Posted inଜାତୀୟ

ଲୋକଙ୍କୁ ପଙ୍ଗୁ କରୁଛି ଫ୍ରିବିଜ୍‌

ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦିଆଯାଉଥିବା ମାଗଣା ସାମଗ୍ରୀ ଓ ସୁବିଧା ପ୍ରଦାନର ପ୍ରତିଶ୍ରୁତି (ଫ୍ରିବିଜ୍‌) ଲୋକଙ୍କୁ ଏକପ୍ରକାର ପଙ୍ଗୁ କରିଦେଉଛି। ଭୋଟ ପାଖେଇ ଆସିଲେ ମାଗଣା ରାଶନ ଓ କିଛି ଟଙ୍କା ପାଇଯାଉଥିବାରୁ ଲୋକେ କାମ କରିବାକୁ ମଙ୍ଗୁନାହାନ୍ତି। ଏଥିଯୋଗୁ ଏକ ପରଜୀବୀ ଶ୍ରେଣୀ ସୃଷ୍ଟି ହେଉନାହିଁ କି ବୋଲି ବୁଧବାର ସୁପ୍ରିମକୋର୍ଟ ବାସହୀନମାନଙ୍କୁ ଆଶ୍ରୟ ଅଧିକାର ସମ୍ପର୍କିତ ଏକ ପିଆଇଏଲ୍‌ର ଶୁଣାଣିବେଳେ ପ୍ରଶ୍ନ କରିଛନ୍ତି। ଦଳଗୁଡ଼ିକ ଫ୍ରିବିଜ୍‌ ସଂସ୍କୃତିକୁ ତ୍ୟାଗକରି ବାସହୀନମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣି ଜାତୀୟ ପ୍ରଗତିରେ ସାମିଲ କରାଇବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ହେଲେ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ନାଗରିକଙ୍କ କଲ୍ୟାଣ ଏବଂ ସେମାନଙ୍କୁ ମାଗଣାରେ ମୌଳିକ ସୁବିଧା ପ୍ରଦାନ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଏହାର ଲାଭ କେତେଜଣ ଅଯୋଗ୍ୟ ବ୍ୟକ୍ତି ହାତେଇଲେ ମଧ୍ୟ ଗରିବ ଲୋକଙ୍କ ବୃହତ୍ତର ସ୍ବାର୍ଥ ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମାଗଣାରେ ବିଜୁଳି, ପାଣି, ଘର, ରାଶନ ଏବଂ ଭତ୍ତା ଆଦି ପ୍ରଦାନ ସ୍ବାଗତଯୋଗ୍ୟ ବୋଲି ଅନେକେ ମତ ଦେଉଛନ୍ତି।

ନୂଆଦିଲ୍ଲୀ,୧୩ା୨(ପିଟି/ଲାଇଭ୍‌ ଲ): ଭାରତର ସହରାଞ୍ଚଳରେ ବାସହୀନ ଲୋକଙ୍କୁ ଆଶ୍ରୟ ଅଧିକାର ପ୍ରଦାନ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଥିଲା। ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହ ବୁଧବାର ଏହାର ଶୁଣାଣି କରି କହିଛନ୍ତି, ନିର୍ବାଚନ ଆସିଗଲେ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ମାଗଣା ସାମଗ୍ରୀ ଓ ସୁବିଧା ପ୍ରଦାନର ପ୍ରତିଶ୍ରୁତିରେ ପୋତିଦେଉଛନ୍ତି। ମାଗଣାରେ ରାଶନ ଓ ଟଙ୍କା ମିଳିଯାଉଥିବାରୁ ଲୋକେ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଫ୍ରିବିଜ୍‌ ସଂସ୍କୃତି ସମାଜରେ ଏକ ପରଜୀବୀ ବର୍ଗ ବା ଶ୍ରେଣୀକୁ ସୃଷ୍ଟି କରୁଛି। ଦଳଗୁଡ଼ିକ ଏହା ପରିବର୍ତ୍ତେ ଅଭାବୀ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଉଚିତ। ଏପରି କରାଗଲେ ସେମାନେ ଦେଶର ବିକାଶଧାରାରେ ଯୋଡ଼ି ହୋଇପାରନ୍ତେ ବୋଲି ଜଷ୍ଟିସ୍‌ ଗଭାଇ କହିଛନ୍ତି।
ଦୁର୍ଭାଗ୍ୟର ବିଷୟ ଯେ ଠିକ୍‌ ନିର୍ବାଚନ ତାରିଖ ଘୋଷଣା ସହ ‘ଲଡ୍‌କି ବହିନ୍‌’ ଓ ଅନ୍ୟ ଯୋଜନା ଭଳି ଫ୍ରିବିଜ୍‌ କାରଣରୁ ଲୋକେ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଆବେଦନକାରୀ ଯେଉଁ ବିଷୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି, ତାକୁ ଆମେ ପ୍ରଶଂସା କରୁଛୁ। ତେବେ ସେମାନଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇପାରିବ।
ଲୋକଙ୍କୁ ପଙ୍ଗୁ ….
ଏଭଳି ଲୋକେ ବି ବିକାଶ ଧାରାରେ ସାମିଲ ହୋଇପାରିବେ। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଲେ, ଦେଶରେ ପ୍ରାୟ ଏଭଳି କେହି ନ ଥିବେ, ଯିଏ କାମ ପାଇ କାମ କରିବାକୁ ଚାହୁଁ ନ ଥିବେ। ତାଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଗଭାଇ କହିଲେ, ଆପଣଙ୍କର ଏକତରଫା ଜ୍ଞାନ ରହିଛି। ମୁଁ ନିଜେ ଚାଷୀ ପରିବାରରୁ ଆସିଛି। ନିକଟ ଅତୀତରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫ୍ରିବିଜ୍‌ ଯୋଗୁ ମହାରାଷ୍ଟ୍ରର ଶ୍ରମିକ କାର୍ଯ୍ୟ କରିବାକୁ ଆଗ୍ରହ ନ ଦେଖାଇବାରୁ କୃଷକମାନେ କାମ କରାଇବା ପାଇଁ ଲୋକ ପାଇ ନ ଥିଲେ। ତେବେ ଏହି ବିତର୍କ ଭିତରକୁ ଅଧିକ ଯିବାନାହିଁ ବୋଲି ଜଷ୍ଟିସ୍‌ ଗଭାଇ କହିଲେ। ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣିଙ୍କ ସମେତ ସମସ୍ତେ ବାସହୀନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ନିମନ୍ତେ ଘର ଯୋଗାଇବା ପ୍ରସଙ୍ଗରେ ସହମତ। କିନ୍ତୁ ଏହା ସନ୍ତୁଳିତ ହେବା ଉଚିତ ନୁହେଁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଭେଙ୍କଟରମଣି କହିଲେ, ସରକାର ସହରାଞ୍ଚଳରୁ ଦାରିଦ୍ର୍ୟ ହଟାଇବା ମିଲନ ଉପରେ ପ୍ରକ୍ରିୟା ଚୂଡ଼ାନ୍ତ କରୁଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ବସବାସ କରୁଥିବା ବାସହୀନଙ୍କ ଅସୁବିଧା ସମେତ ଅନେକ ପ୍ରସଙ୍ଗର ସମାଧାନ ହୋଇପାରିବ। ଖଣ୍ଡପୀଠ ଏହା ଶୁଣି ପୁଣି ପ୍ରଶ୍ନ କଲେ, କେନ୍ଦ୍ରର କେଉଁ ଯୋଜନାରେ କେତେ ଦିନ ଭିତରେ ଏହାର ସମାଧାନ ହୋଇପାରିବ? ସରକାରୀ ଯୋଜନାକୁ ଯାଞ୍ଚ କରି ରେକର୍ଡ ଦାଖଲ କରନ୍ତୁ। ଇତିମଧ୍ୟରେ ନ୍ୟାଶନାଲ ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ନ୍ୟାଶନାଲ ଲିଭ୍‌ଲିହୁଡ୍‌ ମିଶନକୁ ସରକାର ଜାରି ରଖିବେ କି ନାହିଁ ତାହା ମଧ୍ୟ ଅଟର୍ନି ଜେନେରାଲ ଅନୁଧ୍ୟାନ କରନ୍ତୁ ବୋଲି ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଉକ୍ତ ଯୋଜନାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକଠାରୁ ତଥ୍ୟ ସଂଗ୍ରହ ଲାଗି ମଧ୍ୟ କେନ୍ଦ୍ରକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ବେଳେ ଜଣେ ଆବେଦନକାରୀ କହିଲେ, ବାସହୀନଙ୍କ ସମସ୍ୟାକୁ ସରକାର ବିଶେଷ ପ୍ରାଧାନ୍ୟ ଦେଉ ନ ଥିବାରୁ ଏହାର ସମାଧାନ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଅଧିକାରୀମାନେ କେବଳ ଧନୀଙ୍କ ପାଇଁ କାମ କରୁଛନ୍ତି ଓ ଗରିବଙ୍କ ପ୍ରତି ଉଦାସୀନ ରହିଛନ୍ତି ବୋଲି ଆବେଦନକାରୀ କହିବା ପରେ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। କହିଛନ୍ତି, ସୁପ୍ରିମକୋର୍ଟରେ ରାମଲୀଳା ମଇଦାନ ଭଳି ଭାଷଣ ଦିଅନାହିଁ। ଅନାବଶ୍ୟକ ଅଭିଯୋଗ ଆଣନାହିଁ। ଏଠାରେ ରାଜନୈତିକ ଭାଷଣ ଦେବା ଅନୁଚିତ। କୋର୍ଟରୁମ୍‌କୁ ଆମେ ରାଜନୈତିକ ଯୁଦ୍ଧଭୂମିରେ ପରିଣତ ହେବାକୁ ଦେବୁନାହିଁ।
ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଲେ, ଖଣ୍ଡପୀଠଙ୍କ ନିକଟରେ ଦାଖଲ ଏକ ରେକର୍ଡ ଅନୁସାରେ ୨୦୨୪ ଡିସେମ୍ବର ୪ ସୁଦ୍ଧା ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ମୋଟ ୨,୫୫୫୭ ବାସଗୃହ ମଞ୍ଜୁର ହୋଇଥିଲା। ସେଥିରୁ ୧,୯୯୫ ଆଶ୍ରୟ ଗୃହ ଏବେ ବାସଯୋଗ୍ୟ ହୋଇଛି, ଯହିଁରେ ୧.୧୬ ଶଯ୍ୟା ରହିଛି। କେବଳ ଦିଲ୍ଲୀରେ ୩ ଲକ୍ଷ ସହରୀ ବାସହୀନ ରହିଥିବା ବିଷୟ ଏକ ସର୍ଭେରେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି। ଦିଲ୍ଲୀ ଅର୍ବାନ ଶେଲ୍ଟର ଇମ୍ପ୍ରୁଭ୍‌ମେଣ୍ଟ ବୋର୍ଡର ତଥ୍ୟାନୁସାରେ ଏହି ଆଶ୍ରୟ ଗୃହଗୁଡ଼ିକର ମୋଟ ଧାରଣ କ୍ଷମତା ୧୭,୦୦୦ ବ୍ୟକ୍ତି ହୋଇଥିବାବେଳେ ସେଥିରୁ ମାତ୍ର ୫,୯୦୦ଟିରେ ବେଡ୍‌ ରହିଛି। ବୋର୍ଡ ଓକିଲ କହିଲେ, ବର୍ତ୍ତମାନ ୧୯୭ ଶେଲ୍ଟର ହୋମ୍‌ କାର୍ଯ୍ୟକ୍ଷମ ରହିଛି, ଯେଉଁଠି ୧୭,୦୦୦ ଲୋକ ରହିପାରିବେ।
ସମସ୍ତ ବିଷୟ ଶୁଣିବା ପରେ ଖଣ୍ଡପୀଠ ଭେଙ୍କଟରମଣିଙ୍କୁ ତଥ୍ୟର ସତ୍ୟାସତ୍ୟ ମନ୍ତ୍ରଣାଳୟଠାରୁ ଯାଞ୍ଚ କରିବାକୁ କହିଛନ୍ତି। ଏଥିସହ ୬ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।
ଭୁବନେଶ୍ୱର ୟୁନିଟ୍‌-୧ ହାଟର ଜଣେ ବ୍ୟବସାୟୀ ଏ. ଦିନେଶ ପାତ୍ର ଏକ ଉଦାହରଣ ମାଧ୍ୟମରେ ସରକାରଗୁଡ଼ିକ ଦ୍ୱାରା ମାଗଣାରେ ଦିଆଯାଉଥିବା ସୁବିଧାସୁଯୋଗକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ୧୦୦ ଦୋଷୀ ଖସିଗଲେ ମଧ୍ୟ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ ବୋଲି ଆମ ନ୍ୟାୟ ବ୍ୟବସ୍ଥା ଗୁରୁତ୍ୱ ଦିଏ। ସେହି ନ୍ୟାୟରେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସରକାରଙ୍କ ମାଗଣା ସୁବିଧାର ଦୁରୁପଯୋଗ କଲେ ମଧ୍ୟ ଅସହାୟ, ଗରିବ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ମାଗଣା ସହାୟତାର ଆବଶ୍ୟକତା ରହିଥିବା ସେ ଯୁକ୍ତି ବାଢ଼ିଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକାର ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫର ଦେବାଶିଷ ସୁବୁଦ୍ଧିଙ୍କ ମତରେ ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ରାଜନୈତିକ ଲାଭ ଆଶାରେ ଲୋକଙ୍କୁ ଫ୍ରିବିଜ୍‌ରେ ପୋତି ଦେଉଛନ୍ତି। ଲୋକେ ସେଥିରେ ପ୍ରଲୋଭିତ ହୋଇ ଭୋଟ ଦେଉଛନ୍ତି। ଏହାର ଦୁଇଟି ଦିଗ ରହିଛି। ଗୋଟିଏ ପଟୁ ଦେଖିଲେ ଦଳଗୁଡ଼ିକ କମ୍‌ ଦେଇ ଅଧିକ ଟାଣିନେବା ପାଇଁ ଏଭଳି କରୁଛନ୍ତି। ଅନ୍ୟପକ୍ଷରେ ଗରିବଗୁରୁବା ସରକାରୀ ଯୋଜନାଗୁଡ଼ିକର ସୁବିଧା ପାଉଛନ୍ତି, ଯାହାକି ଫ୍ରିବିଜ୍‌ ବ୍ୟବସ୍ଥା ନ ଥିଲେ ମିଳନ୍ତା ନାହିଁ। ମୋଟାମୋଟି ଭାବେ ମାଗଣା ସାମଗ୍ରୀ ଏବଂ ସୁବିଧା ପ୍ରଦାନ ପ୍ରତିଶ୍ରୁତି ଅନୁନ୍ନତ ଲୋକଙ୍କ ଆର୍ଥିକ ସକ୍ଷମ କରାଇବାରେ ସହାୟକ ହେଉଛି। ତେଣୁ ଏହାକୁ ବିରୋଧ ଅନୁଚିତ।
ଭୁବନେଶ୍ୱରର ସାମାଜିକ କର୍ମୀ ଅନୁରାଧା ମହାନ୍ତି କହିଛନ୍ତି, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ କିଛି ନା କିଛି ଯୋଜନା, ଫ୍ରି ସ୍କିମ୍‌ ଘୋଷଣା କରିଥାନ୍ତି, ଯାହାକି ଅନେକ କ୍ଷେତ୍ରରେ ସମାଜର ତଳସ୍ତରରେ ରହିଥିବା ଲୋକଙ୍କ ପାଇଁ ନିହାତି ଆବଶ୍ୟକ। ଯେଉଁମାନଙ୍କର କିଛି ସମ୍ବଳ ନାହିଁ, ଦିବ୍ୟାଙ୍ଗ, ବୃଦ୍ଧ ସୋମନଙ୍କ ପାଇଁ ଏଭଳି ସାମାଜିକ ନିରାପତ୍ତା ଯୋଜନା ଦରକାର। ଯେଉଁମାନେ ସୁସ୍ଥ ସବଳ ଏବଂ କାମ କରିବାର କ୍ଷମତା ରହିଛି, ସେମାନେ ଯୋଜନାର ଲାଭାର୍ଥୀ ହେବା ଠିକ୍‌ ନୁହେଁ। ଅନେକ କ୍ଷେତ୍ରରେ ଅଯୋଗ୍ୟ ବ୍ୟକ୍ତି ଗଳିପଶି ବିଭିନ୍ନ ଯୋଜନା ବା ଫ୍ରି ସ୍କିମ୍‌ର ଲାଭ ଉଠାଉଛନ୍ତି। ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ହେବା ଉଚିତ। କିନ୍ତୁ ଏହିମାନଙ୍କ ପାଇଁ ଅସହାୟ, ଗରିବ ଲୋକଙ୍କ ପାଇଁ ମାଗଣାରେ ମିଳୁଥିବା ସୁବିଧାଗୁଡ଼ିକୁ ବନ୍ଦ କରାଯିବା ଉଚିତ ନୁହେଁ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri