Posted inଫୁରସତ

ହନିମୁନ୍‌ ପାଇଁ ରିସେପ୍ସନରେ ପାଣ୍ଠି ସଂଗ୍ରହ

ଲଣ୍ଡନ: ସାଧାରଣତଃ ବିବାହରେ ସାମିଲ ହୋଇଥିବା ଅତିଥିମାନେ ବର ଏବଂ କନ୍ୟାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି। ତେବେ ବ୍ରିଟେନ୍‌ର ଏକ ଦମ୍ପତି ସେମାନଙ୍କ ବିବାହ ରିସେପ୍ସନରେ କୌଣସି ପାରମ୍ପରିକ ଉପହାର ନେବେ ନାହିଁ ବୋଲି ଅତିଥିଙ୍କୁ ବିବାହ କାର୍ଡରେ ଅବଗତ କରାଇଥିଲେ। ଏହା ବଦଳରେ ସେମାନେ ବିବାହ ରିସେପ୍ସନରେ ନିଜ ହନିମୁନ୍‌ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ନିଜ ରିସେପ୍ସନରେ ଏକ କ୍ୟୁଆର୍‌ କୋଡ୍‌ ସ୍କାନର ଲଗାଇଥିଲେ ଯେଉଁଥିରେ ଲେଖା ହୋଇଥିଲା, ଉପହାର ଦେବା ବଦଳରେ ଆମ ହନିମୁନ୍‌ ପାଣ୍ଠିରେ ଯୋଗଦାନ କରନ୍ତୁ। ଏହିପରି ଭାବେ ନିଜ ବିବାହ ରିସେପ୍ସନରେ ଉକ୍ତ ଦମ୍ପତି ସେମାନଙ୍କ ହନିମୁନ୍‌ ପାଇଁ ମୋଟ ୧୪୦ ଅତିଥିଙ୍କଠାରୁ ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।
ବ୍ରିଟେନ୍‌ର ମିଲ୍‌ଟନ୍‌ କେନ୍ସ ସହରର ବାସିନ୍ଦା କ୍ରିସ୍‌ ମାର୍ଟିନ୍‌ (୩୫) ଏବଂ ତାଶା ହ୍ବାଇଟ୍‌ (୩୩) ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ଅନନ୍ୟ ପଦ୍ଧତିକୁ ଆପଣାଇଥିଲେ। ୧୪ ବର୍ଷ ଧରି ରିଲେଶନ୍‌ଶିପ୍‌ରେ ରହିବା ପରେ ନିକଟରେ ଉଭୟେ ବିବାହ କରିଥିଲେ। କ୍ରିସ୍‌ ମର୍ସିଡିଜ୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଶା ହେଉଛନ୍ତି ଜଣେ ହେୟାରଡ୍ରେସର। ତାଶା କହିଛନ୍ତି, ସେମାନଙ୍କୁ ପାରମ୍ପରିକ ଉପହାରର ଆବଶ୍ୟକତା ନ ଥିଲା। ଘର ପାଇଁ ଆବଶ୍ୟକ ସମସ୍ତ ଜିନିଷ ସେମାନଙ୍କ ନିକଟରେ ରହିଥିଲା। ତେବେ ଉଭୟେ ହନିମୁନ୍‌ ପାଇଁ ମେକ୍ସିକୋ ଯିବାକୁ ସ୍ଥିର କରିଥିବାବେଳେ ଏଥିପାଇଁ ପାଣ୍ଠିର ଅଭାବ ଥିଲା। ତେଣୁ ସେମାନେ ନିଜ ବିବାହ ରିସେପ୍ସନରେ କ୍ୟୁଆର୍‌ କୋଡ୍‌ ସ୍କାନରକୁ ସ୍ଥାପନ କରିଥିଲେ। ଏହାଦ୍ୱାରା ଅତିଥିମାନେ ସିଧାସଳଖ ଭାବେ କ୍ରିସ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ୟାପ୍‌କରି ତାଙ୍କ ହନିମୁନ୍‌ ପାଇଁ ସଂଗ୍ରହ ହେଉଥିବା ପାଣ୍ଠିରେ ଯୋଗଦାନ କରିଥିଲେ। କ୍ରିସ୍‌ କହିଛନ୍ତି, ହନିମୁନ୍‌ ପାଣ୍ଠି ସଂଗ୍ରହ ପାଇଁ ଏହି ନିଆରା ଉପାୟକୁ ତାଙ୍କ ବିବାହ ରିସେପ୍ସନକୁ ଆସିଥିବା ଅତିଥିମାନେ ବେଶ୍‌ ପସନ୍ଦ କରିଥିଲେ। ତେବେ କ୍ୟୁଆର୍‌ କୋଡ୍‌ ସ୍କାନରରେ ସେ ହନିମୁନ୍‌ ପାଇଁ କେତେ ଅର୍ଥ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ କ୍ରିସ୍‌ ସୂଚନା ଦେଇନାହାନ୍ତି। ସମ୍ପ୍ରତି ଲୋକମାନେ ନିଜ ସହ କମ୍‌ ନଗଦ ଅର୍ଥ ରଖୁଥିବାରୁ, କ୍ୟୁଆର୍‌ କୋଡ୍‌ ସ୍କାନରରେ ପାଣ୍ଠି ସଂଗ୍ରହ ପଦ୍ଧତି ତାଙ୍କୁ ସମ୍ପୂର୍ଣ୍ଣ ଠିକ୍‌ ମନେହୋଇଥିଲା ବୋଲି କ୍ରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

ବଢିଲା ଯୁଦ୍ଧ ଭୟ! ଆମେରିକାକୁ ଆଖି ଦେଖାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୦।୩: ଇରାନ, ବର୍ତ୍ତମାନ ମୁସଲିମ ବିଶ୍ୱରେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସଂସଦକୁ ସୂଚନା ଦେଇଛନ୍ତି…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଦ୍ୱୈତ ସଦସ୍ୟତାକୁ ନେଇ ସଙ୍କଟ: ନୀତୀଶ-ନୀତିନଙ୍କୁ ୧୦ ଦିନ ମଧ୍ୟରେ ନେବାକୁ ପଡିବ ନିଷ୍ପତ୍ତି – ନଚେତ ଯାଇପାରେ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୦।୩: ପୁଣିଥରେ ବିହାର ରାଜନୀତିରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଉତ୍ତେଜନା ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା ନୀତିନ ନବୀନଙ୍କ ରାଜ୍ୟ ସଭା…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ ଡେଲିଭରି ପାଇଁ ଅପେକ୍ଷା କରନ୍ତୁ…’

ନୂଆଦିଲ୍ଲୀ,୨୦।୩: ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri