ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୪ ମାଓବାଦୀ KKBN ଡିଭିଜନର ବୋଲି ସୂଚନା ମିଳିଛି।
ଆତ୍ମସମର୍ପଣ ବେଳେ ମାଓବାଦୀମାନେ ଧରିଥିବା ବନ୍ଧୁକ, ଅସ୍ତ୍ରଶସ୍ତ୍ର ପୋଲିସ ନିକଟରେ ସମର୍ପଣ କରିଥିବା ଏକ ଖବରଦାତା ସମ୍ବିଳନୀରେ ଦକ୍ଷିଣାଞ୍ଚଳ DIG ନୀତି ଶେଖର ପ୍ରକାଶ କରିଛନ୍ତି।