କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌ କରାଯିବା ଏବଂ ଗୋରୁ, ଷଣ୍ଢ, ବୁଲାକୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଲାଗି ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମକୁ ବିପୁଳ ପରିମାଣର ସ୍ବତନ୍ତ୍ର ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ଖର୍ଚ୍ଚର ହିସାବରେ ତାଳମେଳ ରହୁ ନ ଥିବାରୁ ଜାଲିଆତି କରାଯାଇଥିବା ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ଓକିଲ ସଂଘ ପ୍ରାକ୍ତନ ସମ୍ପାଦକ ପୀତବାସ ପଣ୍ଡା ବୁଧବାର ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ବା ଭିଜିଲାନ୍ସ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ନ ହେଲେ ଏହାର ପ୍ରତିବାଦରେ ସଚେତନ ଲୋକଙ୍କୁ ମେଳି କରି ଆନ୍ଦୋଳନ ସୂତ୍ରପାତ କରାଯିବାକୁ ଚେତାବନୀ ଦେଇଛନ୍ତି। ଧରିତ୍ରୀକୁ ପଣ୍ଡା କହିଛନ୍ତି, ଉପରୋକ୍ତ ବିଷୟ ନେଇ ସୂଚନା ଅଧିକାର ଆଇନ ବଳରେ ସେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ତାଙ୍କୁ ଯେଉଁ ତଥ୍ୟ ମିଳିଛି ତାହା ବିଭ୍ରାନ୍ତିକର। ଗୋରୁଗାଈ, ଷଣ୍ଢ, ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ଲାଗି ନିଗମକୁ ସରକାର ୭ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ଦେଇଥିଲେ। ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରି ରନ୍ଧାଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଥିଲା। ୩୩ ଦିନ ଖାଦ୍ୟ ଯୋଗାଇବାକୁ ଅବଧି ରଖାଯାଇଥିଲା। ସୁମଙ୍ଗଲମ୍‌ ନାମକ ଲକ୍‌ ହୋଟେଲକୁ ଦାୟିତ୍ୱ ଦିଆଯାଇଥିବା ତଥ୍ୟରେ କୁହାଯାଇଛି। ସେହି ହୋଟେଲ ପ୍ରତିଦିନ ଏ ବାବଦରେ ୮ ହଜାର ଟଙ୍କା ଲେଖାଏ ନେଇଥିବା ବିଏମ୍‌ସି ଦର୍ଶାଇଛି। ୩୩ ଦିନରେ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ପୈଠ ହୋଇଛି। ପୀତବାସଙ୍କ କହିବା ପ୍ରକାରେ ଖାଦ୍ୟଯୋଗାଣ ପାଇଁ ସରକାରୀ ନିୟମାନୁସାରେ ଟେଣ୍ଡର କିିମ୍ବା ଜୀବଜନ୍ତୁଙ୍କୁ ବଣ୍ଟାଯିବାର ପ୍ରଚାର ଓ ପ୍ରସାର ହୋଇନଥିଲା। ଅପରପକ୍ଷରେ ଦୈନିକ ୮ ହଜାର ଟଙ୍କା ହିସାବରେ ୩୩ ଦିନର ବିଲ୍‌ ବାବଦରେ ୨ ଲକ୍ଷ ୬୪ ହଜାର ହେବା କଥା। କିନ୍ତୁ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଥିବାରୁ ହିସାବ ଗୋଳମାଳ ସହ ଜାଲିଆତି ହୋଇଥିବା ସନ୍ଦେହ ଘେରକୁ ଆସିଛି। ସେହିପରି ମହାନଗରର ୧୫ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାଉଁଶ ବ୍ୟାରିକେଡ୍‌ କରିବା ପାଇଁ ସରଧା ନାମକ ଏକ ଇଭେଣ୍ଟକୁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ଦୁଇ ପର୍ଯ୍ୟାୟରେ ୮ ଲକ୍ଷ ୪୨ ହଜାର ୬୦୧ ଟଙ୍କା ନେଇଥିବା ଆରଟିଆଇ ତଥ୍ୟରେ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆବଶ୍ୟକ ମୁତାବକ ବାଉଁଶ କିଣା ନ ଯାଇ ଭଡ଼ା ବାବଦରେ ବିପୁଳ ପରିମାଣର ଟଙ୍କା ଦିଆଯାଇଥିବାରୁ ଏହା ଅପବ୍ୟୟ ହୋଇଥିବା ପଣ୍ଡା ସୂଚାଇଛନ୍ତି। ତେଣୁ ଉପରୋକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଜାଲିଆତି ରହସ୍ୟ ପଦାକୁ ଆସିବ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri