସହ ପ୍ରବଳ ଜାଡ଼ ଥଣ୍ଡା ପବନ ଯୋଗୁ ଦେହ କାଲ ମାରୁଛି। ଯେତେ ଶୀତ ବସ୍ତ୍ର ପିନ୍ଧିଲେ ମଦ୍ୟ ଅସହ୍ୟ କରିଛି ଶୀତ ଯନ୍ତ୍ରଣା। ଦିନ ଥାଉ ଥାଉ ଲୋକେ ନିଆଁ ଜାଳି ଥଣ୍ଡା ଉପଭୋଗ କରୁଛନ୍ତି। ଯେତେ ଗନ୍ଥା, କମଳ, ରେଜେଇ ଘୋଡ଼େଇ ହେଲେ ମଧ୍ୟ ଅସହ୍ୟ ମନେ ହେଉଛି ଶୀତ। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରି ରେ ସୋମବାର ସକାଳ ୮ ଟା ସୁଦ୍ଧା ତାପମାତ୍ରା ୪.୩ ରହିଥିବାବେଳେ ରବିବାର ୪.୪ ଡିଗ୍ରୀ, ଶନିବାର ଦିନ ୫.୪ ଡିଗ୍ରୀ ତାପମାତ୍ରା ରହିଥିଲା।

ସେହିପରି ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ସରକାରୀ ତଥ୍ୟ ଅନୁସାରେ ସୋମବାର ସେମିଳିଗୁଡ଼ା ୪.୬,ଫୁଲବାଣୀ ୭.୨,ଝାରସୁଗୁଡ଼ା ୭.୪,ଦାରିଙ୍ଗବାଡ଼ି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୋଳ ୮.୮, କିରେଇ ୮.୯,ଭବାନୀପାଟଣା ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ବିଭୋର ହୋଇ ଫେରିବା ସମୟ ଭୁଲି ଯାଉଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

LPG ସଙ୍କଟ: ବନ୍ଦ ହେବ ନାହିଁ ହୋଟେଲ କି ରେସ୍ତୋରାଁ, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଗ୍ୟାସ ସଙ୍କଟ ମଧ୍ୟରେ, ହୋଟେଲ ଏବଂ ରେସ୍ତୋରାଁ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାର…

କେଉଁଠୁ ଆସୁଛି ଏତେ ସିଲିଣ୍ଡର? ଘର ସହ ଦୋକାନରୁ ମିଳିଲା ୨୫୦ ସିଲିଣ୍ଡର

ଅରରିଆ,୧୩।୩: ଗୁରୁବାର ବିଳମ୍ବିତ ସାରେ ଫୋର୍ବସଗଞ୍ଜ ସହରର ୱାର୍ଡ ନମ୍ବର ୧୫ର ପୋଖର ବସ୍ତିରେ ଏଲପିଜି ସିଲିଣ୍ଡରର ଅବୈଧ ସଂରକ୍ଷଣ ସମ୍ପର୍କରେ ସୂଚନା ପାଇ, ଏସଡିଓ ଅଭୟ…

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

ରାଜ୍ୟ ସଭାରେ ଏମପି ନିରଞ୍ଜନ ବିଶିଙ୍କ ଦାବି, ସମ୍ବଲପୁର-କୋରାପୁଟ-ବାଲେଶ୍ୱରରେ ଏମ୍ସ….

ବଲାଙ୍ଗୀର,୧୩।୩(ସୁନିଲ୍ କୁମାର ମହାନ୍ତି): ରାଜ୍ୟ ସଭା ଏମପି ନିରଞ୍ଜନ ବିଶି ରାଜ୍ୟ ସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା…

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri