କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌ କରାଯିବା ଏବଂ ଗୋରୁ, ଷଣ୍ଢ, ବୁଲାକୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଲାଗି ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମକୁ ବିପୁଳ ପରିମାଣର ସ୍ବତନ୍ତ୍ର ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ଖର୍ଚ୍ଚର ହିସାବରେ ତାଳମେଳ ରହୁ ନ ଥିବାରୁ ଜାଲିଆତି କରାଯାଇଥିବା ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ଓକିଲ ସଂଘ ପ୍ରାକ୍ତନ ସମ୍ପାଦକ ପୀତବାସ ପଣ୍ଡା ବୁଧବାର ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ବା ଭିଜିଲାନ୍ସ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ନ ହେଲେ ଏହାର ପ୍ରତିବାଦରେ ସଚେତନ ଲୋକଙ୍କୁ ମେଳି କରି ଆନ୍ଦୋଳନ ସୂତ୍ରପାତ କରାଯିବାକୁ ଚେତାବନୀ ଦେଇଛନ୍ତି। ଧରିତ୍ରୀକୁ ପଣ୍ଡା କହିଛନ୍ତି, ଉପରୋକ୍ତ ବିଷୟ ନେଇ ସୂଚନା ଅଧିକାର ଆଇନ ବଳରେ ସେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ତାଙ୍କୁ ଯେଉଁ ତଥ୍ୟ ମିଳିଛି ତାହା ବିଭ୍ରାନ୍ତିକର। ଗୋରୁଗାଈ, ଷଣ୍ଢ, ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ଲାଗି ନିଗମକୁ ସରକାର ୭ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ଦେଇଥିଲେ। ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରି ରନ୍ଧାଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଥିଲା। ୩୩ ଦିନ ଖାଦ୍ୟ ଯୋଗାଇବାକୁ ଅବଧି ରଖାଯାଇଥିଲା। ସୁମଙ୍ଗଲମ୍‌ ନାମକ ଲକ୍‌ ହୋଟେଲକୁ ଦାୟିତ୍ୱ ଦିଆଯାଇଥିବା ତଥ୍ୟରେ କୁହାଯାଇଛି। ସେହି ହୋଟେଲ ପ୍ରତିଦିନ ଏ ବାବଦରେ ୮ ହଜାର ଟଙ୍କା ଲେଖାଏ ନେଇଥିବା ବିଏମ୍‌ସି ଦର୍ଶାଇଛି। ୩୩ ଦିନରେ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ପୈଠ ହୋଇଛି। ପୀତବାସଙ୍କ କହିବା ପ୍ରକାରେ ଖାଦ୍ୟଯୋଗାଣ ପାଇଁ ସରକାରୀ ନିୟମାନୁସାରେ ଟେଣ୍ଡର କିିମ୍ବା ଜୀବଜନ୍ତୁଙ୍କୁ ବଣ୍ଟାଯିବାର ପ୍ରଚାର ଓ ପ୍ରସାର ହୋଇନଥିଲା। ଅପରପକ୍ଷରେ ଦୈନିକ ୮ ହଜାର ଟଙ୍କା ହିସାବରେ ୩୩ ଦିନର ବିଲ୍‌ ବାବଦରେ ୨ ଲକ୍ଷ ୬୪ ହଜାର ହେବା କଥା। କିନ୍ତୁ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଥିବାରୁ ହିସାବ ଗୋଳମାଳ ସହ ଜାଲିଆତି ହୋଇଥିବା ସନ୍ଦେହ ଘେରକୁ ଆସିଛି। ସେହିପରି ମହାନଗରର ୧୫ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାଉଁଶ ବ୍ୟାରିକେଡ୍‌ କରିବା ପାଇଁ ସରଧା ନାମକ ଏକ ଇଭେଣ୍ଟକୁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ଦୁଇ ପର୍ଯ୍ୟାୟରେ ୮ ଲକ୍ଷ ୪୨ ହଜାର ୬୦୧ ଟଙ୍କା ନେଇଥିବା ଆରଟିଆଇ ତଥ୍ୟରେ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆବଶ୍ୟକ ମୁତାବକ ବାଉଁଶ କିଣା ନ ଯାଇ ଭଡ଼ା ବାବଦରେ ବିପୁଳ ପରିମାଣର ଟଙ୍କା ଦିଆଯାଇଥିବାରୁ ଏହା ଅପବ୍ୟୟ ହୋଇଥିବା ପଣ୍ଡା ସୂଚାଇଛନ୍ତି। ତେଣୁ ଉପରୋକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଜାଲିଆତି ରହସ୍ୟ ପଦାକୁ ଆସିବ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri