ଦୁର୍ଗନ୍ଧଯୁକ୍ତ ଫୁଲ

ଫୁଲ ଈଶ୍ୱରଙ୍କ ଅନୁପମ ସୃଷ୍ଟି, ଯାହାର ଭଳିକି ଭଳି ରଙ୍ଗିନ ରୂପ ଏବଂ ମନମୋହକ ସୁଗନ୍ଧ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ହେଲେ ଆପଣ ଜାଣିନ୍ତି କି ଏମିତି ବି କିଛି ଫୁଲ ରହିଛି, ଯାହାର ଗନ୍ଧ ଲାଗି ଏହାକୁ ତୋଳିବା କିମ୍ବା କୌଣସି କାର୍ଯ୍ୟରେ ଲଗାଇବା ତ ଦୂରର କଥା କେହି ଏହା ପାଖକୁ ଯିବାକୁ ବି ପସନ୍ଦ କରନ୍ତି ନାହିଁ। ଜାଣିବା ଏଭଳି କିଛି ଦୁର୍ଗନ୍ଧଯୁକ୍ତ ଫୁଲ ସମ୍ପର୍କରେ…

ଟାଇଟନ୍‌ ଅରମ୍‌: ଏହା ପୃଥିବୀର ସବୁଠୁ ଦୁର୍ଗନ୍ଧଯୁକ୍ତ ଫୁଲ। ଏହି ଫୁଲ ଖୁବ୍‌ କମ୍‌ ଦିନ ଅର୍ଥାତ୍‌ ମାତ୍ର ୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଟିଥାଏ ଏବଂ ପୁନର୍ବାର ଦେଖିବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ଏହା ପୃଥିବୀର ସବୁଠୁ ବଡ଼ ଶାଖା ବିହୀନ ଫୁଲ ଗଛ। ଏହି ଫୁଲର ଉଚ୍ଚତା ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହାର ରଙ୍ଗ ବାହାରୁ ଗାଢ ସବୁଜ ଏବଂ ଭିତର ପାର୍ଶ୍ୱ ଗାଢ ଲାଲ୍‌।
ରାଫ୍‌ଲେସିଆ: ଏହା ପୃଥିବୀର ସବୁଠୁ ବଡ଼ ଫୁଲ। ଯାହାର ଚେର କିମ୍ବା ଡାଳପତ୍ର ନ ଥିବା ବେଳେ ଏହା ଏକ ପରଜୀବୀ। ୫ଟି ପାଖୁଡ଼ା ବିଶିଷ୍ଟ ଏହି ଫୁଲର ବ୍ୟାସ ପ୍ରାୟ ଏକ ମିଟର ହୋଇଥିବା ବେଳେ ଏହାର ଓଜନ ୧୧ କେ.ଜି. ପର୍ଯ୍ୟନ୍ତ ହୋଇଥାଏ। ଏହି ଫୁଲ ରଙ୍ଗ ଲାଲ୍‌ ରଙ୍ଗର ଏବଂ ଏହା ଉପରେ ଧଳା ରଙ୍ଗର ଛିଟା ରହିଛି।
ଡ୍ରାଗନ ଅରମ୍‌: ଏହି ଫୁଲ ସାଧାରଣତଃ ପାହାଡ଼ିଆ ଏବଂ ପଥୁରିଆ ସ୍ଥାନରେ ବସନ୍ତ ଋତୁର ଶେଷ ଆଡ଼କୁ ଫୁଟୁଥିବାର ଦେଖିବାକୁ ମିଳିଥାଏ। ଏକ ମିଟର ଉଚ୍ଚତା ବିଶିଷ୍ଟ ଗଛରେ ପ୍ରାୟ ୮୦ ସେମି. ଲମ୍ବାର ମେରୁନ୍‌-ପର୍ପଲ ବା ଖଇରିଆ-ବାଇଗଣି ରଙ୍ଗର ଏହି ଫୁଲ ଫୁଟିଥାଏ। ଡ୍ରାଗନ୍‌ ଅରମ୍‌ ବ୍ୟତୀତ ଏହି ଫୁଲକୁ ବ୍ଲାକ୍‌ ଅରମ୍‌, ସ୍ନେକ୍‌ ଲିଲି, ଡ୍ରାଗନ୍‌ଓର୍ଟ, ଷ୍ଟିଙ୍କ୍‌ ଲିଲି, ଭୋଣ୍ଡୁ ଲିଲି ଆଦି ମଧ୍ୟ କୁହାଯାଇଥାଏ। ଏହି ଫୁଲ ଦେଖିବାକୁ ସୁନ୍ଦର ହୋଇଥିଲେ ହେଁ ଏଥିରୁ ବାହାରୁ ଥିବା ପଚା ମାଂସ ଭଳି ଗନ୍ଧ ଲାଗି ଏହା ପାଖକୁ କେହି ଯିବାକୁ ପସନ୍ଦ କରନ୍ତି ନାହିଁ।
ବଲ୍‌ବୋଫାଇଲମ୍‌ ଫାଲିନୋପ୍ସିସ୍‌ : ଏହା ନ୍ୟୁ ଗିନି ଆଇସ୍‌ଲାଣ୍ଡରେ ଦେଖା ଦେଉଥିବା ପୃଥିବୀର ସବୁଠାରୁ ବଡ଼ ଏବଂ ଦୁର୍ଗନ୍ଧଯୁକ୍ତ ଅର୍କିଡ଼୍‌। ଗୋଲାପି-ଲାଲ୍‌ ରଙ୍ଗର ଏହି ଫୁଲର ଗନ୍ଧ ପଚି ଯାଇଥିବା ମାଂସ ଭଳି। ଏହା ବର୍ଷର ଯେକୌଣସି ସମୟରେ ଫୁଟିଥାଏ। ତେବେ ଏହି ଫୁଲ ଗଛର ପତ୍ରଗୁଡ଼ିକ ୪ଫୁଟ୍‌ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri