ନିଯୁକ୍ତିରେ ଜାଲିଆତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୩ା୫: ରାଜ୍ୟରେ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଏବଂ ଜାତିଗତ ପ୍ରମାଣପତ୍ର ଜାଲିଆତି କରି ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ପାଇବା ଏବେ ସାଧାରଣ କଥା ହୋଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇ ଆସୁଥିଲେ ହେଁ ସେତେଟା ସଫଳତା ମିଳିପାରୁନାହିଁ। ଏବେ ପୁଣି ସ୍ନାତକୋତ୍ତର (ପିଜି/ଏମ୍‌ଏ) ମାର୍କଶିଟକୁ ଚଞ୍ଚକତା କରି ଅଧ୍ୟାପକ ସାଜିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା ବାଲିଚନ୍ଦ୍ରପୁର ପଲ୍ଲିଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲରେ ୩ ଜଣ ଅଧ୍ୟାପିକା, ଅଧ୍ୟାପକ ଚଞ୍ଚକତା କରି ବ୍ଲକ ଗ୍ରାଣ୍ଟ ପାଉଥିବା ଅଭିଯୋଗ ଉପରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଏଚ୍‌ଏସ୍‌ଇ) ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ବିଭାଗୀୟ ଡେପୁଟି ଡାଇରେକ୍ଟର ୧୦ା୫ା୨୦୨୩ରେ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କୁ ନେଇ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଆରଟିଆଇ(ସୂଚନା ଅଧିକାର ଆଇନ) ତଥ୍ୟ ବଳରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ପଲ୍ଲିଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ୩ ଜଣ ଅଧ୍ୟାପକ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବସନ୍ତ କୁମାର ବିଶ୍ୱାଳ ଉଚ୍ଚ ମାଧ୍ୟମିକ ଶିକ୍ଷା(ଏଚ୍‌ଏସ୍‌ଇ) ନିର୍ଦ୍ଦେଶକଙ୍କୁ ୨୫ା୧୧ା୨୦୨୨ରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ମାମି ବଳୱନ୍ତ ରାୟ ୧୯୯୮ରେ ପିଜି(ପୋଷ୍ଟ ଗ୍ରାଜୁଏଟ) ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। କିନ୍ତୁ ସେ ପଲ୍ଲିଶ୍ରୀ ମହିଳା କଲେଜରେ ପିଜି ଶିକ୍ଷା ପାଇବାର ଦୁଇବର୍ଷ ପୂର୍ବରୁ ୨୦ା୧୨ା୧୯୯୬ରେ ଅଧ୍ୟାପିକା ଭାବେ ଯୋଗଦେଇଥିଲେ। ଏହାସହ ଅଧ୍ୟାପିକା ପଦବୀ ପାଇଁ ଅନୂ୍ୟନ ୫୫% ମାର୍କର ଆବଶ୍ୟକତା ରହିଥିବାବେଳେ ସେ ପିଜି ପରୀକ୍ଷାରେ ୫୪.୩୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ବିଭାଗୀୟ ଯାଞ୍ଚରେ ସେ କିପରି ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଇଂଲିଶ ଅଧ୍ୟାପକ ଭାବଗ୍ରାହୀ ମହାରଣାଙ୍କ ନିଯୁକ୍ତିକୁ ନେଇ କଲେଜର ପରିଚାଳନା କମିଟିର ସମ୍ପାଦକ ୨୦୦୯ରେ ‘ଏ ଫର୍ମ’ରେ ସୁପାରିସ କରି ନ ଥିଲେ। ଅନ୍ୟଜଣେ ଇଂଲିଶ ଅଧ୍ୟାପକ ତାଙ୍କ ନାମକୁ ‘ଏ ଫର୍ମ’ରେ ସୁପାରିସ କରିଥିବା ଆରଟିଆଇ ତଥ୍ୟରେ ଜଣାପଡ଼ିଥିଲା। ଏହାସହ ଅଧ୍ୟାପକ ମହାରଣା ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଗଙ୍ଗପଡ଼ା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ଇଞ୍ଜିନିୟରିଂ କଲେଜରେ ଇଂଲିଶ ବିଭାଗ ମୁଖ୍ୟ ଭାବେ ଚାକିରି କରୁଥିଲେ। କିନ୍ତୁ ଏହି କଲେଜରେ ତାଙ୍କୁ ୨୦୦୯ରେ କିପରି ନିଯୁକ୍ତି ମିଳିଲା ବୋଲି ପ୍ରଶ୍ନ ହୋଇଛି। ଏହାସହ ମହାରଣା ପିଜି ପରୀକ୍ଷାରେ ଆବଶ୍ୟକଠାରୁ ବହୁତ କମ୍‌ (୫୧%) ମାର୍କ ପାଇଛନ୍ତି। ଇତିହାସ ବିଭାଗର ଅଧ୍ୟାପିକା ନିରୁପମା ରାଉତଙ୍କ ନାମ ଏ ଫର୍ମରେ ସୁପାରିସ କରାଯାଇନାହିଁ। ଏହିମର୍ମରେ ଅନ୍ୟ ଜଣେ ଅଧ୍ୟାପିକା ସୁଚିତ୍ରା ମହାପାତ୍ର ଏଚ୍‌ଏସ୍‌ଇ ନିର୍ଦ୍ଦେଶକଙ୍କୁ ୫ା୮ା୨୦୨୨ ଓ ୨୪ା୯ା୨୦୨୨ରେ ଅଭିଯୋଗ କରିଛନ୍ତି। ୧ା୫ା୨୦୨୩ରେ ରାଜ୍ୟ ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରି କୈଳାସ ଚନ୍ଦ୍ର ବସ୍କେ ଅଞ୍ଚଳବାସୀଙ୍କ ଉକ୍ତ ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି।
ରାଜ୍ୟରେ ଏଭଳି ଅନେକ ଜାଲିଆତି ନିଯୁକ୍ତି ସମ୍ପର୍କରେ ଅଭିଯୋଗ ହେଉଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସରକାରୀସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ ନକଲି ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହ ଅସାଧୁ ମେଣ୍ଟ କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri