Posted inଜାତୀୟ

ଟ୍ରେନ୍‌ ପାଇଖାନାରେ ଧୁଆଯାଉଛି ବାସନ, IRCTCକୁ FSSAIର ନୋଟିସ

ନୂଆଦିଲ୍ଲୀ, ୨୯।୫(ପି.ଟି.): ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଏକ ଭିଡିଓକୁ ସ୍ବତଃପ୍ରବୃତ୍ତ ସଂଜ୍ଞାନକୁ ନେଇ ଖାଦ୍ୟ ନିୟାମକ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ) ଗୁରୁବାର ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ କର୍ପୋରେଶନ ଲିମିଟେଡ୍‌ (ଆଇଆର୍‌ସିଟିସି)କୁ ନୋଟିସ ଜାରି କରିଛି । ଏହି ଭିଡିଓରେ ଟ୍ରେନ୍‌ର ଏକ ବଗିର ଶୌଚାଳୟ ଭିତରେ ବାସନକୁସନ ଧୁଆଯାଉଥିବା ଦେଖିବାକୁ ମିଳିଛି । ଯଦି ଏହି ଘଟଣା ସତ୍ୟ ହୋଇଥାଏ, ତେବେ ଏଫ୍‌ଏସ୍‌ଏସ୍‌ଏଆଇ ଏହି କାର୍ଯ୍ୟକୁ ଆପତ୍ତିଜନକ ବୋଲି ଦର୍ଶାଇଛି। କାରଣ ଏହାଦ୍ବାରା ଖାଦ୍ୟ ଦୂଷିତ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଟ୍ରେନ୍‌ ନମ୍ବର ୧୨୨୨୩ ଏଲ୍‌ଟିଟି ଇଆର୍‌ଏସ୍‌ ଦୁରନ୍ତୋରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀ ଏହି ଭିଡିଓ କରିଥିଲେ। ଆଇଆର୍‌ସିଟିସି ଦ୍ବାରା ନିୟୋଜିତ କ୍ୟାଟରିଂ କର୍ମଚାରୀ କିମ୍ବା ଚୁକ୍ତିଭିତ୍ତିକ ବ୍ୟକ୍ତିଙ୍କ ଦ୍ବାରା ବାସନକୁସନ ଧୁଆଯାଉଥିଲା। ଏଫ୍‌ଏସ୍‌ଏସ୍‌ଏଆଇ ଏହି ବିଷୟରେ ତୁରନ୍ତ ଆଇଆର୍‌ସିଟିସିଠାରୁ ଜବାବ ତଲବ କରିଛିି। ଖାଦ୍ୟ ସୁରକ୍ଷା ଏବଂ ମାନକ (ଖାଦ୍ୟ ବ୍ୟବସାୟର ଲାଇସେନ୍ସ ଏବଂ ପଞ୍ଜୀକରଣ) ନିୟମାବଳୀ, ୨୦୧୧ର ଅନୁସୂଚୀ ୪ ଅନୁଯାୟୀ, ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କୁ ସ୍ବାସ୍ଥ୍ୟକର ପ୍ରକ୍ରିୟାକରଣ, ପରିଚାଳନା, ଧୋଇବା ଏବଂ ସଫା କରିବା ଅଭ୍ୟାସ ବଜାୟ ରଖିବାକୁ ପଡ଼ିଥାଏ। ଚଳିତ ମାସ ଆରମ୍ଭରେ କିକ୍‌-କମର୍ସ ସଂସ୍ଥା ବ୍ଲିଙ୍କିଟ୍‌ରେ ନିମ୍ନମାନର ଅଣ୍ଡା ବିକ୍ରି ହେଉଥିବା ନେଇ ଗ୍ରାହକଙ୍କ ଅଭିଯୋଗ ଉପରେ ଏଫ୍‌ଏସ୍‌ଏସ୍‌ଏଆଇ ସ୍ପଷ୍ଟୀକରଣ ମାଗିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri