ଟ୍ରମ୍ପଙ୍କୁ ସିଧା ବାର୍ତ୍ତା ଦେଲା ଫ୍ରାନ୍ସ, ଶାନ୍ତି ପ୍ରତିଷ୍ଠା ହେଉ, ହେଲେ ୟୁକ୍ରେନର ପରାଜୟ ଗ୍ରହଣୀୟ ନୁହେଁ…

ଓ୍ବାଶିଂଟନ,୨୫।୨: ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେ କହିଥିଲେ ଯେ ୟୁକ୍ରେନରେ ଯେକୌଣସି ଶାନ୍ତି ଚୁକ୍ତିନାମାରେ ସୁରକ୍ଷା ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ହେବା ଉଚିତ ଏବଂ ଚେତାବନୀ ଦେଇଥିଲେ ଯେ ଶାନ୍ତିର ଅର୍ଥ ୟୁକ୍ରେନର ‘ଆତ୍ମସମର୍ପଣ’ ହୋଇପାରିବ ନାହିଁ। ମାକ୍‌ରଁ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ଆଗକୁ ବଢ଼ିବାର ଏକ ରାସ୍ତା ପ୍ରଦାନ କରିବ, ଯଦିଓ ଆଟଲାଣ୍ଟିକ ସମ୍ପର୍କରେ ଉତ୍ତେଜନା ଜାରି ରହିଛି। ରୁଷିଆ ଆକ୍ରମଣର ତୃତୀୟ ବାର୍ଷିକୀରେ ଟ୍ରମ୍ପ ଏବଂ ମାକ୍‌ରଁ ହ୍ବାଇଟ ହାଉସରେ ସାକ୍ଷାତ କରିଥିଲେ। ଦୁଇ ନେତା ୟୁକ୍ରେନକୁ ଶାନ୍ତିରକ୍ଷୀ ପଠାଇବା ଚିନ୍ତାଧାରାରେ ଅଗ୍ରଗତି ବିଷୟରେ କଥା ହୋଇଥିଲେ, ଯଦିଓ ମାକ୍‌ରଁ ୟୁକ୍ରେନ ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଶାନ୍ତି ୟୁକ୍ରେନର ଆତ୍ମସମର୍ପଣର କାରଣ ହୋଇପାରିବ ନାହିଁ, ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାକ୍‌ରଁ ଏହା କହିଥିଲେ। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି କ୍ୱିଭରେ ୟୁରୋପୀୟ ନେତାମାନଙ୍କୁ ଭେଟି ‘ଏହି ବର୍ଷ’ ଶାନ୍ତି ପାଇଁ ନିବେଦନ କରିଥିଲେ। ଟ୍ରମ୍ପଙ୍କ ରୁଷିଆ ସମର୍ଥକ ମନୋଭାବ ଆଡକୁ ଗତି କରିବାର ସମ୍ଭାବନା ବୃଦ୍ଧି ପାଉଛି। ଟ୍ରମ୍ପ ଜେଲେନସ୍କିଙ୍କୁ ‘ନିର୍ବାଚନ ବିନା ଏକଛତ୍ରବାଦୀ’ ବୋଲି ମଧ୍ୟ କହିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ଚୁକ୍ତି ହେଲେ ୟୁକ୍ରେନକୁ ଶାନ୍ତିରକ୍ଷୀ ପଠାଇବା ପ୍ରସ୍ତାବ ଉପରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ କାମ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ଆମେରିକା ଗସ୍ତରେ ଯିବେ ଏବଂ ଗୁରୁବାର ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିବେ।
ମାକ୍ରନ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବା ପରେ, ମୁଁ ନିଶ୍ଚିତ ଯେ ଏକ ଉପାୟ ମିଳିଯିବ।’ ୟୁକ୍ରେନରେ ଚାଲିଥିବା ସଂଘର୍ଷରେ ଶାନ୍ତି ପାଇଁ ଆମେରିକୀୟ ଅଧିକାରୀମାନେ ସୌଦି ଆରବରେ ଶୀର୍ଷ ରୁଷୀୟ କୂଟନୀତିଜ୍ଞଙ୍କୁ ଭେଟିଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ୱାଶିଂଟନ ଗସ୍ତରେ ଅଛନ୍ତି। ଏହି ଆଲୋଚନାଗୁଡ଼ିକ ୟୁକ୍ରେନ ଏବଂ ୟୁରୋପର ଅଂଶଗ୍ରହଣ ବିନା ହୋଇଥିଲା। ଟ୍ରମ୍ପ ଯେତେବେଳେ ରୁଷିଆ ସହିତ ପୁଣି କୂଟନୀତି ଆରମ୍ଭ କରିବାକୁ ପ୍ରସ୍ତୁତ ଥିଲେ, ସେତେବେଳେ ସେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସୋମବାର ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ସେ ଯୁଦ୍ଧ ଶେଷ କରିବା ବିଷୟରେ ଆତ୍ମବିଶ୍ୱାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri