Posted inଜାତୀୟ

ସମୟ ସମୟର କଥା…ଯିଏ ଥିଲେ ମନ୍ତ୍ରୀ ତାଙ୍କୁ ମିଳିବ ଭତ୍ତା ଆଉ ଯାହାଙ୍କର ଯାଇଥିଲା ଏମପି ପଦ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦରମା

ନୂଆଦିଲ୍ଲୀ,୨୯।୬: କ୍ଷମତା କେତେବେଳେ କଡ ଲେଉଟାଏ ତାହା କେବଳ ସମୟ ହିଁ କହିଥାଏ। ଲୋକକଥାରେ ଯେମିତି ଅଛି, ଏହା ତ ସମୟ ସମୟର କଥା। କେତେବେଳେ କ’ଣ ପରିବର୍ତ୍ତନ ହେବ। ଏହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧୀଙ୍କ ପାଖରେ। ଏବେ ବିରୋଧୀ ଦଳର ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ପୂର୍ବରୁ କ୍ଷମତାରେ ଥିବା ସ୍ମୃତି ଇରାନୀଙ୍କୁ ଏବେ କୁହାଯାଉଛି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ।

ଚଳିତ ନିର୍ବାଚନରେ ରାହୁଲ ୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ। ଉତ୍ତରପ୍ରଦେଶର ରାଏବରେଲି ଓ କେରଳର ଓ୍ବାଏନାଡ। ଅନ୍ୟପଟେ ସ୍ମୃତି ଇରାନୀ ଆମେଠିରୁ ଲଢିଥିଲେ। ୨୦୧୯ ନିର୍ବାଚନରେ ରାହୁଲ ଆମେଠିରୁ ଇରାନୀଙ୍କ ସହ ମୁକାବିଲା କରିଥିଲେ। ହେଲେ ସେଠାରୁ ହାରି ଯାଇଥିଲେ। ଏଥର ଆମେଠିରୁ ରାହୁଲଙ୍କୁ ହଟାଯାଇ ଜଣେ ସାଧାରଣ କଂଗ୍ରେସ ନେତାଙ୍କ ସହ ଇରାନୀଙ୍କ ମୁକାବିଲା ହୋଇଥିଲା। ଯେଉଁଥିରେ ସେ ହାରି ଯାଇଥିଲେ। କିନ୍ତୁ ରାହୁଲ ତାଙ୍କର ଦୁଇଟି ଆସନରୁ ପ୍ରଚଣ୍ଡ ବିଜୟ ହାସଲ କରିଥିଲେ।
ରାହୁଲ ଏମପି ହୋସାରିବା ପରେ ଏବେ ଇଣ୍ଡିଆ ମେଣ୍ଟର ସର୍ବସମ୍ମତ୍ତି କ୍ରମେ ବିରୋଧୀ ଦଳ ନେତା ହୋଇଛନ୍ତି। ଏବେ ତାଙ୍କୁ ଏହି ପଦ ଭାବେ ଦରମା ମିଳିବ। କିନ୍ତୁ ଇରାନୀ ହାରିଯାଇଥିବାରୁ ତାଙ୍କ ମନ୍ତ୍ରୀ ପଦ ଯାଇଛି। ଏବେ ତାଙ୍କୁ ଭତ୍ତା ମିଳିବ।

ଗତ ନିର୍ବାଚନ ଓ ଚଳିତ ନିର୍ବାଚନକୁ ଦେଖିଲେ ଲାଗିବ ବାଜି ଏକରକମ ପଲଟି ଯାଇଛି। ୨୦୧୯ରେ ଆମେଠିରୁ ସ୍ମୃତି ଇରାନୀ ଜିତିଥିଲେ। ଆଉ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିଲା। ରାହୁଲ ଅମେଠିରୁ ହାରି ଯାଇଥିଲେ କିନ୍ତୁ ଓ୍ବାଏନାଡରୁ ଜିତିଥିଲେ। କିନ୍ତୁ ମୋଦି ଉପନାମ ମାମଲାରେ ତାଙ୍କର ଏମପି ପଦ ଚାଲି ଯାଇଥିଲା। ପରେ କୋର୍ଟଙ୍କ ଶୁଣାଣି ପରେ ସେ ସଦସ୍ୟତା ଫେରି ପାଇଥିଲେ।

ହେଲେ ଚଳିତ ନିର୍ବାଚନରେ ସବୁ ବାଜି ପଲଟି ଯାଇଛି। ଏବେ ରାହୁଲ ବିରୋଧୀ ଦଳ ନେତା ହୋଇଛନ୍ତି। ତାଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ମିଳିବ। ଅନ୍ୟପଟେ ଆମେଠିରୁ ହାରିଯିବା ଯୋଗୁ ସ୍ମୃତିଙ୍କୁ ପୂର୍ବ ଏମପି ଭାବେ ଭତ୍ତା ମିଳିବ। ରାହୁଲଙ୍କୁ ଏବେ ପ୍ରତି ମାସରେ ୩ଲକ୍ଷ ୩୦ହଜାର ଟଙ୍କା ଦରମା ସହ ଅନ୍ୟ ସୁବିଧା ମଧ୍ୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri