Posted inଜାତୀୟ

ନେହେରୁଙ୍କ ଠାରୁ ବାଜପେୟୀ ଯାଏ…ମୃତ୍ୟୁ ପରେ ଏହି ପ୍ରଧାନମନ୍ତ୍ରୀଙ୍କ ଏତେଦିନ ଯାଏ ରଖାଯାଇଛି ମୃତଦେହ

ନୂଆଦିଲ୍ଲୀ,୨୭।୧୨: ଡିସେମ୍ବର ୨୬ ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ତାଙ୍କର ମୃତଦେହ ଡିସେମ୍ବର ୨୮ ଶନିବାର ଦିନ କଂଗ୍ରେସ ମୁଖ୍ୟାଳୟରେ ରଖାଯିବ। ଏହି ଦିନ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ ହେବ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ମତ୍ୟୁ ହୋଇଛି, ତେବେ କାହିଁକି ତାଙ୍କର ଶେଷ ରୀତିନୀତି ଆଜି ପାଳନ କରାଯାଉ ନାହିଁ ଅର୍ଥାତ ଶୁକ୍ରବାର କାହିଁକି ଏହା କରାଯାଉ ନାହିଁ। ଏହା ଶନିବାରକୁ କାହିଁକି ସ୍ଥଗିତ ରଖାଯାଇଛି। ଏହି ବିଳମ୍ବର କାରଣ କ’ଣ?କହିରଖୁଛୁ କି, ତାଙ୍କ ଝିଅ ଆମେରିକାରେ ରୁହନ୍ତି । ତାଙ୍କର ଶେଷ ରୀତିନୀତି ତାଙ୍କ ଝିଅ ନ ଆସିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ। ତାଙ୍କ ଝିଅ ଶୁକ୍ରବାର ରାତି ୧ଟା ସୁଦ୍ଧା ଆମେରିକାରୁ ଫେରିବେ।
କିନ୍ତୁ ଏପରି ବିଳମ୍ବ କେବଳ ମନମୋହନଙ୍କ ଠାରେ ନୁହେଁ ଭାରତର ଅନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କର ମୃତ୍ୟୁ ପରେ ସେମାନଙ୍କର ପାର୍ଥିବ ଶରୀରକୁ କିଛିଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ଜାଣନ୍ତୁ ସେ ସମ୍ପର୍କରେ…

ପଣ୍ଡିତ ଜବାହାରଲାଲ ନେହେରୁଙ୍କର ୨୭ ମଇ ୧୯୬୪ରେ ନୂଆଦିଲ୍ଲୀରେ ୭୪ବର୍ଷ ବୟସରେ ହୃଦଘାତ ହେତୁ ଦେହାନ୍ତ ହୋଇଥିଲା। କିନ୍ତୁ ତାଙ୍କୁ ମେ ୨୮ରେ ଯମୁନା କୂଳରେ ଶାନ୍ତିବନରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା। କୁହାଯାଏ ଯେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୧୫ଲକ୍ଷ ଲୋକ ଯୋଗ ଦେଇଥିଲେ।

ଲାଲ ବାହାଦୂର ଶାସ୍ତ୍ରୀଙ୍କର ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ୧୧ ଜାନୁଆରୀ ୧୯୬୬ ରେ ୬୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କର ମୃତଦେହକୁ ତାସକେଣ୍ଟରୁ ଦିଲ୍ଲୀ ଅଣାଯାଇଥିଲା ଏବଂ ୧୩ ଜାନୁୟାରୀ ୧୯୬୬ ରେ ପଣ୍ଡିତ ନେହେରୁଙ୍କ ସ୍ମାରକଠାରୁ କିଛି ଦୂରରେ ଅନ୍ତେଷ୍ଟି କରାଯାଇଥିଲା, ଆଜି ଏହି ସ୍ଥାନକୁ ବିଜୟ ଘାଟ କୁହାଯାଏ।

ଇନ୍ଦିରା ଗାନ୍ଧୀଙ୍କ ୩୧ ଅକ୍ଟୋବର ୧୯୮୪ରେ ସଫଦରଜଙ୍ଗ ରୋଡରେ ଥିବା ତାଙ୍କ ବାସଭବନରେ ମୃତ୍ୟୁ ହୋଇଥିଲା। କିନ୍ତୁ ନଭେମ୍ବର ୨ରେ ତାଙ୍କର ମୃତଦେହ କିଶୋର ମୁର୍ତ୍ତୀ ଭବନକୁ ନିଆଯାଇଥିଲା। ନଭେମ୍ବର ୩ରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି, ରାଜଘାଟ ନିକଟରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହୋଇଥିଲା, ଏହି ସ୍ଥାନକୁ ଆଜି ଶକ୍ତିସ୍ଥଳ କୁହାଯାଏ।

ମୋରାରଜୀ ଦେଶାଇଙ୍କ ୧୦ ଏପ୍ରିଲ ୧୯୯୫ରେ ବମ୍ବେରେ (ବର୍ତ୍ତମାନ ଯାହାକୁ ଆମେ ମୁମ୍ବାଇ ବୋଲି କହୁଛୁ) ମୃତ୍ୟୁ ବରଣ କରିଥିଲେ। ସେ ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ଦେଶାଇଙ୍କ ଅନ୍ତିମ ସଂସ୍କାର ୧୨ ଏପ୍ରିଲ ୧୯୯୫ ଗୁଜୁରାଟର ଅହମ୍ମଦାବାଦର ସାବରମତି ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା।

ଚୌଧୁରୀ ଚରଣ ସିଂ ୨୯ ମେ ୧୯୮୭ ରେ ୮୪ବର୍ଷ ବୟସରେ ଦେହାନ୍ତ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାର ମହାତ୍ମା ଗାନ୍ଧୀଙ୍କ ସମାଧି ରାଜଘାଟ ନିକଟରେ। ଏହି ସ୍ଥାନକୁ ବର୍ତ୍ତମାନ କିଷାନ ଘାଟ କୁହାଯାଏ। ଚରଣ ସିଂଙ୍କ ଶେଷ ରୀତିନୀତି ମେ ୨୯ରେ କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୧ ମେ ୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ମୃତ୍ୟୁ ହୋଇଥିଲା। ତିନି ଦିନ ପରେ, ମେ ୨୪ରେ ରାଜୀବ ଗାନ୍ଧୀଙ୍କୁ ରାଜକୀୟ ସମ୍ମାନରେ ମୃତଦାହ କରାଯାଇଥିଲା। ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ସମାଧି ନିକଟରେ ରାଜୀବ ଗାନ୍ଧୀଙ୍କ ମୃତଦାହ କରାଯାଇଥିଲା। ବର୍ତ୍ତମାନ ଏହି ସ୍ଥାନକୁ ବୀରଭୂମି କୁହାଯାଏ।

ପିଭି ନରସିଂହ ରାଓ ୨୩ ଡିସେମ୍ବର ୨୦୦୪ରେ ନୂଆଦିଲ୍ଲୀରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଡିସେମ୍ବର ୨୫ରେ ହାଇଦ୍ରାବାଦରେ ରାଓଙ୍କର ଶେଷ ରୀତିନୀତି କରାଯାଇଥିଲା।

ଅଟଳ ବିହାରୀ ବାଜପେୟୀ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। 1996 ରେ
ସେ ୧୬ ଅଗଷ୍ଟ ୨୦୧୮ରେ ମୃତ୍ୟୁବରଣ କରିଥିଲେ। ପରଦିନ, ଅଗଷ୍ଟ ୧୭ରେ, ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri