ବାଲେଶ୍ୱର,୨୨।୨( ବାଞ୍ଛାନିଧି ଦେ ): ବାଲେଶ୍ବର ଜିଲା ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା।ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା ପାଶର୍ବକୁ ଖସିଲା ଫର୍ଣ୍ଣିଚର ବୋଝେଇ ଟ୍ରକ। ରାସ୍ତା ପାଶର୍ବରେ ଥିବା ପୋଲ ବାଡାରେ ଲାଗି ଝୁଲି ରହିଛି ଟ୍ରକ୍ । ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି ।ଟ୍ରକଟି ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରି ବସ୍ତା ହସ୍ପିିଟାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।