ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି! ଭିଡିଓ ଭାଇରାଲ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୨୭।୫: ସମସ୍ତଙ୍କ ସାମ୍ନାରେ ମାଡ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି। ଆଉ ସେ ବି ନିଜ ସ୍ତ୍ରୀଙ୍କ ହାତରୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ମାକ୍ରନଙ୍କ ପତ୍ନୀ ବ୍ରିଜିଟ ମାକ୍ରନ।

ତେବେ ବ୍ରିଜିଟ ମଜାଳିଆ ଢଙ୍ଗରେ ଚାପୁଡ଼ା ମାରିଥିବା ଅନୁମାନ କରାଯାଉଛି। କିନ୍ତୁ, ମାକ୍ରନଙ୍କୁ ତାହା କିଛି ସମୟ ପାଇଁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ବିମାନର ଦ୍ୱାର ଖୋଲିବାମାତ୍ରେ ମ୍ୟାକ୍ରନଙ୍କ ମୁହଁକୁ ତାଙ୍କ ପତ୍ନୀ ହାତରେ ବୁଲେଇ ଦେଉଥିବା ଦେଖାଯାଉଛି। ଭିଏତନାମ ରାଜଧାନୀ ହାନୋଇ ପହଞ୍ଚିବାମାତ୍ରେ ମ୍ୟାକ୍ରନଙ୍କ ସହିତ ଏହି କାଣ୍ଡ ହୋଇଯାଇଛି। ‘ଦି ସନ’ର ଏକ୍ସ ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରାଯାଇଛି। ଏବେ ଏହି ଘଟଣା ଆମେରିକା ସମେତ ଫ୍ରାନ୍ସ, ଇଂଲଣ୍ଡ, ଭାରତ, ସୱିଜରଲ୍ୟାଣ୍ଡ ଆଦି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ସ୍ପଷ୍ଟ ରୂପେ ରାଷ୍ଟ୍ରପତିଙ୍କ ମୁହଁର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି।

 

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ରବିବାର ଭିଏତନାମ ଗସ୍ତରେ ଯାଇ ରାଜଧାନୀ ହନୋଇରେ ପହଞ୍ଚିଥିଲେ। ତାଙ୍କ ସାଥୀରେ ଥିଲେ ସ୍ତ୍ରୀ ବ୍ରିଜିଟ। ବିମାନରୁ ଓହ୍ଲାଇବା ସମୟରେ ବ୍ରିଜିଟ ଏମାନୁଏଲ ମାକ୍ରନଙ୍କୁ ଦୁଇ ହାତରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ସେହି ସମୟରେ ବ୍ରିଜିଟଙ୍କ ମୁହଁ ବାହାରକୁ ଦେଖାଯାଇ ନ ଥିଲା। କିଛି ସମୟ ପରେ ବ୍ରିଜିଟ ବାହାରକୁ ବାହାରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ବ୍ରିଜିଟଙ୍କ ଚାପୁଡ଼ା ପରେ ମାକ୍ରନ କିଛି ସମୟ ପାଇଁ ଅସହଜ ଅନୁଭବ କରିଥିଲେ। କିନ୍ତୁ, ପରେ ନିଜକୁ ସଜାଡ଼ି ବିମାନ ବାହାରକୁ ହାତ ହଲାଇଥିଲେ। ତେବେ ଏହାକୁ ନେଇ ସାରା ବିଶ୍ୱରେ ଚହଳ ସୃଟେି ହୋଇଛି। କିନ୍ତୁ, ମାକ୍ରନଙ୍କ ପ୍ରତି ଏହା ବ୍ରିଜିଟଙ୍କ ଭଲପାଇବା ବୋଲି କୁହାଯାଉଛି। ଉଭୟେ ସାମୀ-ସ୍ତ୍ରୀ ହୋଇଥିବାରୁ ବ୍ରିଜିଟ ଥଟ୍ଟାମଜାରେ ଏପରି କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri