ବଲାଙ୍ଗୀର,୧୫ା୩(ସୁନିଲ କୁମାର ମହାନ୍ତି): ରିନବଚନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ସଦର ଥାନା ପୋଲିସ। ମଦ ପାଉଚ ଭାଗ ବଣ୍ଟାରୁ ସାଙ୍ଗ ସାଙ୍ଗ ମଧ୍ୟରେ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। ସଦର ଏସ୍ଡିପିଓ ସରୋଜ ଉପାଧ୍ୟାୟ ରବିବାର ସଦର ଥାନାରେ ଖବରଦାତା ସମ୍ମିଳନୀ କରି ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମଦ ଭାଗବଣ୍ଟାକୁ ନେଇ ରିନବଚନ ଗାଁର ଦୁର୍ଗା ପ୍ରସାଦ ବେହେରା କାଠ ଫାଳିଆରେ ପିଟି ସାଙ୍ଗ ଦୀପକ ନାଏକଙ୍କୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି।
ଶୁକ୍ରବାର ରାତିରେ ଭୋଜି ଖାଇବାକୁ ଦୀପକକୁ ଘରୁ ଡାକି ନେଇଥିଲେ ଦୁର୍ଗା ପ୍ରସାଦ। ଗାଁ ମନ୍ଦିର ପାଖ ଜମିରେ ଚିନି ଜଣ ବନ୍ଧୁ ମଦ ଆସର ଜମାଇୟଥିଲେ। ସେଠାରେ ଦୁଇ ବନ୍ଧୁ ଦୀପକ ଓ ଦୁର୍ଗା ପ୍ରସାଦଙ୍କ ମଧ୍ୟରେ ମଦ ପାଉଚ ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏକ କାଠ ଫାଳିଆରେ ଦୁର୍ଗା ପ୍ରସାଦ ଦୀପକଙ୍କୁ ଆକ୍ରମଣ କରିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଅଭିଯୁକ୍ତ ଦୁର୍ଗାପ୍ରସାଦ ବେହେରାଙ୍କୁ ଗିରଫ କରିଛି। ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିବାରୁ ଦୁର୍ଗାପ୍ରସାଦ ପଶ୍ଚାତାପ କରୁଥିବା କହିଛନ୍ତି।