Posted inଫୁରସତ

ଗଣମାଧ୍ୟମ ସ୍ବାଧୀନତା ସଙ୍କୁଚିତ ନ ହେଉ

ସାରା ବିଶ୍ବରେ ପ୍ରତିବର୍ଷ ମେ’ ୩ ତାରିଖରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ହୋଇଥାଏ। ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଗଣମାଧ୍ୟମ ବିନା ଗଣତନ୍ତ୍ର ଅସୁରକ୍ଷିତ। ଏକ ସଫଳ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ଗଣମାଧ୍ୟମ ନିତାନ୍ତ ଅପରିହାର୍ଯ୍ୟ। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ଅନୁସାରେ, ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଏକ ମୂଳ ସତ୍ୟ ଉପରେ ଗୁରୁତ୍ୱାରୋପ କରେ; ତାହା ହେଲା ‘ଲୋକଙ୍କର ସ୍ବାଧୀନତା ପ୍ରେସ୍‌ ସ୍ବାଧୀନତା ଉପରେ ନିର୍ଭରଶୀଳ’। ଏକ ସ୍ବାଧୀନ ଗଣମାଧ୍ୟମ ନ୍ୟାୟ, ସମାନତା, ଉତ୍ତରଦାୟିତ୍ୱ ଓ ମାନବିକ ଅଧିକାରର ପ୍ରମୁଖ ଆଧାର ଭାବେ କାର୍ଯ୍ୟକରେ। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଥୋମାସ ଜେଫରସନ୍‌ ଏକଦା କହିଥିଲେ, ଯେଉଁଠି ପ୍ରେସ୍‌ ସ୍ବାଧୀନ ସେଇଠି ସମସ୍ତେ ସୁରକ୍ଷିତ। ସ୍ବାଧୀନ ଗଣମାଧ୍ୟମ ବିନା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କଷ୍ଟକର। ଏହି ଦିବସର ଇତିହାସ ଦେଖିବାକୁ ଗଲେ ୧୯୯୧ରେ ଆଫ୍ରିକୀୟ ସାମ୍ବାଦିକମାନଙ୍କର ପ୍ରେସ୍‌ ସ୍ବାଧୀନତା ସପକ୍ଷରେ ସ୍ବରଉତ୍ତୋଳନର ଘଟଣା ସାମ୍ନାକୁ ଆସେ। ଯାହା ପରବର୍ତ୍ତୀ ସମୟରେ ‘ଡିକ୍ଲାରେଶନ ଅଫ୍‌ ଉଇଣ୍ଡହୋକ’ର ରୂପ ନେଇଥିଲା। ୧୯୯୩ ମସିହାରେ ସଂଯୁକ୍ତରାଷ୍ଟ୍ର ମହାସଭା ପ୍ରଥମ ଥର ପାଇଁ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନର ନିଷ୍ପତ୍ତି ନେଇଥିଲା। ମେ’ ୩ ତାରିଖରେ ଉଇଣ୍ଡହୋକ ଡିକ୍ଲାରେଶନ ଗୃହୀତ ହୋଇଥିବା କାରଣରୁ ଏହି ଦିବସ ପାଇଁ ମେ’ ୩ ତାରିଖକୁ ବଛା ଯାଇଥିଲା। ଏ ବର୍ଷ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଲାଗି ବିଷୟବସ୍ତୁ ରହିଛି: ‘ରିପୋର୍ଟିଂ ଇନ୍‌ ଦ ବ୍ରେଭ ନ୍ୟୁ ଓ୍ବାଲର୍‌ଡ ଦି ଇମ୍ପାକ୍ଟ ଅଫ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନ୍‌ ପ୍ରେସ୍‌ ଫ୍ରିଡମ୍‌ ଆଣ୍ଡ ଦ ମିଡିଆ’। କୃତ୍ରିମ ବୁଦ୍ଧିମତ୍ତା ବର୍ତ୍ତମାନ ସମୟରେ ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ବହୁଳ ପ୍ରୟୋଗ ସୂଚନା ସଂଗ୍ରହ, ବିନିମୟ ଓ ଉପଯୋଗ ଆଦି ଦିଗଗୁଡ଼ିକରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ତେବେ ଏହା ସାମ୍ପ୍ରତିକ ଗଣମାଧ୍ୟମ ସମ୍ମୁଖରେ ଉଭୟ ଆହ୍ବାନ ଓ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ଆମେ ନ୍ୟୁଜ୍‌ରୁମ ଅଟୋମେଶନ, ଆଲ୍‌ଗୋରିଦମ୍‌, କଣ୍ଟେଣ୍ଟ ଭିଜିବିଲିଟି, ଡେଟା ଆନାଲିସିସ୍‌, ଫ୍ୟାକ୍ଟ ଚେକିଂ, ସର୍ଭେଲାନ୍ସ, ଡିସ୍‌୍‌ଇନ୍‌ଫର୍ମେଶନ ଆଦି କିଛି ଶବ୍ଦ ସହ ଊଣା ଅଧିକେ ପରିଚିତ ଅଛୁ। ଏସବୁ ଦିଗରେ କୃତ୍ରିମ ବୁଦ୍ଧିମତ୍ତାର ବହୁଳ ଉପଯୋଗ ହେବାରେ ଲାଗିଛି। ତେବେ ଏହାର ପ୍ରୟୋଗ ପ୍ରେସ୍‌ ସ୍ବାଧୀନତାକୁ ସଙ୍କୁଚିତ ନ କରିବା ଆବଶ୍ୟକ। ମନର ପ୍ରକୃତି ମାଧ୍ୟମର ପ୍ରକୃତିକୁ ପ୍ରଭାବିତ କରେ। ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରେସ୍‌ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟକୁ ବହନ କରେ। ଯଦି ଆଭିମୁଖ୍ୟ ନକାରାତ୍ମକ, ତେବେ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟ ମୂଲ୍ୟହୀନ ପାଲଟେ। କୃତ୍ରିମ ବୁଦ୍ଧିମତ୍ତାକୁ ବୃହତ୍ତର ସାମାଜିକ ସ୍ବାର୍ଥ ହାସଲ ଦିଗରେ ପ୍ରୟୋଗ କରାଯିବା ଜରୁରୀ। ପ୍ରେସ୍‌ ସ୍ବାଧୀନତା ଦିବସ ମଧ୍ୟ ସାମ୍ବାଦିକମାନଙ୍କର ସୁରକ୍ଷା ଓ ସମ୍ମାନର କଥା କହେ। ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି, ସେଇଠି ଗଣମାଧ୍ୟମର ସ୍ବାଧୀନତା ପ୍ରଭାବିତ ହୋଇଥାଏ ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଜାଣିରଖିବା ଦରକାର ଯେ ଏକ ସୁସ୍ଥ ସମାଜର ପରିକଳ୍ପନା ଏକ ସ୍ବାଧୀନ, ସଚେତନ ଓ ସମ୍ବେଦନଶୀଳ ଗଣମାଧ୍ୟମ ବିନା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri