ପ୍ରତ୍ୟାରୋପଣ ପାଇଁ ଅର୍ଥ ବାଧକ

ବରଗଡ଼ ଅଫିସ,୨୭ା୫: ମୋ ଝିଅକୁ ବଞ୍ଚେଇ ଦିଅ। ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ। ଏପରି କହି ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି ବରଗଡ଼ ପୋର ପରିଷଦ ଅଧୀନ ୱାର୍ଡ ନଂ-୧ ଟାଙ୍ଗରପଡାର କାହ୍ନୁ ସେଠ। ସେ ସୋନପୁର ଜିଲା ନାରାୟଣପୁର ଗ୍ରାମର ମୂଳ ବାସିନ୍ଦା ଏବଂ ଟାଙ୍ଗରପଡାରେ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କ ସହ ବାପଅଜା ଅମଳରୁ ରହିଆସୁଛନ୍ତି। କାହ୍ନୁ ପଡାବାସିନ୍ଦାଙ୍କ କପଡା ସଫା ସହ ଆଇରନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କ ଝିଅ କମଳିନୀ ବରଗଡ଼ ଜିଲା ଚକରକେନ୍ଦ କଲେଜରେ ଯୁକ୍ତ ୩ ପ୍ରଥମବର୍ଷରେ ପଢୁଛନ୍ତି। ୨୦୧୩ରେ କମଳିନୀଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିଥିଲା। ତାଙ୍କ ପେଟରେ ବାରମ୍ବାର ପାଣି ଜମି ଫୁଲି ଯାଉଥିଲା। ଏଥିପାଇଁ କାହ୍ନୁ କମଳିନୀଙ୍କୁ ନେଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର ସେ ସୁସ୍ଥ ହେବା ବଦଳରେ ତାଙ୍କ ଲିଭର ଖରାପ ହେଇଗଲା। ଏଥିପାଇଁ ସେ ଝିଅକୁ ଭୁବନେଶ୍ୱର, ଦିଲ୍ଲୀ, ୱାଲଟିୟର, ବାଙ୍ଗାଲୋର ନେଇ ଚିକିତ୍ସା କରିଛନ୍ତି। ଝିଅର ଚିକିତ୍ସା ପାଇଁ ବରଗଡ଼ ଓ ପୈତୃକ ଗ୍ରାମରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରିସାରିଲେଣି ବୋଲି କାହ୍ନୁ କହିଛନ୍ତି। ଏବେ ତାଙ୍କ ହାତରେ ଟଙ୍କା ନାହିଁ। ଅନ୍ୟପକ୍ଷେ ଝିଅର ଲିଭର ପ୍ରତ୍ୟାରୋପଣ କରିବାକୁ ପଡିବ ଏବଂ ଏଥିପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିବାବେଳେ କମଳିନୀଙ୍କ ମା’ ଲିଭର ଦାନ କରିବେ ବୋଲି କହିଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରାୟ ୧୮ରୁ ୨୦ ଲକ୍ଷ ଟଙ୍କା ଲାଗିପାରେ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ଅର୍ଥ ବାଧକ ସାଜିଛି। ଝିଅ ଲାଗି ସମସ୍ତ ଜମିବାଡ଼ି ବିକି ସାରିବା ପରେ କାହ୍ନୁ ଏବେ ଉପାୟ ଶୂନ୍ୟ ହୋଇପଡିଛନ୍ତି। ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସେ ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ ନିବେଦନ କରିଛନ୍ତି । ଅର୍ଥ ଯୋଗାଡ଼ ପାଇଁ ପଡାର ବ୍ରହ୍ମାନନ୍ଦ ମହାକୁଡ଼, ସୁଧାଂଶୁ ଗଡତିଆ, କିଶୋର ନାଗ, ବୁଦ୍ଧଦେବ ବର୍ଗେ, ବିକି ପ୍ରଧାନ, ଉତ୍ତମ ଜେନା ପ୍ରମୁଖ ଉଦ୍ୟମ ଆରମ୍ଭ କରିଛନ୍ତି। ସହୃଦୟ ଲୋକେ ସହଯୋଗ କଲେ କମଳିନୀଙ୍କ ଲିଭର ପ୍ରତ୍ୟାରୋପଣ ହୋଇପାରିବ ବୋଲି କାହ୍ନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri