ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ

ବାଣପୁର,୨୮।୯(ଡି.ଏନ୍‌.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ମନୋଜ ମହାନ୍ତି। ଅଭିଯୋଗ ମୁତାବକ, ବାଣପୁର ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଉମାକାନ୍ତ ଛୋଟରାୟଙ୍କ ପୁଅ ରଞ୍ଜିତ କୁମାର ୨୦୦୧ରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ +୨ରେ ପାଠ ପଢୁଥିଲେ। ତେବେ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ କମ୍ପାନୀରେ ତାଙ୍କର ଚାକିରି ହୋଇଯିବାରୁ ରଞ୍ଜିତ ପାଠପଢା ଅଧାରୁ ଛାଡି ବେଙ୍ଗାଲୁର ପଳାଇଥିଲେ। ୨୦୧୮ରେ ଚାକିରିରେ ପଦୋନ୍ନତି ପାଇଁ +୨ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଥିବାରୁ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ରଞ୍ଜିତଙ୍କ ମା’ଶାନ୍ତିଲତା ନାଚୁଣି କଲେଜରେ କାର୍ଯ୍ୟରତ ଅଧ୍ୟାପକ ମନୋଜ ମହାନ୍ତିଙ୍କ ସହ ଯୋଗାଯୋଗ କରିଥିଲେ। କଲେଜରେ ନାମ ଲେଖାଇ ଦେବା ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପାଇଁ ମନୋଜ ପ୍ରତିଶ୍ରୁତି ଦେଇ ବିଭିନ୍ନ କିସ୍ତିରେ ଶାନ୍ତିଲତାଙ୍କ ଠାରୁ ୧ଲକ୍ଷ ଟଙ୍କା ନେବା ସହ କଲେଜର ତିନୋଟି ଜାଲ୍‌ ରସିଦ ପ୍ରଦାନ କରିଥିଲେ। ତେବେ ଦୁଇ ବର୍ଷ ବିତିଯିବା ପରେ ମଧ୍ୟ ପରୀକ୍ଷା ହୋଇ ନାହିଁ ବୋଲି ମଥ୍ୟା ପ୍ରତିଶ୍ରୁତି ଦେଇ ଶାନ୍ତିଲତାଙ୍କୁ ଭଣ୍ଡାଇ ଚାଲିଥିଲେ। ତେବେ ୫ମାସ ପୂର୍ବେ +୨ ପରୀକ୍ଷା ଫଳ ଘୋଷଣା ହୋଇ ସାରିଥିବା ଶାନ୍ତିଲତା ଜାଣିବା ପରେ ମନୋଜଙ୍କୁ ଟଙ୍କା ଫେରାଇବା ଲାଗି କହିଥିଲେ। ଟଙ୍କା ଫେରାଇବା ବଦଳରେ ମନୋଜ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ବୋଲି ଶାନ୍ତିଲତା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ମନୋଜଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଆମେରିକା ପରେ ଏବେ ଏହି ଦେଶ ଭାରତ ଉପରେ ଲଗାଇଲା ୫୦% ଟାରିଫ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ…

ନୂଆଦିଲ୍ଲୀ,୧୧।୧୨: ଡିସେମ୍ବର ୧୦ ତାରିଖରେ, ମେକ୍ସିକୋ ସିନେଟ ଏକ ବଡ଼ ବିଲ ପାସ କରିଛି। ଯାହା ଚାଇନା ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri