Posted inଫୁରସତ

ହନିମୁନ୍‌ ପାଇଁ ରିସେପ୍ସନରେ ପାଣ୍ଠି ସଂଗ୍ରହ

ଲଣ୍ଡନ: ସାଧାରଣତଃ ବିବାହରେ ସାମିଲ ହୋଇଥିବା ଅତିଥିମାନେ ବର ଏବଂ କନ୍ୟାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି। ତେବେ ବ୍ରିଟେନ୍‌ର ଏକ ଦମ୍ପତି ସେମାନଙ୍କ ବିବାହ ରିସେପ୍ସନରେ କୌଣସି ପାରମ୍ପରିକ ଉପହାର ନେବେ ନାହିଁ ବୋଲି ଅତିଥିଙ୍କୁ ବିବାହ କାର୍ଡରେ ଅବଗତ କରାଇଥିଲେ। ଏହା ବଦଳରେ ସେମାନେ ବିବାହ ରିସେପ୍ସନରେ ନିଜ ହନିମୁନ୍‌ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ନିଜ ରିସେପ୍ସନରେ ଏକ କ୍ୟୁଆର୍‌ କୋଡ୍‌ ସ୍କାନର ଲଗାଇଥିଲେ ଯେଉଁଥିରେ ଲେଖା ହୋଇଥିଲା, ଉପହାର ଦେବା ବଦଳରେ ଆମ ହନିମୁନ୍‌ ପାଣ୍ଠିରେ ଯୋଗଦାନ କରନ୍ତୁ। ଏହିପରି ଭାବେ ନିଜ ବିବାହ ରିସେପ୍ସନରେ ଉକ୍ତ ଦମ୍ପତି ସେମାନଙ୍କ ହନିମୁନ୍‌ ପାଇଁ ମୋଟ ୧୪୦ ଅତିଥିଙ୍କଠାରୁ ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।
ବ୍ରିଟେନ୍‌ର ମିଲ୍‌ଟନ୍‌ କେନ୍ସ ସହରର ବାସିନ୍ଦା କ୍ରିସ୍‌ ମାର୍ଟିନ୍‌ (୩୫) ଏବଂ ତାଶା ହ୍ବାଇଟ୍‌ (୩୩) ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ଅନନ୍ୟ ପଦ୍ଧତିକୁ ଆପଣାଇଥିଲେ। ୧୪ ବର୍ଷ ଧରି ରିଲେଶନ୍‌ଶିପ୍‌ରେ ରହିବା ପରେ ନିକଟରେ ଉଭୟେ ବିବାହ କରିଥିଲେ। କ୍ରିସ୍‌ ମର୍ସିଡିଜ୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଶା ହେଉଛନ୍ତି ଜଣେ ହେୟାରଡ୍ରେସର। ତାଶା କହିଛନ୍ତି, ସେମାନଙ୍କୁ ପାରମ୍ପରିକ ଉପହାରର ଆବଶ୍ୟକତା ନ ଥିଲା। ଘର ପାଇଁ ଆବଶ୍ୟକ ସମସ୍ତ ଜିନିଷ ସେମାନଙ୍କ ନିକଟରେ ରହିଥିଲା। ତେବେ ଉଭୟେ ହନିମୁନ୍‌ ପାଇଁ ମେକ୍ସିକୋ ଯିବାକୁ ସ୍ଥିର କରିଥିବାବେଳେ ଏଥିପାଇଁ ପାଣ୍ଠିର ଅଭାବ ଥିଲା। ତେଣୁ ସେମାନେ ନିଜ ବିବାହ ରିସେପ୍ସନରେ କ୍ୟୁଆର୍‌ କୋଡ୍‌ ସ୍କାନରକୁ ସ୍ଥାପନ କରିଥିଲେ। ଏହାଦ୍ୱାରା ଅତିଥିମାନେ ସିଧାସଳଖ ଭାବେ କ୍ରିସ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ୟାପ୍‌କରି ତାଙ୍କ ହନିମୁନ୍‌ ପାଇଁ ସଂଗ୍ରହ ହେଉଥିବା ପାଣ୍ଠିରେ ଯୋଗଦାନ କରିଥିଲେ। କ୍ରିସ୍‌ କହିଛନ୍ତି, ହନିମୁନ୍‌ ପାଣ୍ଠି ସଂଗ୍ରହ ପାଇଁ ଏହି ନିଆରା ଉପାୟକୁ ତାଙ୍କ ବିବାହ ରିସେପ୍ସନକୁ ଆସିଥିବା ଅତିଥିମାନେ ବେଶ୍‌ ପସନ୍ଦ କରିଥିଲେ। ତେବେ କ୍ୟୁଆର୍‌ କୋଡ୍‌ ସ୍କାନରରେ ସେ ହନିମୁନ୍‌ ପାଇଁ କେତେ ଅର୍ଥ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ କ୍ରିସ୍‌ ସୂଚନା ଦେଇନାହାନ୍ତି। ସମ୍ପ୍ରତି ଲୋକମାନେ ନିଜ ସହ କମ୍‌ ନଗଦ ଅର୍ଥ ରଖୁଥିବାରୁ, କ୍ୟୁଆର୍‌ କୋଡ୍‌ ସ୍କାନରରେ ପାଣ୍ଠି ସଂଗ୍ରହ ପଦ୍ଧତି ତାଙ୍କୁ ସମ୍ପୂର୍ଣ୍ଣ ଠିକ୍‌ ମନେହୋଇଥିଲା ବୋଲି କ୍ରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri