ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ । ଚାରିଜଣ ହାଇୱେ ଲୁଟେରାଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ଛଅଟି ବାଇକ ଜବତ ହୋଇଛି । ସୋମବାର ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ ପୁଇଁନ୍ତଲା ଥାନରେ ସାମ୍ବାଦିକ ସମ୍ମିଳନୀ କରି ଲୁଟେରାମାନେ କିପରି ଲୁଟ୍ କରୁଥିଲେ, ସେନେଇ ସୂଚନା ଦେଇଥିଲେ ।
ବଲାଙ୍ଗୀର-ସୋନପୁର ଏନ. ଏଚ ୫୭ ରାସ୍ତାରେ ଲୋକମାନେ ଯାଉଥିବା ସମୟରେ ଏକୁଟିଆ ଦେଖି ଲୁଟ କରୁଥିଲେ ଲୁଟେରା । ରାସ୍ତାରେ ଯାଉଥିବା ବାଇକ ଆରୋହୀମାନଙ୍କୁ ଟାର୍ଗେଟ କରୁଥିଲେ । ବାଇକ ସହିତ ଜିନିଷପତ୍ର ଲୁଟପାଟ କରୁଥିଲେ । ବିଭିନ୍ନ ଲୁଟ ଓ ଚୋରି ମାମଲାର ତଦନ୍ତ କରୁଥିବା ବେଳେ ପୋଲିସ ହାତରେ ଏହି ଲୁଟେରାମାନେ ପଡିଥିଲେ । ପୁଇଁନ୍ତଲା ଥାନା ଥାନାଧିକାରୀ ଲୁଟେରାମାନଙ୍କୁ ଗିରଫ କରିଥିବା ବେଳେ ଲୁଟେରାଙ୍କ ମାଷ୍ଟର ମାଇଣ୍ଡ କିନ୍ତୁ ବାହାର ରାଜ୍ୟକୁ ଫେରାର ମାରିଥିବା ପୋଲିସ ସୂଚନା ଦେଇଛି । ଖବରଦାତା ସମ୍ମଳନିରେ ଏଡ଼ିପିଓ ଉପାଧ୍ୟାୟଙ୍କ ସମେତ ପୁଇଁନ୍ତଲା ଥାନା ଅଧିକାରୀ ସଞ୍ଜୟ ରାଉତରାୟ ଉପସ୍ଥିତି ଥିଲେ ।