Posted inUncategorized

ଉଚ୍ଚଶିକ୍ଷା ପାଇଁ ଆଦିବାସୀ ଛାତ୍ରଙ୍କୁ ଅର୍ଥ ସାଜିଛି ବାଧକ

କର୍ଲାମୁଣ୍ଡା,୨।୬(ଡିଏନଏ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ରଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିିଛି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ରାଜପୁର ଗାଁର ହେମଲତା ମାଝୀଙ୍କ ପୁଅ ଲଳିତ ମାଝୀ ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୩୯ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତେବେ ଡାକ୍ତରୀ ପାଠ ପଢିବା ପାଇଁ ଆଗ୍ରହ ରଖି ଥିବା ଲଳିତଙ୍କ ପାଇଁ ଅର୍ଥ ଏବେ ପ୍ରତିବନ୍ଧକ ସାଜିଛି। ୨୦୦୬ ମସିହାରେ ଲଳିତଙ୍କ ଜନ୍ମ ପରେ ତାଙ୍କ ବାପା, ମାଆ ଏବଂ ଦୁଇ ପୁଅଙ୍କୁ ଛାଡି ଚାଲି ଯାଇଥିଲେ। ଫଳରେ ବହୁ କଷ୍ଟରେ ମାଆ ହେମଲତା ପୁଅକୁ କର୍ଲାମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ପଢାଇଥିଲେ। ମାଟ୍ରିକ ପରୀକ୍ଷାରେ ଲଳିତ ୮୦ପ୍ରତିଶତରୁ ଅଧିକ ନମ୍ବରରେ ପାସ୍‌ କରିଥିଲେ। ପରେ ସେ ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ ଇଛା ରଖିଥିଲେ ହେଁ ଅର୍ଥ ବାଧକ ସାଜିଥିଲା। କିନ୍ତୁ ମେଧାବୀ ଲଳିତଙ୍କର ଆଗ୍ରହ ଦେଖି ପଞ୍ଚାୟତ ସମିତି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ସହଯୋଗ ପାଇଁ ଆଗେଇ ଆସିଥିଲେ। ବଲାଙ୍ଗୀର ସ୍ଥିତ ଗାୟିତ୍ରୀ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରି ମାଗଣାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ଗାୟତ୍ରୀ ରେ ଲଳିତ କୁ ପଢ଼ିବାର ବ୍ୟବସ୍ଥା କରିଦେଇଥିଲେ। ଯୁକ୍ତ ଦୁଇରେ ଲଳିତ ଶତକଡ଼ା ୮୯.୮୩ମାର୍କ ରଖି ପାସ କରିଛନ୍ତି। ତେବେ ବର୍ତମାନ ସେ ଏକ ଭଲ ଶିକ୍ଷାନୁଷ୍ଠାନରେ ମେଡିକାଲ କୋଚିଂ ନେବାକୁ ଇଛା ରଖିଛନ୍ତି। ହେଲେ ଅର୍ଥ ହିଁ ତାର ଇଛା ଓ ଭବିଷ୍ୟତ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ଏ ଦିଗରେ ଏହି ଆଦିବାସୀ ମେଧାବୀ ଛାତ୍ର ପାଇଁ ସରକାର କିମ୍ବା କେଉଁ ସମାଜସେବୀ ଆଗେଇ ଆସି ସହଯୋଗର ହାତ ବଢାଇଲେ ଅନ୍ତତଃ ତାଙ୍କର ଇଛା ଫଳବତୀ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri