ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଗୁରୁତର

ପଦ୍ମପୁର,୬।୩(ପ୍ରଶାନ୍ତ କୁମାର କର) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଖିଲାପଦର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ଜଣ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଖିଲାପଦର ଗ୍ରାମର ରଜନୀ ଗମାଙ୍ଗ(୨୭), ମୁକେଶ ଗମାଙ୍ଗ(୨୯), କସ୍ତୁରୀ ଗମାଙ୍ଗ (୨୬), ତ୍ରିନାଥ ଗମାଙ୍ଗ(୬୦)।

ସମସ୍ତେ ଗୁରୁବାର ରାତ୍ରିଭୋଜନରେ ଭାତ ତରକାରୀ ଖାଇ ଶୋଇବା ପରେ ଶୁକ୍ରବାର ଭୋରରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଖାଦ୍ୟ ବିଷାକ୍ତ ହୋଇପଡ଼ିଲା ପରିବାର ଲୋକେ ଜାଣିପାରି ନ ଥିବା କହିଛନ୍ତି। ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ପଦ୍ମପୁର ଡାକ୍ତର ଚିନ୍ମୟୀ ସାମଲ କହିଛନ୍ତି।

Share