ଆସିବନି ଚତୁର୍ଥ ଲହର, ଭାରତରେ କରୋନା ଶେଷ ମୁହାଁ, ବିଶେଷଜ୍ଞଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୮।୩ : ଭାରତରେ କରୋନାର ତୃତୀୟ ଲହର କ୍ରମାଗତ ଭାବରେ ଦୁର୍ବଳ ହେଉଛି। ବର୍ତ୍ତମାନ ସାରା ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ ୫୦ ହଜାରକୁ ଖସି ଆସିଛି। ଏଭଳି ପରିସ୍ଥିତିରେ କରୋନା ସମ୍ବନ୍ଧରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ କୁହାଯାଇଛି ଯେ, ଦେଶରେ କରୋନା ମହାମାରୀ ସଂକ୍ରମଣର ବଳ କମିବାରେ ଲାଗିଛି।

ଏପିଡେମୋଲୋଜିଷ୍ଟ ଡାକ୍ତର ଟି. ଜ୍ୟାକବ ଜନ କହିଛନ୍ତି ଯେ ଭାରତରେ କରୋନାର ତୃତୀୟ ଲହର ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ ବର୍ତ୍ତମାନ କରୋନାର ଚତୁର୍ଥ ଲହର ଆସିବାର ଆଶଙ୍କା କମ୍‌ ରହିଛି। ନୂଆ ଭାରିଆଣ୍ଟ୍‌ ଆସିଲେ ହୁଏତ ପୁଣି ସଂକ୍ରମଣ ହେବାର ଆଶଙ୍କା ରହିଛି। ମାତ୍ର ନିକଟ ଭବିଷ୍ୟତରେ ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ମଙ୍ଗଳବାର ଦିନ ଆସିଥିବା କରୋନା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୯୯୩ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୬୬୨ ଦିନ ମଧ୍ୟରେ ମଙ୍ଗଳବାରର ଏହି ସଂଖ୍ୟା ସର୍ବନିମ୍ନସ୍ତରରେ ରହିଛି। ୨୦୨୨ ଜାନୁୟାରୀ ୨୧ଠାରୁ, କରୋନା ମାମଲାରେ ହ୍ରାସ ଘଟିବାରେ ଲାଗିଛି। ସେହି ସମୟରେ ଦେଶରେ ସମୁଦାୟ କରୋନା ମାମଲା ୩ ଲକ୍ଷ ୪୭ ହଜାର ୨୫୪ ଥିଲା। ଯାହା ବର୍ତ୍ତମାନ ଏହା ୫୦ ହଜାର ତଳେ ରହିଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ଭିରୋଲୋଜି ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଟି. ଜ୍ୟାକବ ଜନ କହିଛନ୍ତି ଯେ ଦେଶରେ କରୋନାର ତୃତୀୟ ଲହର ଦୁର୍ବଳ ହେଉଛି।

ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ମହାମାରୀ ବର୍ତ୍ତମାନ ଏକ ଏଣ୍ଡେମିକ୍‌(ଶେଷ ପର୍ଯ୍ୟାୟ)ରେ ପହଞ୍ଚିଛି। କରୋନାଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, ମହାମାରୀ ବର୍ତ୍ତମାନ ଦୁର୍ବଳ ହୋଇ ଏଣ୍ଡେମିକରେ ପରିଣତ ହେବାରେ ଲାଗିଛି। ଗତ ୪ ସପ୍ତାହ ଧରି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଆସନ୍ତା ସପ୍ତାହରେ ପରିସ୍ଥିତି ଆହୁରି ବଦଳିଯିବ।

ଏଣ୍ଡେମିକ ହେଉଛି ଏକ ଅବସ୍ଥା ଯେଉଁଥିରେ ଲୋକମାନେ ଭୂତାଣୁ ସହ ଜୀଇଁବାରେ ସକ୍ଷମ ହୋଇଥାନ୍ତି। ଏହାର ମୁକାବିଲା ପାଇଁ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇ ସାରିଥାଏ।

ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା କରୋନାର ବିଭିନ୍ନ ଭାରିଆଣ୍ଟ୍‌ରୁ ଯଦି ଏକ ନୂତନ ଭାରିଆଣ୍ଟ୍‌ର ବିକଶିତ ହୁଏ, ତେବେ ସ୍ଥିତି ପୁଣି ବଦଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri