ଅକ୍ଟୋବର ୭ରୁ ଆକାଶ ବାଇଜୁସ୍‌ର ଆନ୍ଥେ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ଘରୋଇ କୋଚିଂ ସେଣ୍ଟର ଆକାଶ ବାଇଜୁସ୍‌ର ବହୁ ପ୍ରତୀକ୍ଷିତ ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଟ ଏକ୍‌ଜାମ’ ବା ଆନ୍ଥେ-୨୦୨୩ ର ଚତୁର୍ଦ୍ଦଶ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ବାର୍ଷିକ ବୃତ୍ତି ପରୀକ୍ଷା ୭ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସାମର୍ଥ୍ୟ ପ୍ରତିପାଦନ କରିବା ଏବଂ ୧୦୦% ପର୍ଯ୍ୟନ୍ତ ବୃତ୍ତି ତଥା ଉଲ୍ଲେଖନୀୟ ନଗଦ ଅର୍ଥ ପୁରସ୍କାର ଲାଭ କରିବାକୁ ସୁଯୋଗ ପ୍ରଦାନ କରୁଛି।

ସେହିପରି ଚଳିତ ବର୍ଷ ବିଭିନ୍ନ ଶ୍ରେଣୀରୁ ୧୦୦ ସଫଳ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରୀୟସ୍ତରର ଏକ ବିଜ୍ଞାନ ଅଭିଯାନ ନିମନ୍ତେ ୫ ଦିବସୀୟ ସମ୍ପୂର୍ଣ୍ଣ ଦେୟମୁକ୍ତ ଗସ୍ତ ଜିତିବାର ସୁଯୋଗ ପାଇବେ।
ଏ ସମ୍ପର୍କରେ ଆକାଶ ଏଡୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ର ସିଇଓ ଅଭିଷେକ ମାହେଶ୍ୱରୀ କହିଛନ୍ତି, ଆନ୍ଥେ ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନ ଏବଂ ସେମାନଙ୍କ ସାମର୍ଥ୍ୟ ମଧ୍ୟରେ ରହୁଥିବା ଶୂନ୍ୟସ୍ଥାନକୁ ଦୂର କରିଛି। ଆନ୍ଥେ-୨୦୨୩ ରେ ଆମେ ଦୃଢ଼ ଅଂଶଗ୍ରହଣ ଆଶା କରୁଛୁ ଏବଂ ଛାତ୍ରୀଛାତ୍ରଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ନିକଟତର କରାଇବା ନିମନ୍ତେ ସେମାନଙ୍କୁ ଉତ୍‌ପ୍ରେରିତ କରିବା ଲକ୍ଷ୍ୟରେ ଆମେ ଅବିଚଳିତ ରହିଛୁ।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ରୁ ୧୫ ପର୍ଯ୍ୟନ୍ତ ଆନ୍ଥେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ଏପରିକି ଆନ୍ଥେ ଅନ୍‌ଲାଇନ ସମସ୍ତ ପରୀକ୍ଷା ଦିବସରେ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଫ୍‌ଲାଇନ ପରୀକ୍ଷାଗୁଡ଼ିକ ୨୦୨୩ ଅକ୍ଟୋବର ୮ ଓ ୧୫ ତାରିଖରେ ୨ଟି ଶିଫ୍ଟରେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୪ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଥିବା ଆକାଶ ବାଇଜୁସ୍‌ର ସମସ୍ତ ୩୧୫ରୁ ଊର୍ଦ୍ଧ୍ୱ କେନ୍ଦ୍ରରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?