Posted inଜାତୀୟ

ବିବାହିତା ମହିଳାଙ୍କୁ ଚାକିରି ଦେଉନି ଫକ୍ସକନ୍; ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୬: ଆଇଫୋନ୍ ନିର୍ମାତା ‘ଫକ୍ସକନ୍’ ଚେନ୍ନାଇରେ ଥିବା ଏହାର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ କହିଛନ୍ତି।

ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୧୯୭୬ ର ସମାନ ଦରମା ଆଇନକୁ ଦର୍ଶାଇ କହିଛି ଯେ ପୁରୁଷ ଏବଂ ମହିଳା ଶ୍ରମିକ ନିଯୁକ୍ତି ସମୟରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଶ୍ରମ ବିଭାଗରୁ ଏକ ଆଇଫୋନ୍ କାରଖାନାରେ ନିଯୁକ୍ତି ସଂକ୍ରାନ୍ତରେ ଏକ ସବିଶେଷ ରିପୋର୍ଟ ମାଗିଛି। ଯେଉଁଠାରେ ରଏଟର୍ସ ରିପୋର୍ଟ କରିଥିଲା ଯେ, ଫକ୍ସକନ୍ କମ୍ପାନୀ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉନାହିଁ।

କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଆଞ୍ଚଳିକ ମୁଖ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟକୁ ଏକ ପ୍ରକୃତ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ତେବେ ଏହି ମାମଲାରେ ଆପଲ୍ ଏବଂ ଫକ୍ସକନ୍ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ମଙ୍ଗଳବାର ପ୍ରକାଶିତ ରଏଟର୍ସ’ର ଏକ ରିପୋର୍ଟରୁ ଜଣାପଡିଛି ଯେ ଫକ୍ସକନ୍ ତାମିଲନାଡୁର ଚେନ୍ନାଇ ନିକଟସ୍ଥ ମୁଖ୍ୟ ଭାରତ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀରୁ ନିୟମିତ ଭାବେ ବାଦ ଦେଇଛି, କାରଣ ସେମାନଙ୍କ ଅବିବାହିତ ପ୍ରତିପକ୍ଷଙ୍କ ଅପେକ୍ଷା ଅଧିକ ପାରିବାରିକ ଦାୟିତ୍ୱ ରହିଛି।

ରଏଟର୍ସ କରିଥିବା ତଦନ୍ତରେ ସାକ୍ଷାତକାର ସମୟରେ ଫକ୍ସକନ୍ ନିଯୁକ୍ତି ଏଜେଣ୍ଟ ଏବଂ ଏଚଆର(ହ୍ୟୁମାନ ରିସୋର୍ସସେସ୍) ପାରିବାରିକ କର୍ତ୍ତବ୍ୟ, ଗର୍ଭଧାରଣ ଏବଂ ଅଧିକ ଅନୁପସ୍ଥିତି ବିଷୟ ଦର୍ଶାଇ ଫକ୍ସକନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଇନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଉଛି ୨୦୨୫କୁ ନେଇ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ, କ’ଣ ବାସ୍ତବରେ ସତ ହେବାକୁ ଯାଉଛି…?

ନୂଆଦିଲ୍ଲୀ,୧୪।୬: ବାବା ଭେଙ୍ଗା ଜଣେ ବୁଲଗେରିଆନ ଭବିଷ୍ୟବକ୍ତା ଥିଲେ, ଯିଏ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ୧୯୯୬...

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

କାଠ ଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି।...

ବିମାନ ଦୁର୍ଘଟଣାର ୨ଦିନ ପରେ ଅନୁକମ୍ପା ରାଶି ଘୋଷଣା କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୪।୬: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

୧୯ରେ ମହାକାଶକୁ ଯିବ ଆକ୍ସିଅମ୍‌-୪ ମିଶନ

ନୂଆଦିଲ୍ଲୀ,୧୪ା୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri