ଦୁଇ ATM ଭାଙ୍ଗିଲେ ଦୁର୍ବୃତ୍ତ: ସାଇରନ ବାଜିବାରୁ…

ସାବରଙ୍ଗ,୨୨ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଠାରେ ଥିବା ଏଚ୍‌ଡିଏଫ୍‌ସିର ଏଟିଏମ୍‌ ଓ ସିନେମା ହଲ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିଲେ। ସାଇରନ ବାଜିବାରୁ ପାଟ୍ରୋଲିଂ କରୁଥିବା ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ। ଏହା ଦେଖି ଦୁର୍ବୃତ୍ତମାନେ ସେଠାରୁ ନିମିଷକରେ ଫେରାର ହୋଇଯାଇଥିଲେ।

Share
Tags: ATM loot