ଜଙ୍ଗଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଅସୁସ୍ଥ

ଆନନ୍ଦପୁର,୨୫ା୬(ସୁଶାନ୍ତ କୁମାର ସାହୁ): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ବାଲିଡାହି ଗାଁର ଗୋଟିଏ ପରିବାର ଜଙ୍ଗଲି ଛତୁ ଖାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ଶନିବାର ଜଙ୍ଗଲରୁ ଆଣିଥିବା ଛତୁ ଖାଇବା ପରେ ପରିବାରର ୪ ସଦସ୍ୟ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ପରିବାରର ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିରଥିବା ସୂଚନା ମିଳିଛି।