ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ୨ ଅଭିଯୋଗକାରୀ ହେଲେ ସହରସ୍ଥିତ ରାମେଶ୍ୱରପୁର ଅଞ୍ଚଳର ସ୍ବାମୀହରା ମହିଳା ମୀନା ରାୟ ଓ ସାଗର ନାୟକ(୩୬)।
ଅଭିଯୋଗରେ ମୀନା ଓ ସାଗର ଦର୍ଶାଇଛନ୍ତି, ଅଭିଯୁକ୍ତ ବାପପୁଅ ସେମାନଙ୍କୁ ପ୍ରଲୋଭନ ଦେଖାଇ ଢେଙ୍କାନାଳ ଚନ୍ଦନ ବଜାର ଠାରେ ଥିବା ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଇଥିଲେ। ଏହାପରେ ବ୍ୟାଙ୍କରୁ ମିଳିଥିବା ଚେକ୍‌ ବହି, ଏଟିଏମ୍‌କୁ ଅଭିଯୁକ୍ତ ବାପପୁଅ ନିଜ ପାଖରେ ରଖିଥିଲେ। କିଛିଦିନ ତଳେ ମୀନାଙ୍କ ଆକାଉଣ୍ଟକୁ ବହୁତ ଟଙ୍କା ଆସିଥିବା ନେଇ ବ୍ୟାଙ୍କ ପକ୍ଷରୁ ଏକ ନୋଟିସ ଆସିଥିଲା। ସେହିପରି ଅନ୍ୟତମ ଅଭିଯୋଗକାରୀ ସାଗର ନାୟକଙ୍କ ଆକାଉଣ୍ଟଙ୍କୁ ୧ କୋଟି ୭୫ ଲକ୍ଷ ୮୮ ହଜାର ୪୨୮ ଟଙ୍କା ଆସିଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ମଧ୍ୟ ନୋଟିସ୍‌ କରିଛନ୍ତି। ଦିଲ୍ଲୀ ଏସିପି ସାଇବର ସେଲ୍‌-୧ ପକ୍ଷରୁ ନଂ. ୨୮୪/୨୪ ତା ୨୮ା୦୬ା୨୦୨୪ରେ ମିଳିଥିବା ପତ୍ର ଅନୁଯାୟୀ ଉଭୟ ଆକାଉଣ୍ଟଧାରୀଙ୍କୁ ଢେଙ୍କାନାଳ ଚନ୍ଦନବଜାର ଠାରେ ଥିବା ଫେଡେରାଲ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ନୋଟିସ କରିବା ସହିତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ଆକାଉଣ୍ଟ ବନ୍ଦ କରାଯିବ ବୋଲି ଜଣାଇଛନ୍ତି। ଏହି ନୋଟିସ୍‌ ପାଇବା ପରେ ଅଭିଯୋଗକାରୀ ମୀନା ଓ ସାଗର ବ୍ୟାଙ୍କକୁ ଯାଇ ବୁଝିବାରୁ ସେମାନଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା କେହି ଉଠାଇ ନେଇଥିବା ଜାଣିବାକୁ ପାଇଛନ୍ତି। ସେମାନଙ୍କ ଆକାଉଣ୍ଟରେ ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ଜାଣି ନ ଥିବା ଦୁହେଁ ଗଣମାଧ୍ୟମକୁ କହିନ୍ତି। ଏ ସମ୍ପର୍କରେ ଫେଡେରାଲ ବ୍ୟାଙ୍କ ଶାଖା ପରିଚାଳକ ଲିପିଶ୍ରୀ ମହାନ୍ତି କହିଛନ୍ତି, ଆକାଉଟଣ୍ଟ ଖୋଲିଥିବା ମହିଳା କିମ୍ବା ପୋଲିସ ତଥ୍ୟ ମାଗିଲେ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଷ୍ଟେଟ୍‌ମେଣ୍ଟ ଦିଆଯିବ। ଯେଉଁମାନେ ଆକାଉଣ୍ଟ ଖୋଲୁଛନ୍ତି, ସେମାନଙ୍କୁ ପାସ୍‌ବୁକ ଓ ଆକାଉଣ୍ଟ ଜନିତ ତଥ୍ୟ, ଏଟିଏମ୍‌ ନମ୍ବର ଓ ଚେକ୍‌ବୁକ୍‌ କାହାକୁ ନ ଦେବାକୁ ବାରମ୍ବାର କୁହାଯାଉଛି। ଅଭିଯୋଗକାରୀ ସେମାନଙ୍କ ଆକାଉଣ୍ଟ ନମ୍ବର ଆଣିଦେଲେ ତାହାକୁ ଯାଞ୍ଚ କରାଯିବ। ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି, ଠକେଇ ସମ୍ପର୍କିତ ଅଭିଯୋଗ ମିଳିଛି। କିନ୍ତୁ ସେଥିରେ କୌଣସି ଆକାଉଣ୍ଟ ନମ୍ବର କିମ୍ବା ତଥ୍ୟ ନାହିଁ, ତେଣୁ ମାମଲା ରୁଜୁ ହୋଇପାରିନାହିଁ। ଅଭିଯୁକ୍ତଙ୍କୁ ଆଣି ପଚରାଉଚରା କରାଯିବ। ଆକାଉଣ୍ଟ ନମ୍ବର ମିଳିଲେ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri