ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର ଛାତ୍ରୀଛାତ୍ରଙ୍କ ଭିସା ଅଟକି ଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପଞ୍ଜାବରୁ ସର୍ବାଧିକ ଯୁବକ କାନାଡା ଯାଇଥାନ୍ତି। ପରିସଂଖ୍ୟାନ ଅନୁସାରେ ପ୍ରତିବର୍ଷ ଭାରତରୁ ପ୍ରାୟ ୧.୭୫ ଲକ୍ଷ ଯୁବବର୍ଗ ଅଧ୍ୟୟନ ଏବଂ ପର୍ଯ୍ୟଟନ ଭିସା ପାଇଁ କାନାଡା ଯାଆନ୍ତି। କାନାଡା ଏହାର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ପରେ ବର୍ତ୍ତମାନ ଭିସା ସେବା କାନାଡାରେ ବନ୍ଦ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେତେବେଳେ ଜୁନ ମାସରେ କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସି ଉପରେ ଅଭିଯୋଗ ଅଣାଯାଇଥିଲା ସେତେବେଳେ କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ ଭାରତୀୟ ଗୁପ୍ତଚର ସଂସ୍ଥା କାନାଡାର ନାଗରିକ ନିଜ୍ଜାରଙ୍କୁ ହତ୍ୟା କରିଛି। ଏହା ମଧ୍ୟ କହିଥିଲେ ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ।

ଅପରପକ୍ଷରେ କାନାଡା କରିଥିବା ସମସ୍ତ ଅଭିଯୋଗକୁ ଭାରତ ଖଣ୍ଡନ କରିଥିଲା। ଏହା ପରେ ମଧ୍ୟ ଉଭୟ ଦେଶ ପରସ୍ପର ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଅପଡେଟ ଅନୁସାରେ କାନାଡା ଭାରତରୁ ଏହାର କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। ଏହା ସହିତ ଭାରତରୁ ପାଠ ପଢୀବାକୁ କାନାଡ଼ା ଯାଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।

ଭିସା ପରାମର୍ଶଦାତା ଦଲଜିତ ସିଂ ସାନ୍ଧୁ କହିଛନ୍ତି ବର୍ତ୍ତମାନ ଏବଂ ଆଗାମୀ ଦିନରେ ଭିସା ଆବେଦନ ପ୍ରକ୍ରିୟାକରଣରେ ନିଶ୍ଚିତ ବିଳମ୍ବ ହେବ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିସା ପ୍ରକ୍ରିୟା କେତେ ସମୟ ନେଇପାରେ ତାହା କହିବା କଷ୍ଟକର।

ସୂଚନାଯୋଗ୍ୟ, ଭାରତର ପଞ୍ଜାବରୁ ସର୍ବାଧିକ ସଂଖ୍ୟକ ଯୁବବର୍ଗ କାନାଡା ଯାଆନ୍ତି। ଏଥିମଧ୍ୟରୁ ଅଧିକାଂଶ ଯୁବକ ଅଧ୍ୟୟନ ପାଇଁ ଯାଆନ୍ତି। କେତେକ ଲୋକ ଚାକିରି ପାଇଁ କାନାଡା ଯାଇଥାନ୍ତି। ଏଥିପାଇଁ ଯୁବବର୍ଗମାନେ କେବଳ ପଞ୍ଜାବରେ ପ୍ରତିବର୍ଷ ୬୮ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ୨୦୨୨ମସିହାରେ ସମୁଦାୟ ୨,୨୬,୪୫୦ ଭିସା ଶରଣାର୍ଥୀ ଏବଂ କାନାଡିୟ ନାଗରିକତ୍ୱ ଅନ୍ତର୍ଗତ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri